Advertisment

ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା!୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

author-image
Pallipuspa Samal
ଅଦ୍ୟତନ ହୋଇଛି
weather

weather

ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ୧୦ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Advertisment

କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ସୋନପୁର, ବରଗଡ଼, କଟକ, ନୟାଗଡକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଜାରି ରହିବା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

୨୮ ତାରିଖ ଯାଏ ଜାରି ରହିବ ବର୍ଷା । ସେପଟେ ମାଲାକାନଗିରି ମୋଟୁ ସୀମାରେ ଫୁଲୁଛି ଗୋଦାବରୀ । ୩୨୬ ନମ୍ବର ଏନଏଚରେ ଘାଇ ହୋଇଥିବାରୁ ସପ୍ତାହେରୁ ଅଧିକ ସମୟ ହେଲା ପ୍ରଭାବିତ ହୋଇଛି ଯାତାୟାତ । ସେହିପରି ପ୍ରବଳ ବର୍ଷାରେ ସୁବର୍ଣ୍ଣପୁର ବିନିକା ବ୍ଲକ ରାସ୍ତା ଧୋଇଯାଇଛି । ସୁବର୍ଣ୍ଣପୁର ବିନିକା ବ୍ଲକ ବାଉସୁଣୀରୁ କଇନ୍ତରା ଗାଁକୁ ଯାଇଥିବା ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇଯାଇଛି ।

Advertisment

ରାସ୍ତାରେ ପ୍ରାୟ ୮ଫୁଟର ଏକ ଘାଇ ସୃଷ୍ଟି ହୋଇଛି । ଫଳରେ ବାଉଁସୁଣୀ, କଇନ୍ତରା, ଘଣ୍ଟୋପାଳି, ଫବସି ଆଦି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତବର୍ଷ ମଧ୍ୟ ସମାନ ସ୍ଥାନରେ ଘାଇ ହୋଇଥିବା ବେଳେ ଏଥର ବି ଘାଇ ପଡିଛି । ତୁରନ୍ତ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସେପଟେ ଦେବଭୂମି ଉତ୍ତରାଖଣ୍ଡରେ ଦୟନୀୟ ସ୍ଥିତି । ପ୍ରବଳ ବର୍ଷା ପରେ ଭାସିଗଲା ମଦମହେଶ୍ୱର ମନ୍ଦିର ନିକଟରେ ଥିବା ପୋଲ । ଫସିଛନ୍ତି ୫୦ ଜଣ ତୀର୍ଥଯାତ୍ରୀ ଏବଂ ସ୍ଥାନୀୟ ଲୋକ । ଅସ୍ଥାୟୀ କାଠ ପୋଲ ଭାସିଯିବାରୁ ଆସି ପାରୁନାହାନ୍ତି ଲୋକେ । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ହେବାରୁ ତୀର୍ଥଯାତ୍ରା ସ୍ଥଗିତ ରଖାଯାଇଛି ।

ଲଗାଣ ବର୍ଷା ପରେ ମାର୍କଣ୍ଡ ନଦୀ ଉପରେ ନିର୍ମିତ ଏକ କାଠ ପୋଲ ଧୋଇ ହୋଇଯାଇଛି, ଯାହା ଫଳରେ ମନ୍ଦିରକୁ ଯିବା ଆସିବାରେ ବାଧା ସୃଷ୍ଟି ହୋଇଛି । ମଦମହେଶ୍ୱର ମନ୍ଦିର ଉତ୍ତରାଖଣ୍ଡର ପଞ୍ଚ କେଦାର ଗୋଷ୍ଠୀର ଏକ ଅଂଶ । କାଠ ପୋଲ ଭାସିଯିବା ଫଳରେ ତୀର୍ଥଯାତ୍ରୀମାନେ ସେଠାରେ ଫସି ରହିଛନ୍ତି ।

Weather Update
Advertisment
Advertisment