/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722055524.jpg)
Building Collapsed
ଶନିବାର ସକାଳେ ମହାରାଷ୍ଟ୍ରର ନାଭି ମୁମ୍ବାଇରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଲଗାଣ ବର୍ଷା ହେତୁ ତିନି ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଛି। ଘର ଭୁଶୁଡ଼ିବା ଫଳରେ ଅନେକ ଲୋକେ ଏହା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ପୋଲିସ, ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ନାଭି ମୁମ୍ବାଇର ଶାହାବାଜ ଗାଁରେ ଏହି ଘଟଣା ଘଟିଛି। ମ୍ୟୁନିସିପାଲିଟି କର୍ପୋରେସନ କମିଶନର କୈଲାଶ ସିନ୍ଦେ କହିଛନ୍ତି ଯେ ସକାଳ ପ୍ରାୟ ୫ ଟାରେ କୋଠାଟି ଭୁଶୁଡି ପଡିଛି। ଏହା ଏକ G3 କୋଠା ରହିଥିଲା । ଏହି ଗାଁ ବେଲାପୁର ୱାର୍ଡ ଅଧିନରେ ଆସୁଛି । ବିଲଡିଂରେ ୧୩ଟି ଫ୍ଲାଟ ରହିଥିଲା । ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଦୁଇଜଣ ଫଶି ରହିଥିବାର ସମ୍ଭାବନା ରହିଛି । NDRF ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ଚାଲିଛି।
ଉଦ୍ଧାର ହୋଇଥିବା ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ନାଭି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ କମିଶନର କହିଛନ୍ତି ଯେ ଏହା ମାତ୍ର ୧୦ ବର୍ଷ ପୁରୁଣା କୋଠା ଥିଲା । ତଦନ୍ତ ଚାଲିଛି । ବିଲଡିଂ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସୂଚନାଯୋଗ୍ୟ, ୭ ଦିନ ପୂର୍ବେ ଦକ୍ଷିଣ ମୁମ୍ବାଇର ଏକ ଚାରି ମହଲା ବିଶିଷ୍ଟ ଆବାସିକ କୋଠାର ବାଲକୋନିର ଏକ ଅଂଶ ଭୁଶୁଡି ପଡିଥିଲା। ଯେଉଁଥିରେ ଜଣେ ୮୦ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଥିଲେ। ଗତ ସପ୍ତାହରେ ଏହି ଘଟଣା ଘଟିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)