• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ପ୍ୟାରିସ ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଫରଫର ଉଡ଼ିଲା ତ୍ରିରଙ୍ଗା। ଭାରତୀୟ କଣ୍ଟିନଜେଣ୍ଟର ନେତୃତ୍ବ ନେଇ ଫ୍ଲାଗ୍ ବିୟରର୍ ସାଜିଲେ ବ୍ୟାଡମିଣ୍ଟନ ଷ୍ଟାର୍ ପି.ଭି. ସିନ୍ଧୁ ଓ ଟେବଲ୍ ଟେନିସ୍ ଲିଜେଣ୍ଡ୍ ଅଚନ୍ତା ଶରତ କମଳ। ତ୍ରିରଙ୍ଗା ଥିମ୍ କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ଭାରତର ୭୮ ଖେଳାଳି। ପ୍ୟାରିସ ମଝି ଦେଇ ବହିଥିବା ସେନ୍ ନଦୀରେ ନୌକାରେ ଦେଶ ମାନଙ୍କର ପରେଡ୍ ଅନୁଷ୍ଠିତ ହୋଇଥିଲା ।

ଭାରତୀୟ ଖେଳାଳି ଓ ଷ୍ଟାଫ ମାନେ ହାତରେ ତ୍ରିରଙ୍ଗା ଧରି ଏଥିରେ ସାମିଲ ହୋଇଥିଲେ । ପ୍ୟାରିସ ଅଲିମ୍ପିକ୍ସରେ ଚଳିତଥର ଭାରତରୁ ଭାଗ ନେଉଛନ୍ତି ସର୍ବାଧିକ ୧୧୭ ଜଣିଆ କଣ୍ଟିନଜେଣ୍ଟ। ସେଥିରେ ୪୭ ଜଣ ମହିଳା ଓ ୭୦ ପୁରୁଷ କ୍ରୀଡ଼ାବିତ୍ ଅଛନ୍ତି । ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ସର୍ବାଧିକ ୨୯ଜଣ ଏବଂ ସୁଟିଂରେ ୨୧ ଜଣ ପ୍ରତିଦ୍ବନ୍ଦ୍ବିତା କରିବେ।...

ସେପଟେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ଦିଅନ୍ତୁ ଏବଂ ଆମକୁ ପ୍ରେରଣା ଯୋଗାନ୍ତୁ ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ମୋଦି। 

ସୂଚନା ଅନୁସାରେ ୨୬ ଜୁଲାଇରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଶ୍ୱ କ୍ରୀଡାର ଏହି ସମ୍ମାନଜନକ ଇଭେଣ୍ଟରେ ଭାରତୀୟ ଆଥଲେଟ୍ ଭିନ୍ନ ଭିନ୍ନ ସମୟରେ ନିଜର ଲଢ଼ୁଆ ପ୍ରଦର୍ଶନ ଦେଖାଇବେ । ବିଶ୍ୱର ଶ୍ରେଷ୍ଠ ଆଥଲେଟଙ୍କ ମଧ୍ୟରେ ମୋଟ ୪୫ ପ୍ରକାର ଖେଳରେ କଡ଼ା ପ୍ରତିନ୍ଦ୍ୱନ୍ଦ୍ୱୀତା ହେବ । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତ, ୧୧୭ ଜଣ ଆଥଲେଟ୍ ପଠାଇଛି ।  

ଭାରତ ଏଥର ନିଜର ସମସ୍ତ ଆଥଲେଟଙ୍କ ଠାରୁ ବହୁତ କିଛି ଆଶା ରଖିଛି । ଗତଥର ଟୋକିଓ ଅଲମ୍ପିକ୍ସରେ ଭାରତ ମୋଟ ୭ଟି ପଦକ ଜିତିଥିଲା, ଯେଉଁଥିରେ ଗୋଟିଏ ମାତ୍ର ସ୍ୱର୍ଣ୍ଣ ପଦକ ରହିଥିଲା, ଯାହାକୁ ନୀରଜ ଚୋପ୍ରା, ଜାଭେଲିନ୍ ଥ୍ରୋରେ ଜିତିଥିଲେ । ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଓ ମୋଟ ପଦକ ଅଧିକ ସଂଖ୍ୟାରେ ଜିତିବା ନେଇ ଏଥର ଆଶା ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now