Advertisment

NEET-UG: ଆସିଲା ଫାଇନାଲ ରେଜଲ୍ଟ, ଏଥର ୧୭ ଟପ୍ପର

ପୂର୍ବରୁ ୬୧ ଜଣ ଛାତ୍ରଛାତ୍ରୀ ଟପ୍ପର ହୋଇଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
NEET-UG result

NEET-UG result

ନିଟ୍ ୟୁଜି ପରୀକ୍ଷା-୨୦୨୪ର ଆସିଲା ରେଜଲ୍ଡ। ଗତକାଲି ସଂଶୋଧିତ ଫଳ ତାଲିକା ପ୍ରକାଶ କରିଛି-ଏନଟିଏ। ରେଜଲ୍ଟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ଏଥର ମୋଟ ୧୭ ଜଣ ପରୀକ୍ଷାର୍ଥୀ ଟପ୍ପର ହୋଇଛନ୍ତି।  ଅର୍ଥାତ୍ ସେମାନଙ୍କ ମାର୍କ ୭୨୦ରୁ ୭୨୦ ରହିଛି। ପୂର୍ବରୁ ୬୧ ଜଣ ଛାତ୍ରଛାତ୍ରୀ ଟପ୍ପର ହୋଇଥିଲେ।

Advertisment

ପ୍ରଥମେ ଗତ ଜୁନ୍ ୪ ତାରିଖରେ ମୋଟ ୬୭ ପିଲା ଟପ୍ପର ହୋଇଥିଲେ। ଯାହାକୁ ନେଇ ବଢିଥିଲା ସନ୍ଦେହ। ତେବେ କିଛି ଛାତ୍ରଛାତ୍ରୀଙ୍କ ଲସ୍ ଅଫ୍ ଟାଇମ୍ ପାଇଁ ମିଳିଥିବା ଗ୍ରେସ ମାର୍କକୁ ରଦ୍ଦ କରିଦେଇଥିଲେ ସୁପ୍ରିମକୋର୍ଟ। ଏହାପରେ ଟପ୍ପର ସଂଖ୍ୟା ୬୧କୁ ଖସିଆସିଥିଲା। ପରେ ସେହି ୬୧ ଜଣଙ୍କ ମଧ୍ୟରୁ ୪୪ ଜଣ ଟପ୍ପର ଚିହ୍ନଟ ହୋଇଥିଲେ। ଏବେ ତାହା ୧୭କୁ ଖସିଆସିଛି। ଖୁବଶୀଘ୍ର ଅନଲାଇନ୍ କାଉନସେଲିଂ ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କ ଆଡମିଶନ ଆରମ୍ଭ ହେବ।

ତେବେ କିଛି ଦିନ ପୂର୍ବରୁ ନିଟ୍-ୟୁଜିକୁ ନେଇ ଆସିଥିଲା ସୁପ୍ରିମକୋର୍ଟଙ୍କ ଫାଇନାଲ୍ ଫୈସଲା । ପୁଣି ଥରେ ପରୀକ୍ଷା କିମ୍ବା ପୁନଃପରୀକ୍ଷା ଆଉ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ ସର୍ବୋଚ୍ଚ ଅଦାଲତ। କହିଥିଲେ, ପରୀକ୍ଷାର ପବିତ୍ରତା ଭଙ୍ଗ ହୋଇଥିବାର ସେଭଳି କୌଣସି ଯଥେଷ୍ଟ ପ୍ରମାଣ ନାହିଁ। ପୁଣି ଥରେ ଯଦି ପରୀକ୍ଷା କରାଯାଏ, ତେବେ ଦେଶର ୨୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବାର ଆଶଙ୍କା ରହୁଥିଲା। 

Advertisment

ଲିକ୍ ଓ ଅନ୍ୟାନ୍ୟ ଅନିୟମିତତା ଆଧାରରେ ନିଟ୍-ୟୁଜିର ପୁନଃପରୀକ୍ଷା ପାଇଁ ହୋଇଥିବା ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଶୁଣାଣି ସମୟରେ ୭୧୧ ମାର୍କ ହାସଲ କରିଥିବା ଆବେଦନକାରୀ ପରୀକ୍ଷାରେ ଏକ ପ୍ରଶ୍ନକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ଅସ୍ପଷ୍ଟ ବିକଳ୍ପ ଥିଲା ।  ଆବେଦନକାରୀଙ୍କ କହିବା ଅନୁଯାୟୀ, ଏନ୍‌ସିଇଆର୍‌ଟିର ନୂଆ ସଂସ୍କରଣ ଅନୁଯାୟୀ ସେହି ପ୍ରଶ୍ନର ବିକଳ୍ପ-୪ଟି ଯାକ ହିଁ ଠିକ୍ ଉତ୍ତର ଥିଲା। ତେବେ ପୂର୍ବ ସଂସ୍କରଣ ଅନୁଯାୟୀ ବିକଳ୍ପ-୨ ଠିକ୍ ଥିବାରୁ ଏହାକୁ ବାଛିଥିବା ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ମଧ୍ୟ ଦିଆଯାଇଥିଲା ।

ବିଶେଷଜ୍ଞ କମିଟି ଏହି ପ୍ରଶ୍ନର ଅନୁଧ୍ୟାନ କରି ସୁପ୍ରିମ୍‌କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। କେବଳ ଗୋଟିଏ ବିକଳ୍ପ ଠିକ୍ ଥିଲା, ତାହା ହେଉଛି ବିକଳ୍ପ-୪ ବୋଲି କମିଟି ସ୍ପଷ୍ଟ ଭାବେ ମତ ଦେଇଥିଲେ। ଫଳରେ ଭୁଲ୍‌ ଉତ୍ତର ଦେଇଥିବା ୪.୨ ଲକ୍ଷ ଛାତ୍ରଛାତ୍ରୀ ୪ ମାର୍କ ସହ ନେଗେଟିଭ୍‌ ମାର୍କିଙ୍ଗ୍‌ ପାଇଁ ୧ ମାର୍କ ମିଶାଇ ସମୁଦାୟ ୫ ମାର୍କ ହରାଇବେ ବୋଲି ଜଣା ପଡ଼ିଥିଲା । 

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ, ମାମଲାର ବିଚାର କରି ଏହି ରାୟ ଦେଇଥିଲେ। କହିଥିଲେ, NTA ଏବଂ ଆଇଆଇଟି ମାଡ୍ରାସ ପକ୍ଷରୁ ଦାଖଲ କରାଯାଇଥିବା ତଥ୍ୟର ଅନୁଧ୍ୟାନ କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଛି ଯେ, ସେଭଳି ବ୍ୟାପକ ମାତ୍ରାରେ ପେପର୍ ଲିକ୍ ହୋଇନାହିଁ। ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଦର୍ଶାଇ ପୁନଃପରୀକ୍ଷା କରିବାକୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଥିଲା । ଏହାର ଶୁଣାଣି କରି ପୁନଃପରୀକ୍ଷାର ଆବଶ୍ୟକତା ନାହିଁ ବୋଲି କହିଥିଲେ ସୁପ୍ରିମକୋର୍ଟ।

Supreme Court PIL
Advertisment
Advertisment