Advertisment

Udit Narayan Kissing: ଭାଇରାଲ ହେଉଛି ଉଦିତ ନାରାୟଣଙ୍କ ପୁରୁଣା କିସିଂ ଭିଡିଓ

ବର୍ତ୍ତମାନ ଉଦିତଙ୍କ କିଛି ପୁରୁଣା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ ଗାୟିକା ଶ୍ରେୟା ଘୋଷାଲ,ଅଲକା ୟାଗ୍ନିକ ଓ ବଳିଉଡ ଅଭିନେତ୍ରୀ କରିଶ୍ମା କପୁରଙ୍କୁ କିସ କରୁଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
Udit narayan

Udit narayan

ବଲିଉଡର ଲୋକପ୍ରିୟ ଗାୟକଉଦିତ ନାରାୟଣଙ୍କ ପିଛା ଛାଡୁନି ବିବାଦ। ପ୍ରଥମେ ଲାଇଭ ଶୋରେ ଜଣେ ମହିଳା ଫ୍ୟାନଙ୍କ ଓଠକୁ କିସ କରି ବିବାଦରେ ଛନ୍ଦି ହୋଇ ପଡିଥିଲେ ଉଦିତ। ବର୍ତ୍ତମାନ ଉଦିତଙ୍କ କିଛି ପୁରୁଣା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ ଗାୟିକା ଶ୍ରେୟା ଘୋଷାଲ,ଅଲକା ୟାଗ୍ନିକ ଓ ବଳିଉଡ ଅଭିନେତ୍ରୀ କରିଶ୍ମା କପୁରଙ୍କୁ କିସ କରୁଛନ୍ତି। ଭିନ୍ନ ଭିନ୍ନ ରିୟଲିଟି ଶୋରେ ଉଦିତ ୩ ଜଣଙ୍କ ଗାଲକୁ କିସ କରିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ସହିତ ଉଦିତଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଛି।

Advertisment

ଭାଇରାଲ ହେଉଥିବା ଭିଡିଓରେ ଉଦିତ ଏକ କାର୍ଯ୍ୟକ୍ରମରେ ଅଲକାଙ୍କୁ କିସ କରିଥିଲେ। ଏହି ଘଟଣାରେ ଅଲକା ଆଶ୍ଚର୍ଯ୍ୟ ହୋଇଥିବା ତାଙ୍କ ମୁଖଭଙ୍ଗୀରୁ ସ୍ପଷ୍ଟ ଜଣା ପଡୁଥିଲା। ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ ମଧ୍ୟ ସେ ଅଲକାଙ୍କ ଗାଲକୁ କିସ କରିଥିଲେ ଯେଉଁଥିରେ ସେ ଅସହଜ ମନେ ହେଉଥିଲେ।

ଏହା ବ୍ୟତୀତ ଶ୍ରେଷ୍ଠ ପ୍ଲେ ବ୍ୟାକ ସିଙ୍ଗର ପୁରସ୍କାର ଜିତିବା ସମୟରେ ଶ୍ରେୟା ଘୋଷାଲଙ୍କୁ ବଲିଉଡ ଅଭିନେତ୍ରୀ କରିଶ୍ମା କପୁରଙ୍କୁ କିସ କରିଥିଲେ। ଉଭୟ ଶ୍ରେୟା ଓ କରିଶ୍ମା ଏହି ଘଟଣାରେ ବେଶ ଅସହଜ ଦେଖା ଯାଇଥିଲେ। ନିଜ ସଙ୍ଗୀତ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଉଦିତ୍ ଏମିତି ଲଜ୍ଜାଜନକ କାମ କରିଛନ୍ତି । ଏକ ଲାଇଭ୍ ଶୋ’ ସମୟରେ, ଗାୟକ ଜଣେ ମହିଳା ପ୍ରଶଂସକଙ୍କ ଓଠକୁ କିସ୍‌ ଦେଉଥିବା ଘଟଣା ସାମ୍ନାକୁ ଆସିଥିଲା। ଏଥିପାଇଁ ଏବେ ତାଙ୍କୁ ସୋସିଆଲ୍‌ ମିଡ଼ିଆରେ ଟ୍ରୋଲ ହେବାକୁ ପଡ଼ୁଛି ।

Advertisment

ଅଧିକ ପଢ଼ନ୍ତୁ: ଭାଇରାଲ ଗାର୍ଲ ମୋନାଲିସାଙ୍କ ଟେଣ୍ଟରେ ବଳପୂର୍ବକ ପଶିଲେ ଯୁବକ, ଆଉ ତା'ପରେ...

