Advertisment

୩ ମାସ ପରେ ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଆଜିଠୁ ଖୋଲୁଛି ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୩ ମାସ ପରେ ଆଜିଠୁ ଖୋଲୁଛି ଭିତରକନିକା । ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ କାରଣରୁ ବନ୍ଦ ଥିଲା ।

author-image
Pallipuspa Samal
ଅଦ୍ୟତନ ହୋଇଛି
Bhitarakanika National Park To Be Open Today

Bhitarakanika National Park

ଦୀର୍ଘ ତିନି ମାସ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି ଭିତରକନିକା ଜାତୀୟ ଉଦ୍ୟାନ। ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ କାରଣରୁ ଭିତରକନିକାକୁ ବନ୍ଦ ରଖାଯାଇଥିଲା । ପର୍ଯ୍ୟଟକମାନଙ୍କୁ ନିଆରା ଅନୁଭୂତି ଦେବାପାଇଁ ଚଳିତବର୍ଷ ଡାଙ୍ଗମାଳ ଠାରେ ୧୫ ଫୁଟ ଉଚ୍ଚରେ ବନ ବିଭାଗ କରିଛି ସ୍କାଏ ୱାକ୍ । ଏହାର ଲମ୍ବ ୬୦୦ ମିଟର ରହିଛି। ଏହା ଉପର ଦେଇ ଯିବା ବେଳେ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବା ସହ ଜାତିଜାତିକା ପକ୍ଷୀ, ହରିଣ ଓ ସରୀସୃପମାନଙ୍କୁ ଦେଖିବାକୁ ପାଇବେ।

Advertisment

ଏହା ବ୍ୟତୀତ ଭିତରକନିକାରେ ପ୍ରବାହିତ ନଦୀ ମଧ୍ୟରେ ରହଣି ପାଇଁ ମଧ୍ୟ ଚଳିତବର୍ଷ ୪ଟି କାଟା ମେରାଇନ ବୋଟର ସୁବିଧା ରହିଛି । ଫଳରେ ନଦୀ ଭିତରେ ସୌଖିନ ବୋଟରେ ପଞ୍ଚତାରକା ହୋଟେଲର ମଜା ନେଇପାରିବେ ପର୍ଯ୍ୟଟକ।

ଭିତରକନିକାକୁ ପ୍ରବେଶ ପାଇଁ ଦୁଇଟି ଜଳପଥ ଓ ଗୋଟିଏ ସ୍ଥଳ ପଥ ରହିଛି। ଜଳ ପଥ ପାଇଁ ଖୋଳା ଓ ଗୁପ୍ତିରେ ବୋଟ୍ ଯୋଗେ ପର୍ଯ୍ୟଟକ ଆସିବା ପାଇଁ ସୁବିଧା ଥିବା ବେଳେ, ସ୍ଥଳପଥରେ ସିଧା ଡାଙ୍ଗମାଳ ଜାତୀୟ ଉଦ୍ୟାନ ପାଖରେ ପହଂଚିବା ପାଇଁ ସୁବିଧା ଅଛି । ବନ ବିଭାଗ ପର୍ଯ୍ୟଟକଙ୍କ ସୁବିଧା ଦୃଷ୍ଟିରୁ ପରିଚୟପତ୍ର ବାଧ୍ୟତାମୂଳକ କରିବା ସହ ପ୍ଲାଷ୍ଟିକ ଓ ପଲିଥିନକୁ ସମ୍ପୂର୍ଣ ନିଷେଧ କରିଛି।

Advertisment

Bhitarakanika National Park
Advertisment
Advertisment