• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଆମେ ବୁଲଡୋଜର ଦ୍ୱାରା ବଡ଼ ବଡ଼ ଅଟ୍ଟାଳିକା କ୍ଷଣିକରେ ଭାଙ୍ଗିବାର ଦୃଶ୍ୟ ଅନେକଥର ଦେଖିଛନ୍ତି । କିନ୍ତୁ ଆପଣ ବୁଲଡୋଜର ବ୍ୟବହାର କରି ହାତୀ ଘଉଡ଼ାଇବା ଦୃଶ୍ୟ କେବେ ଦେଖିଛନ୍ତି କି ? ବୁଲଡୋଜର ବ୍ୟବହାର କରି ଅମଣିଷ ଭଳି ହାତୀକୁ ଘଉଡାଇଛନ୍ତି ଲୋକେ । ଏହା ପଶୁ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି । ଏହି ମାମଲା ଥାନାରେ ପହଞ୍ଚିବା ପରେ ପୋଲିସ ଆକ୍ସନ ମଧ୍ୟ ନେଇଛି ।

ଗଜରାଜଙ୍କ ପ୍ରତି ଅମାନୁଷିକ ବ୍ୟବହାର କଲେ ଲୋକେ । ଭିଡିଓ ଭାଇରାଲ ପରେ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି । ଘର ଭାଙ୍ଗିବା ପାଇଁ ନୁହେଁ ହାତୀ ଘଉଡ଼ାଇବା ପାଇଁ ବୁଲଡୋଜର ବ୍ୟବହାର କଲେ ଲୋକେ। ଗଜରାଜଙ୍କୁ ବୁଲଡୋଜରରେ ଆକ୍ରମଣ କରିବା ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଆକ୍ରମଣରେ ହାତୀଟି ଆହତ ହୋଇଛି । ଏହାପରେ ଲୋକଙ୍କ ହୋହଲ୍ଲା ଶୁଣି ଉତ୍ୟକ୍ତ ହାତୀ ପାଖରେ ଥିବା ୱାଚ୍ ଟାୱାରକୁ ଶୁଣ୍ଢରେ ଧକ୍କା ଦେଇଥିଲା । ପଶ୍ଚିମବଙ୍ଗ ମାଲବଜାର ରେଞ୍ଜ ଅଞ୍ଚଳରୁ ଏମିତି ଚିତ୍ର ସାମ୍ନାକୁ ଆସିଛି । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ବିଜୁଳି ବେଗରେ ଭାଇରାଲ୍ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି, କିଛି ଲୋକ ଏକ ଖୋଲା ଜମିରେ ବୁଲୁଥିବା ହାତୀକୁ ଘଉଡ଼ାଉଛନ୍ତି ।

ହାତୀକୁ ଘଉଡେଇବା ପାଇଁ ବୁଲଡୋଜରର ବ୍ୟବହାର କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ତେବେ ପ୍ରତି ଆକ୍ରମଣରେ ବୁଲଡୋଜରକୁ ହାତୀ ମଧ୍ୟ ଶୁଣ୍ଢରେ ପିଟୁଥିବା ଦେଖିବାକୁ ମିଳିଛି । ପ୍ରବଳ ହୋହଲ୍ଲା କରି ଲୋକମାନେ ହାତୀଟିକୁ ଚିଡ଼ାଇ ଦେଇଥିଲେ। ଫଳରେ ହାତୀଟି ସାମ୍ନାରେ ଥିବା ବୁଲଡୋଜରକୁ ଶୁଣ୍ଢରେ ଜୋରରେ ଧକ୍କା ଦେଇଥିଲା। ଯେଉଁଥିରେ ହାତୀର ଶୁଣ୍ଢରେ ଆଘାତ ଲାଗିଥିଲା ।

ଏହାପରେ ହାତୀଟି ପାଖରେ ଥିବା ୱାଚ ଟାୱାରକୁ ଧକ୍କା ଦେଇଥିଲା । ଏହି ସମୟରେ ୱାଚ ଟାୱାରରେ କିଛି ପର୍ଯ୍ୟଟକ ମଧ୍ୟ ରହିଥିଲେ । ସୋସିଆଲ୍ ମିଡିଆରେ ଏହି ଘଟଣା ସମୟର ଭିଡିଓ ଭାଇରାଲ୍ ହେବା ପରେ ମାଲବଜାର ଥାନାର ଦ୍ବାରସ୍ଥ ହୋଇଥିଲେ କିଛି ପରିବେଶବିତ୍। ଏହାପରେ ପୋଲିସ ତଦନ୍ତ କରି ବୁଲଡୋଜରକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ବନ୍ୟଜନ୍ତୁଙ୍କ ପ୍ରତି ଏମିତ ବ୍ୟବହାର ପଶୁପ୍ରେମୀଙ୍କୁ ଆଘାତ ଦେଇଛି ।

ଅଧିକ ପଢ଼ନ୍ତୁ: କି ନିର୍ଦ୍ଦୟ ବାପା-ମା ! ମାଙ୍କଡ଼ ସହ ହାତାହାତି ହେଉଛି କୁନି ପୁଅ; ପରିବାର ଲୋକେ ଦେଖୁଛନ୍ତି

OTV is now on Whatsapp

Join and get latest news update delivered to you via whatsapp

Join Now