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ଉଦିତ ନାରାୟଣ 'ଟିପ୍ ଟିପ୍ ବରସା ପାଣି' ଗୀତ ଗାଉଥିଲେ । ଏହି ସମୟରେ, ତାଙ୍କର ଜଣେ ମହିଳା ଫ୍ୟାନ୍‌ ତାଙ୍କ ସହିତ ସେଲଫି ନେବାକୁ ମଞ୍ଚ ପାଖକୁ ଆସିଥିଲେ। ସେଲଫି ନେବା ପରେ ମହିଳା ଫ୍ୟାନ୍‌ଜଣକ ତାଙ୍କ ଗାଲରେ ‘କିସ୍‌’ ଦେଇଥିଲେ। ଏହା ପରେ ଗାୟକ ଜଣକ ମହିଳାଙ୍କ ଓଠକୁ ‘କିସ୍‌’ ଦେଇଥିଲେ।

ଅନ୍ୟପକ୍ଷରେ ବିବାଦ ବଢ଼ିବାରୁ ଉଦିତ୍ କହିଛନ୍ତି ଯେ, "ପ୍ରଶଂସକଙ୍କୁ ଖୁସି କରିବାକୁ ଏସବୁ କରିବାକୁ ପଡେ। ନହେଲେ ଆମେ ଏଭଳି ଲୋକ ନୁହଁ। କିଛି ଲୋକ ଏହି ଘଟଣାକୁ ବଢ଼ାଇ ମୋତେ ବିବାଦରେ ଛନ୍ଦିବାକୁ ଚାହୁଁଛନ୍ତି । କିଛି ଲୋକ ଏହାକୁ ପ୍ରୋତ୍ସାହିତ କରନ୍ତି, ଆଉ ଏମିତି କରି ତାଙ୍କ ଭଲ ପାଇବା ଦେଖାଇଥାନ୍ତି। ସେଠାରେ ପ୍ରବଳ ଲୋକ ଥିଲେ, ମୋ ପାଖରେ ବଡ଼ିଗାର୍ଡ଼ ମଧ୍ୟ ଥିଲେ। କିନ୍ତୁ ଫ୍ୟାନ୍‌ ଭାବନ୍ତି କେମିତି ସୁଯୋଗ ପାଇ ସେ ଟିକେ ଭେଟି଼ବେ । ତେଣୁ କିଛି ଲୋକ ତାଙ୍କ ହାତ ବଢାନ୍ତି ହ୍ୟାଣ୍ତସେକ୍‌ କରିବା ପାଇଁ, ଆଉ କିଛି ଲୋକ ମଧ୍ୟ ତାଙ୍କ ହାତ ବଢ଼ାନ୍ତି କିସ୍‌ କରିବା ପାଇଁ । ତେବେ ଏସବୁ ଘଟଣାକୁ ଧ୍ୟାନ ନଦେବା ଭଲ ବୋଲି ସେ କହିଥିଲେ।

ଉଦିତ ନାରାୟଣଙ୍କ ଦୁଇଟି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏରେ, ଜଣେ ମହିଳା ଫ୍ୟାନ୍‌ ସେଲ୍‌ଫି ଉଠାଇବା ପରେ ଚେଷ୍ଟା କରୁଛନ୍ତି ତାଙ୍କ ଗାଲକୁ କିସ୍‌ କରିବାକୁ। ତା’ପରେ ଦେଖିବାକୁ ମିଳୁଛି ଯେ ଗାୟକ ଉଦିତ ତାଙ୍କ ମୁଣ୍ତ ଓ ଓଠକୁ କିସ୍‌ କରିଥିଲେ। ଅନ୍ୟ ଏକ ଭିଡ଼ିଓରେ ଜଣେ ମହିଳା ଫ୍ୟାନ୍‌ ଯାଉଛନ୍ତି ତାଙ୍କୁ ହଗ୍‌ କରିବାକୁ କିନ୍ତୁ ପୁଣି ଉଦିତ୍‌ ତାଙ୍କ ମୁଣ୍ତ ଓ ଓଠକୁ କିସ୍‌ କରୁଥିବା ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

Udit Narayan Karisma Kapoor Shreya Ghoshal
Advertisment
Advertisment