Advertisment

ଲୋୟର ସୁକତେଲ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଗିରଫ, ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା

ଯେଉଁଠି ଦାମୀ ଏରିଆ, ସେଇଠି ଯନ୍ତ୍ରୀ ସୁନୀଲ ବାବୁଙ୍କ ରହିଛି ପ୍ଲଟ । ଭୁବନେଶ୍ବର, ପୁରୀ, କଟକ ହେଉ ଅବା ଢେଙ୍କାନାଳ ସବୁଠି ବାବୁଙ୍କର ଏକର ଏକର ଜମି।

author-image
Santosh Kumar Sahoo
undefined

Vigilance Raid

ଦୁଇଦିନ ଧରି ଭିଜିଲାନ୍ସ ବିଭାଗର ଚଢାଉ । ସାମ୍ନାକୁ ଆସିଛି ଆଖି ଟେରା କରିଦେଲାଭଳି ସମ୍ପତ୍ତି । ଯୁଆଡେ ଦେଖିବ ସିଆଡେ ପ୍ଲଟ କିଣିଛନ୍ତି ଲୋୟର ସୁକତେଲ କନଷ୍ଟ୍ରକ୍ସନ ଡିଭିଜନର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସୁନୀଲ ରାଉତ । ରାଜ୍ୟ ଭିତରେ ତ ଭର୍ତ୍ତି, ଉତ୍ତରପ୍ରଦେଶର ମଥୁରାରେ ବାବୁଙ୍କର ରହିଛି ଦୁଇ ଦାମୀ ପ୍ଲଟ ସହ ଗୋଟିଏ ଫ୍ଲାଟ । ଅମାପ ଧନରେ ବାବୁ ଚାରିଆଡେ ଜମି କିଣିଛନ୍ତି । ଦୁଇ ଦିନର ଚଢାଉ ପରେ ଆଜି ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Advertisment

ଯେଉଁଠି ଦାମୀ ଏରିଆ, ସେଇଠି ଯନ୍ତ୍ରୀ ସୁନୀଲ ବାବୁଙ୍କ ରହିଛି ପ୍ଲଟ । ଭୁବନେଶ୍ବର, ପୁରୀ, କଟକ ହେଉ ଅବା ଢେଙ୍କାନାଳ ସବୁଠି ବାବୁଙ୍କର ଏକର ଏକର ଜମି। ଖାଲି ଏତିକି ନୁହେଁ ରାଜ୍ୟ ବାହାରେ ଉତ୍ତରପ୍ରଦେଶ ମଥୁରାର ବୃନ୍ଦାବନ ନିକଟସ୍ଥ ଚନ୍ଦ୍ରଦ୍ୟୋୟ ମନ୍ଦିର ନିକଟରେ ୨ଟି ଦାମୀ ପ୍ଲଟ ସହ ଗୋଟିଏ ଟୁ ବିଏଚକେ ଫ୍ଲାଟ ମଧ୍ୟ ରହିଛି । ଯାହାର ମୂଲ୍ୟ ଆକଳନ କରାଯାଉଛି । ଏତିକିରେ ସରିନାହିଁ ଲୋୟର ସୁକତେଲ ପ୍ରକଳ୍ପ କନଷ୍ଟ୍ରକ୍ସନ ଡିଭିଜନ ଚିଫ ଇଞ୍ଜିନିୟର ସୁନିଲ ରାଉତଙ୍କ ସମ୍ପତ୍ତି । ଯେତେ ଖୋଳିଲେ ସେତେ ବାହାରୁଛି । ପ୍ଲଟ ଫ୍ଲାଟ ବାଦ ୨ କୋଟି ୨୬ ଲକ୍ଷ ଟଙ୍କାର ଜମା ରାଶି ସହ କୋଟିଏ ୮୬ ଲକ୍ଷ ଟଙ୍କାର ବୀମା ଜମା ରାଶି ଓ ୪୦ ଲକ୍ଷ ୩୯ ହଜାର ଟଙ୍କାର ବ୍ୟାଙ୍କ ଜମାରାଶି ବାହାର କରିଛି ଭିଜିଲାନ୍ସ ବିଭାଗ ।

