/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738574183.jpg)
Grammy Awards 2025
ଓସ୍କାର ଏବଂ ଗୋଲ୍ଡେନ୍ ଗ୍ଲୋବ ଆୱାର୍ଡରେ ବଡ ଝଟ୍କା ପରେ, ଏବେ ‘ଗ୍ରାମୀ ୨୦୨୫’ ରୁ ଭାରତ ପାଇଁ ଏକ ବଡ ଖୁସି ଖବର ଆସୁଛି। ‘ଗ୍ରାମୀ ଆୱାର୍ଡ ୨୦୨୫’ରେ ଭାରତୀୟ-ଆମେରିକୀୟ ମ୍ୟୁଜିସିଆନ୍ ଚନ୍ଦ୍ରିକା ଟଣ୍ଡନ୍ ଏକ ବଡ଼ ବିଜୟ ହାସଲ କରିଛନ୍ତି।
ସେ ତାଙ୍କ ଆଲବମ୍ ତ୍ରିବେଣୀ ପାଇଁ ୬୭ତମ ଗ୍ରାମୀ ପୁରସ୍କାର ପାଇଛନ୍ତି। ଚନ୍ଦ୍ରିକା ଟଣ୍ଡନଙ୍କ ଆଲବମ୍ ତ୍ରିବେଣୀ ପୁରୁଣା ମନ୍ତ୍ରଗୁଡିକୁ ଆଜିର ମ୍ୟୁହିକ ସହିତ ଉପସ୍ଥାପନ କରାଯାଇଛି। ତାଙ୍କ ଆଲବମରେ ୭ଟି ଟ୍ରାକ୍ ଅଛି।
ନିଆରା ଢଙ୍ଗରେ ବୈଦିକ ମନ୍ତ୍ର:
ଚନ୍ଦ୍ରିକା ଟଣ୍ଡନଙ୍କ ଆଲବମ୍କୁ ବେଷ୍ଟ୍ ନ୍ୟୁ ଏଜ୍, ଚାଣ୍ଟ୍, ଆମ୍ବିଏନ୍ସ ବର୍ଗରେ ପୁରସ୍କାର ଦିଆଯାଇଛି। ସେ ଦକ୍ଷିଣ ଆଫ୍ରିକାର ବଂଶୀବାଦକ ବାଉଟର କେଲରମ୍ୟାନ ଏବଂ ଜାପାନର ଭାଓଲିନ୍ ବାଦକ ଏରୁ ମ୍ୟାଟ୍ସୁମୋଟୋଙ୍କ ସହ 'ତ୍ରିବେଣୀ'ରେ ବୈଦିକ ମନ୍ତ୍ରକୁ ନିଆରା ଢଙ୍ଗରେ ଉପସ୍ଥାପନ କରିଛନ୍ତି। ତାଙ୍କର ଏହି ଆଲବମ୍ ହେଉଛି ତିନୋଟି ଭିନ୍ନ ଭିନ୍ନ ଷ୍ଟାଇଲ୍ର ମିଳନର ପ୍ରତୀକ।
ଅଧିକ ପଢ଼ନ୍ତୁ: କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହେଲେ ମମତା କୁଲ୍କର୍ଣ୍ଣି
ଚନ୍ଦ୍ରିକାଙ୍କ ଖୁସି:
ଲସ୍ ଆଞ୍ଜେଲସ୍ରେ ପୁରସ୍କାର ପାଇବା ପରେ ଚନ୍ଦ୍ରିକାଙ୍କ ଖୁସିର କୌଣସି ସୀମା ନଥିଲା। ସେ କହିଛନ୍ତି, “ସଙ୍ଗୀତ ହେଉଛି ପ୍ରେମ, ସଙ୍ଗୀତ ହେଉଛି ଆଲୋକ। ସଙ୍ଗୀତ ଆମ ଭିତରେ ଥିବା ଆଲୋକକୁ ପ୍ରଜ୍ୱଳିତ କରେ, ଏବଂ ଆମର ସବୁଠାରୁ ଅନ୍ଧକାର ଦିନଗୁଡିକରେ ମଧ୍ୟ ଆମକୁ ଆନନ୍ଦ ଏବଂ ଆଲୋକ ପ୍ରଦାନ କରେ।”
ଚନ୍ଦ୍ରିକା ଇନ୍ଦିରା ନୋଇଙ୍କ ଭଉଣୀ:
ଚନ୍ଦ୍ରିକା ଟଣ୍ଡନ୍ ହେଉଛନ୍ତି ଭାରତୀୟ ମୂଳ ବିଶ୍ୱ ବ୍ୟବସାୟୀ ନେତା ଇନ୍ଦିରା ନୋଇଙ୍କ ଭଉଣୀ। ଇନ୍ଦିରା ନୋଇ ପେପ୍ସିକୋର ପୂର୍ବତନ ସିଇଓ ଥିଲେ। ପିଲାଦିନେ ଇନ୍ଦିରା ନୋଇ ଏବଂ ଚନ୍ଦ୍ରିକା ଏକ ପାରମ୍ପାରିକ ଦକ୍ଷିଣ ଭାରତୀୟଙ୍କ ଘରେ ଜନ୍ମ ହୋଇ ଲାଳନ ପାଳନ ହୋଇଥିଲେ। ସେଠାରେ ହିଁ ସେ ତାଙ୍କ ପରିବାର ଠାରୁ ସଂଗୀତ ଏବଂ ମନ୍ତ୍ର ବିଷୟରେ ଜ୍ଞାନ ପାଇଥିଲେ।
ଅଧିକ ପଢ଼ନ୍ତୁ: ଭାବବିହ୍ୱଳ ହେଲେ ମମତା କୁଲକର୍ଣ୍ଣି; ମହାକୁମ୍ଭ ମେଳାରେ ବଦଳିଗଲା ନାଁ
ଅହମ୍ମଦାବାଦରୁ ପାଠ:
ବଡ ହୋଇ ଉଭୟ ଭଉଣୀ ନିଜ ନିଜ ପାଇଁ ଭିନ୍ନ ଭିନ୍ନ ରାସ୍ତା ବାଛିନେଲେ। ଚନ୍ଦ୍ରିକା ଟଣ୍ଡନଙ୍କ ସଙ୍ଗୀତ ସହିତ ବ୍ୟବସାୟରେ ମଧ୍ୟ ଜ୍ଞାନ ରହିଛି। ସେ ଆଇଆଇଏମ୍ ଅହମ୍ମଦାବାଦରୁ ପାଠ ପଢିଛନ୍ତି।
୨୦୧୦ରେ ପ୍ରଥମ ନାମାଙ୍କନ:
ଚଳିତ ବର୍ଷର ଗ୍ରାମୀ ପୁରସ୍କାର ବିଜେତା ଚନ୍ଦ୍ରିକା ଶୁଭରା ଗୁହା ଏବଂ ଗିରିଶ ୱଜଲୱାରଙ୍କଠାରୁ ସଂଗୀତ ଶିଖିଥିଲେ। ୨୦୧୦ ମସିହାରେ ‘ଓମ୍ ନମୋ ନାରାୟଣ’ ସୋଲ କଲ୍ ପାଇଁ ତାଙ୍କୁ ପ୍ରଥମ ଗ୍ରାମୀ ପୁରସ୍କାର ପାଇଁ ନାମାଙ୍କନ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)