ଶେଷରେ ପାଟକୁରା ପୋଲିସ ଉଭୟ ଠକ ଦଂପତି ବୀଣା ମିଶ୍ର ଓ ବିଭୁ ମିଶ୍ରକୁ ଗିରଫ କରିଛି।
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସ୍ଥିତିର ସମୀକ୍ଷା କରିଛନ୍ତି । କହିଛନ୍ତି କିଭଲି ଲୋକଙ୍କ ପାଖରେ ଭଲ ପାଣି ପହଞ୍ଚିବ ସେଥିପାଇଁ ସମ୍ବଲପୁର ମୁନସିପାଲଟିକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜଧାନୀରେ ମାତିଛନ୍ତି ମାଟି ମାଫିଆ । ମଳିପଡ଼ା ପଞ୍ଚାୟତର ଗୋଠପାଟଣା ଜଙ୍ଗଲ ଜମିରୁ ବେଆଇନ ଭାବେ ମାଟି ଉଠା ଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।
ଦିନ ୧୧ଟାରେ ରଥ ପ୍ରତିଷ୍ଠା ପରେ ଦିନ ଗୋଟାଏ ୧୦ରେ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି। ଆଜି ରଥଯାତ୍ରା ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏବର୍ଷ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ପଡୁଛି।
ଆମେ ଯଦି ଆପଣଙ୍କୁ କହିବୁ ଯେ ଆପଣ ନିଜ ସ୍ମାର୍ଟଫୋନ୍କୁ ଭୁଲ୍ ଚାର୍ଜ କରୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବିବେ ଥଟ୍ଟା କରୁଛନ୍ତି। ଆପଣ କହିବେ ‘ମୁଁ ଏତେ ବର୍ଷ ଧରି ମୋବାଇଲ୍ ବ୍ୟବହାର କରୁଛି ଏବଂ ଆପଣ ମୋତେ କହିବେ ଫୋନ୍ କିପରି ଚାର୍ଜ କରିଯାଏ? ତେବେ ସମସ୍ୟା ଏପରି ଯେ ଅଧିକାଂଶ ଲୋକ ଏହା ବିଷୟରେ ଅବଗତ ନୁହଁନ୍ତି।
ସାପ କାମୁଡାରେ ସାପ ଧରାଳିଙ୍କ ମୃତ୍ୟୁ । ସାମାନ୍ୟ ଅସାବଧାନତାରୁ ଅକାଳରେ ଚାଲିଗଲା ଜୀବନ ।
ମୁଖ୍ୟମନ୍ତ୍ରୀଙ୍କ ଖଣି ଯଚା ମନ୍ତବ୍ୟର ଜବାବ ରଖିଲା ବିଜେଡି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।
୨୬ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ।
ଆସନ୍ତାକାଲି କଳା ଦିବସ ପାଳିବ ବିଜେପି । ଜୁନ୍ ୨୫କୁ କଳା ଦିବସ ଭାବେ ପାଳନ କରିଆସୁଛି ବିଜେପି । ଜରୁରୀକାଳୀନ ପରିସ୍ଥିତି ଘୋଷଣାକୁ ବିରୋଧ କରି ପ୍ରତିବାଦ ।
ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଓଡ଼ିଶାରୁ ଆରମ୍ଭ ହେବ ବସ୍ ସେବା । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ।
ରଥ ଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ବସ୍ ଗଡ଼ିବ।ରାଜ୍ୟର ୩୧୪ ବ୍ଲକରୁ ପୁରୀକୁ OSRTC ବସ୍ ଗଡ଼ିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
୧୦ ଦିନ ହେଲା ଡିପଥେରିଆର ନୂଆ ମାମଲା ଆଉ ସାମ୍ନାକୁ ଆସିନି । ସମସ୍ତଙ୍କୁ ଟିକାକରଣ କରାଯାଉଛି ।
ଲୋକସେବା ଭବନରେ ଦାୟିତ୍ବ ନେବା ପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ, ନିର୍ଦ୍ଦିଷ୍ଟ ସମୟରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ମହାପ୍ରଭୁଙ୍କ ଅଳଙ୍କାର ଓ ଅନ୍ୟ ସମ୍ପତ୍ତିର ଗଣତି କରାଯିବ ।
ସୋନାକ୍ଷୀଙ୍କ ବିବାହକୁ ନେଇ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦମ୍ପତିଙ୍କୁ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜହୀରଙ୍କ ଘରେ ତାଙ୍କ ଭଉଣୀ ଉଭୟଙ୍କୁ ସ୍ୱାଗତ କରୁଥିବା ଦେଖାଯାଏ। ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି ଏବଂ ପ୍ରଶଂସକଙ୍କ ଠାରୁ ପ୍ରେମ ପାଇବାରେ ଲାଗିଛି।