ତେବେ ଏହା ମଧ୍ୟରେ ଢେଙ୍କାନାଳ ଶପ୍ତଶଯ୍ୟାରେ ୮ ଏକର ଜମିରେ ଥିବା ଫାର୍ମ ହାଉସ ସମସ୍ତଙ୍କୁ ଚକିତ କରିଛି । ଫାର୍ମ ହାଉସ ଭିତରେ ପ୍ରାୟ ୬୦ଟି ଗାଇ ବାଛୁରୀ ରହିଛନ୍ତି। ସେହିଭଳି ହଜାରେ କୁକୁଡା ଥିବା ଭଳି ଏକ ଫାର୍ମ ମଧ୍ୟ ତାହା ଭିତରେ ରହିଛି । ଖାଲି ଏତିକି ନୁହେଁ ଫାର୍ମ ହାଉସ ଭିତରେ ରହିଛି ଏକ ଦୁଇମହଲା ବିଶିଷ୍ଟ ବିଳାଶପୂର୍ଣ୍ଣ କୋଠା । ତେବେ ଏ ସବୁର ମୂଲ୍ୟ ଆକଳନ କରିବା ପାଇଁ ଜଣେ ଭେଟେନାରୀ ଅଫିସରଙ୍କୁ ନିୟୋଜିତ କରାଯାଇଛି ।

Advertisment

ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ରେଡ୍‌ ୯ଟି ସ୍ଥାନରେ କରାଯାଇଛି । ଭୁବନେଶ୍ବରର, ପୁରୀ, ଅନୁଗୁଳ, କଟକ ଓ ବଲାଙ୍ଗୀରରେ ରେଡ୍‌ କରାଯାଇଛି । ରେଡ୍‌ ବେଳେ କୋଟିପତି ଯନ୍ତ୍ରୀଙ୍କର ଭୁବନେଶ୍ବର, ପୁରୀ, ଢେଙ୍କନାଳରେ ୩୪ଟି ପ୍ଲଟ ଥିବା ନେଇ ପ୍ରମାଣ ପାଇଥିଲା ଭିଜିଲାନ୍ସ ବିଭାଗ । ପ୍ଲଟ୍‌ ଓ ଫ୍ଲାଟ୍‌ ବ୍ୟାତୀତ ୯୩୪ ଗ୍ରାମର ସୁନା ଅଳଙ୍କାର, ୨ଟି ଟ୍ରକ, ହ୍ୟୁଣ୍ଡାଇ କ୍ରେଟା ଓ ଥର ଭଳି ୨ଟି ଦାମୀ କାର ଓ ୪ଟି ବାଇକର ପତ୍ତା ମିଳିଛି । ତେବେ ଏହାରି ଭିତରେ ଭିଜିଲାନ୍ସର ନଜର ସୁନିଲଙ୍କର ଥିବା ୨ ଟି ବ୍ୟାଙ୍କ ଲକର ଉପରେ । ଏହାରି ଭିତରେ ଦୁଇ ଦିନ ଧରି ରେଡ୍ କରିବା ପରେ ଆଜି ସୁନିଲ ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ପୂର୍ବ ସରକାରରେ ସୁନିଲଙ୍କ ପରି ଅନେକ ଟିଙ୍କ ଅଫିସର ଅଛନ୍ତି । ଯେଉଁମାନେ ଲୋୟର ସୁକତେଲ ଭଳି ପ୍ରକଳ୍ପରେ ରହି ଲେଉଟିଆ ଶାଗ ଭଳି ଖୁଣ୍ଟି ଖୁଣ୍ଟି ଖାଇ କୋଟିପତି ବନି ଯାଇଛନ୍ତି । ଭିଜିଲାନ୍ସର ଏହି କଡ଼ା ଆଭିମୁଖ୍ୟ ଦେଖି ଅନ୍ୟ ଲାଞ୍ଚଖୋର ଅଫିସରଙ୍କୁ ଜର ।

Vigilance Raid
Advertisment
Advertisment