Advertisment

Loot in Disguise: ସୁଟ୍ ବୁଟ୍ ପିନ୍ଧି ବରଯାତ୍ରୀ ବେଶରେ ଆସିଲେ, ଭୋଜି ଖାଇ ୧୦ ଲକ୍ଷର ସୁନା ଗହଣା ଲୁଟିନେଲେ

ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଚୋର ତସ୍କରଙ୍କ ଆତଙ୍କ ବଢିବାରେ ଲାଗିଛିା ଚୋରି କରିବାର ଭିନ୍ନ ଭିନ୍ନ ତରିକା ବାହାର କରୁଛନ୍ତି ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା । ପୂର୍ବରୁ ଆପଣ ଦେଖିଥିବେ ଘରର କବାଟ ଭାଙ୍ଗି କାନ୍ଥ ତାଡି ଲୁଟେରା ମାନେ ଲୁଟ କରୁଥିଲେ। ହେଲେ ଏହି ସ୍ମାର୍ଟ ଲୁଟେରା ଗୋଷ୍ଠୀ ଆପଣେଇଥିଲେ ଭିନ୍ନ ଚାଲ୍। ଆଉ ସମସ୍ତଙ୍କ ଆଖିରେ କଳାକନା ଗେଞ୍ଜି ଲୁଟି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା।

author-image
Saroj Kumar Jena
ଅଦ୍ୟତନ ହୋଇଛି
baarat

baarat

ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଚୋର ତସ୍କରଙ୍କ ଆତଙ୍କ ବଢିବାରେ ଲାଗିଛିା ଚୋରି କରିବାର ଭିନ୍ନ ଭିନ୍ନ ତରିକା ବାହାର କରୁଛନ୍ତି ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା । ପୂର୍ବରୁ ଆପଣ ଦେଖିଥିବେ ଘରର କବାଟ ଭାଙ୍ଗି କାନ୍ଥ ତାଡି ଲୁଟେରା ମାନେ ଲୁଟ କରୁଥିଲେ। ହେଲେ ଏହି ସ୍ମାର୍ଟ ଲୁଟେରା ଗୋଷ୍ଠୀ ଆପଣେଇଥିଲେ ଭିନ୍ନ ଚାଲ୍। ଆଉ ସମସ୍ତଙ୍କ ଆଖିରେ କଳାକନା ଗେଞ୍ଜି ଲୁଟି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା।

Advertisment

ଅଧିକ ପଢ଼ନ୍ତୁ: ହାଇ-ପ୍ରୋଫାଇଲ ଠକ ହଂସିତା-ଅନୀଲଙ୍କୁ ଜେରା କରୁଛି ଆୟକର ବିଭାଗ, ଖୋଲିବ ସବୁ ଗୁମର

ଭୁବନେଶ୍ବରର ଏକ ତାରକା ହୋଟେଲରେ ବିବାହ ଚାଲିଥିଲା। ଏହି ସମୟରେ ସମ୍ପୂର୍ଣ୍ଣ ଥାଟବାଟରେ ହୋଟେଲ ମଧ୍ୟକୁ ପ୍ରବେଶ କଲେ ଲୁଟେରା। ସମସ୍ତ ଲୁଟେରା ନବାବୀ ଥାଟରେ ସୁଟ ବୁଟ ପିନ୍ଧି ଆସିଲେ। ସମସ୍ତଙ୍କ ନଜର ଆଢୁଆଳରେ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କାର ଗହଣା। ଷ୍ଟାର ହୋଟେଲରେ ଆୟୋଜିତ ବିବାହ ଉତ୍ସବରେ କଳା କନା ବୁଲାଇଲେ। ନେଇଗଲେ ହୀରା, ସୁନା ଓ ଟଙ୍କା।

Advertisment

ଭୁବନେଶ୍ବରର ଏକ ତାରକା ହୋଟେଲରୁ ଏହି ଲୁଟ୍ ହୋଇଛି। ପ୍ରାୟ ୧୦ ଲକ୍ଷ ଟଙ୍କାର ହୀରା ଓ ସୁନା ସହ ଅଢେଇ ଲକ୍ଷ ଟଙ୍କା ନେଇ ଛୁ ମାରିଛନ୍ତି ଦୁର୍ବୃତ୍ତ। ତେବେ ସିସିଟିଭିରେ କଏଦ ହୋଇଛି ଏହି ହାଇ ପ୍ରୋଫାଇଲ ଲୁଟେରାଙ୍କ କାରନାମା। ଭୁବନେଶ୍ବର ସ୍ଥିତ ମୈତ୍ରୀ ବିହାର ଥାନାରେ ଏ ସମ୍ପର୍କିତ ଏକ ମାମଲା ରୁଜୁ କରାଯାଇଛି। ଏନେଇ ଏତଲା ପରେ ସିସିଟିଭି ଫୁଟେଜକୁ ଦେଖି ତଦନ୍ତ ଆରମ୍ଭ କରିଛି ମୈତ୍ରୀବିହାର ଥାନା ପୋଲିସ।

ଅଧିକ ପଢ଼ନ୍ତୁ: NAAC ରେଟିଂ ଲାଂଚ ମାମଲା; ୧୦ ଜଣଙ୍କୁ ଗିରଫ କଲା CBI

Loot Marriage
Advertisment
Advertisment