• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭାରତରେ ସାଧାରଣତଃ ବ୍ୟାଙ୍କ୍ ଚାକିରିକୁ ସମ୍ମାନର ସହିତ ନିଆଯାଏ। ଏହା ଯଦି ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ହୁଏ ତେବେ ଖୁସି କହିଲେ ନ ସରେ। ଆପଣ ଯଦି SBIରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ହାତମୁଠାରେ। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ନିଯୁକ୍ତି ମାଧ୍ୟମରେ SBIରେ ଅଫିସର ଓ କ୍ଲର୍କ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ୍ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୬୮ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ SBIର ଅଫିସିଆଲ୍ ୱେବ୍‌ସାଇଟ୍‌ https://sbi.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SBI Recruitment Apply for 68 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୪ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୪ ଅଗଷ୍ଟ ୨୦୨୪

ଖାଲି ପଦବୀ:

  • ଅଫିସର୍(ସ୍ପୋର୍ଟ୍ସପର୍ସନ୍) – ୧୭ଟି ପୋଷ୍ଟ୍
  • କ୍ଲର୍କ(ସ୍ପୋର୍ଟ୍ସପର୍ସନ୍) – ୫୧ଟି ପୋଷ୍ଟ୍
  • ମୋଟ ପଦବୀ – ୬୮ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ସ୍ନାତକ ଡିଗ୍ରୀ
  • ଗତ ୩ ବର୍ଷ ମଧ୍ୟରେ ସମ୍ପୃକ୍ତ କ୍ରୀଡ଼ାରେ ଯେକୌଣସି ଆନ୍ତର୍ଜାତୀୟ ଖେଳରେ ଦେଶକୁ ପ୍ରତିନିଧିତ୍ୱ କରିଥିବା ଜରୁରୀ
  • ଏକ ଜାତୀୟ ପ୍ରତିଯୋଗିତାରେ ରାଜ୍ୟକୁ ପ୍ରତିନିଧିତ୍ୱ କରିଥିବେ କିମ୍ବା ଯେକୌଣସି ସ୍ତରୀୟ ପ୍ରତିଯୋଗିତାରେ କିମ୍ବା ବିଶ୍ୱବିଦ୍ୟାଳୟକୁ ଏକ ଆନ୍ତଃ-ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିବେ କିମ୍ବା ଏକ ମିଳିତ ବିଶ୍ୱବିଦ୍ୟାଳୟ ଟିମ୍‌ର ସଦସ୍ୟ ହୋଇଥିବା ଆବଶ୍ୟକ।
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଏହି ଖେଳ ବିଚାରକୁ ନିଆଯିବ:

  • ବାସ୍କେଟବଲ୍
  • କ୍ରିକେଟ୍
  • ଫୁଟବଲ୍
  • ହକି
  • ଭଲିବଲ୍
  • କବାଡି
  • ଟେବୁଲ୍ ଟେନିସ୍
  • ବ୍ୟାଡ୍‌ମିଣ୍ଟନ୍

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦/୨୧ ବର୍ଷ
  • ସର୍ବାଧିକ ବୟସ – ୨୮/୩୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ଅଫିସର୍(ସ୍ପୋର୍ଟ୍ସପର୍ସନ୍) – ୮୫,୯୨୦ଟଙ୍କା
  • କ୍ଲର୍କ(ସ୍ପୋର୍ଟ୍ସପର୍ସନ୍) – ୬୪,୪୮୦ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/EWS/OBC – ୭୫୦ଟଙ୍କା
  • SC/ ST/ PwBD/– ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ୩ ମୂଲ୍ୟାଙ୍କନ ପାରାମିଟର ଅନୁସାରେ ଚୟନ
  • ପାରାମିଟର ୧ - କ୍ରୀଡ଼ାରେ ସ୍ୱୀକୃତିପ୍ରାପ୍ତ ସଫଳତାର ମୂଲ୍ୟାଙ୍କନ
  • ପାରାମିଟର ୨ - ସାଧାରଣ ବୁଦ୍ଧି / ଖେଳରେ ଜ୍ଞାନ / ବ୍ୟକ୍ତିତ୍ୱ
  • ପାରାମିଟର ୩ - ସକ୍ରିୟତା ଏବଂ ଶାରୀରିକ ସୁସ୍ଥତା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

OTV is now on Whatsapp

Join and get latest news update delivered to you via whatsapp

Join Now