ତେବେ ଖୋଦ୍ ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଘଟିଛି ଯେ, ଆପଣଙ୍କ ହୋଶ୍ ଉଡ଼ିଯିବ । ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ଜଣେ ବ୍ୟକ୍ତି ନିଜର ଯାଆଁଳା ଝିଅଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ହତ୍ୟା କରି ପୋତି ଦେଇଥିବା ଅଭିଯୋଗ ହୋଇଛି ।
ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ପୋଲିସ ଅଧିକାରୀଙ୍କୁ ପରକୀୟାପ୍ରିତି ମହଙ୍ଗା ପଡ଼ିଛି । ଅଧିକାରୀଙ୍କ ପରକୀୟାପ୍ରିତି ଧରାପଡ଼ିବା ପରେ ଡେପୁଟି ଏସ୍ପି ରାଙ୍କରୁ ସିଧାସଳଖ ସେ କନଷ୍ଟେବଳକୁ ଖସି ଆସିଛନ୍ତି।
ଭାରତରେ ଲଗାତାର ଭାବେ ବଢ଼ି ଚାଲିଛି ପରିବା ଦର । ନିର୍ବାଚନ ଶେଷ ହେବା ପରେ ଯେପରି ବଜାର ଦରରେ ରୋକ୍ ଲାଗୁନି । ଆଲୁ ମହଙ୍ଗା, ଡାଲି ମହଙ୍ଗା.. ଫଳ ମହଙ୍ଗା । ଖାଉଟି ବଜାରକୁ ବାଧୁଛି ପରିବା ଦର ।
ଫୁଟପାଥ ଏବଂ ଚାଲିବା ପାଇଁ ସୁରକ୍ଷିତ ସ୍ଥାନ ଏକ ମୌଳିକ ଅଧିକାର। ଆମେ ଆମ ପିଲାମାନଙ୍କୁ ଫୁଟପାଥରେ ଚାଲିବାକୁ କହିଥାଉ, କିନ୍ତୁ ଯଦି ଚାଲିବାକୁ ଫୁଟପାଥ୍ ନାହିଁ, ତେବେ ଆମେ ଆମ ପିଲାମାନଙ୍କୁ କ’ଣ କହିବୁ?
ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଟି-୨୦ ବିଶ୍ବକପ୍ ସୁପର ଏଇଟ୍ ପର୍ଯ୍ୟାୟରେ ଆଜି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ । ରାତି ୮ଟାରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।
ନ୍ୟୁ ଜର୍ସି ହାଇସ୍କୁଲରେ ମୋଟ୍ ୪୧୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରେଜଲ୍ଟ ଆସିବା ପରେ ତାଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ଦିଆଯାଉଥିଲା। ଏହି ଅବସରରେ ବ୍ୟାଚରେ ଅନେକ ଯାଆଁଳା ଛାତ୍ରଛାତ୍ରୀ ମଞ୍ଚକୁ ଆସିଥିଲେ।
ଆଳୁ, ପିଆଜ ଦର ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ, ନାଶିକରେ ପିଆଜ ଦର ବଢ଼ିଥିବାରୁ ଏଭଳି ସ୍ଥିତି ଉପୁଜିଛି । ଆସାମ ଓ ପଶ୍ଚିମବଙ୍ଗରେ ଆଳୁ ଦର ବଢ଼ିବାରୁ ରାଜ୍ୟରେ ଦେଖିବାକୁ ମିଳିଛି ପ୍ରଭାବ ।
ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଉଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଗିନ୍ନି ହିସଲପ୍ ନିଜ ବ୍ୟକ୍ତବ୍ୟରେ କହିଥିଲେ, ଏହି ଦିନ ପାଇଁ ଦୀର୍ଘ ସମୟ ଅପେକ୍ଷା କରିଛନ୍ତି। ଏଥିପାଇଁ ତାଙ୍କ ପୁରା ପରିବାର ତାଙ୍କୁ ସହଯୋଗ କରିଛି। ସମାରୋହରେ, ନାତି ନାତୁଣୀମାନେ ଯୋଗ ଦେବା ସହ ତାଙ୍କୁ ସମର୍ଥନ କରିଥିଲେ।
ସାଉଦ ଆରବସ୍ଥିତ ମକ୍କାରେ ଅସହ୍ୟ ଗରମ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ଅତିକମ୍ରେ ୧୩୦୦ ହଜ୍ ଯାତ୍ରୀଙ୍କ ଜୀବନ ଗଲାଣି ।
ଏଲନ ମସ୍କଙ୍କ ପତ୍ନୀ ଶିଭନ ଜିଲିସ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଏହାକୁ ମିଶାଇ ମସ୍କ ମୋଟ୍ ୧୨ଜଣ ସନ୍ତାନର ପିତା ହୋଇଛନ୍ତି। ଶିଶୁର ନାମ ଏବଂ ଲିଙ୍ଗ ବିଷୟରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।