• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଯିଏ ଖାଇଛି ସେ ଜାଣିଛି। ଏ ଆଇଟମ ଆଗରେ ଫିକା ପଡିଯିବ ଚିକେନ ହେଉକି ମାଛ ଆଇଟମ୍। ଥରେ ତିଆରି କରି ଖାଇବା ପରେ ବାରମ୍ୱାର ଖାଇବାକୁ ମନ କହିବ...ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ‘ପନିର ପତ୍ରପୋଡ଼ା’ ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଆବଶ୍ୟକ ସାମଗ୍ରୀ:

ପନିର, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ଅଦାରସୁଣ ପେଷ୍ଟ, ଟମାଟୋ ପେଷ୍ଟ, ସୋରିଷ ବଟା, କଞ୍ଚା ଲଙ୍କା ଓ ରିଫାଇନ ତେଲ, ଶାଳ ପତ୍ର।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ପନିରକୁ ଛୋଟ ଛୋଟ କାଟି ରଖନ୍ତୁ।
  • କଟା ପନିରରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ଅଦାରସୁଣ ପେଷ୍ଟ, ଟମାଟୋ ପେଷ୍ଟ, ସୋରିଷ ବଟା, କଞ୍ଚା ଲଙ୍କା ଓ ରିଫାଇନ ତେଲ, ଲୁଣ ପକାଇ ଗୋଳାଇ ଦିଅନ୍ତୁ।
  • ଶାଳପତ୍ରରେ ସୋରିଷ ମସଲା ଗୋଳା ପନିର ରଖି ଗୁଡ଼ାଇ ବାନ୍ଧି ଦିଅନ୍ତୁ।
  • ଏହାପରେ ନିଆଁ ଅଙ୍ଗାରରେ ପନିର ମସଲା ଗୁଡ଼ା ପତ୍ରକୁ ରଖି ତା’ ଉପରେ ଆଉ କିଛି ନିଆଁ ଅଙ୍ଗାର ରଖନ୍ତୁ।
  • ୧୫ରୁ ୨୦ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ପନିର ପତ୍ରପୋଡ଼ା।

ଏବେ ପ୍ରସ୍ତୁତ ହୋଇଗଲା ‘ପନିର ପତ୍ରପୋଡ଼ା’ । ଏହାକୁ ଆପଣ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହାକୁ ବନେଇ ଘର ଲୋକଙ୍କୁ ପରଷନ୍ତୁ ।

OTV is now on Whatsapp

Join and get latest news update delivered to you via whatsapp

Join Now