/odishatv-khabar/media/post_attachments/uploadimage/library/16_9/16_9_0/landslide_1722482336.jpg)
landslide
କେରଳ ୱାଏନାଡ ଭୂସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ୨୫୦ରୁ ଅଧିକକୁ ବୃଦ୍ଧି। କେବଳ ଚେଲିୟାର ନଦୀରୁ ଏପର୍ଯ୍ୟନ୍ତ ମିଳିଲାଣି ୮୦ରୁ ଅଧକ ଶବ । ଏବେବି ୧୯୦ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ସର୍ଚ୍ଚ ଅପରେସନ ଜୋରାଦାର ଚାଲିଛି । ଏପେଟ ୱାଏନାଡ ଭୂସ୍ଖଳନରେ ଜଣେ ଓଡ଼ିଆ ଡ଼ାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଡାକ୍ତର ଏବେବି ନିଖୋଜ । ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ୨ ଜଣ ଅଧିକାରୀ ୱାଏନାଡ ଯାଇଥିବା ବେଳେ ଆଜି ସେଠାରେ ମୃତଦେହ ଚିହ୍ନଟ କରାଯିବ। ଦୁଇ ଜଣ ଅଧିକାରୀ କେରଳ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି। ମୃତକଙ୍କ ପରିବାର ଲୋକେ ମଧ୍ୟ ୱାଏନାଡ ଅଭିମୁଖେ ଗସ୍ତ କରିଛନ୍ତି। ସେପଟେ ମୃତ ଡାକ୍ତରଙ୍କ ପତ୍ନୀ ଓ ନିଖୋଜ ଡାକ୍ତରଙ୍କ ବାନ୍ଧବୀ ଉଭୟ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଏବେ ଚିକିତ୍ସାଧୀନ ଅଛନ୍ତି।
ଅଧିକ ପଢ଼ନ୍ତୁ: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା, ଜଣେ ମୃତ, ୩୦ ନିଖୋଜ
ସୂଚନା ଅନୁସାରେ ୱାଏନାଡ ଭୂସ୍ଖଳନରେ ସବୁଦିନପାଇଁ ଆଖି ବୁଜି ଦେଇଛନ୍ତି ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା। ସ୍ଥାନୀୟ ପୋଲିସ ତାଙ୍କ ମୃତଦେହ ଚିହ୍ନଟ କରିଛି। ହେଲେ ମାଟି ଓ ପାଣି-କାଦୁଅର ଏ ମହାପ୍ରଳୟ ଭିତରୁ ସୌଭାଗ୍ୟବଶତଃ ଗୁରୁତର ଅବସ୍ଥାରେ ବଞ୍ଚି ଯାଇଛନ୍ତି ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ। ସେ ଏବେ ୱୟନାଡ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ। ଅନ୍ୟପଟେ କିନ୍ତୁ ବିଷ୍ଣୁଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଏଯାଏଁ କୌଣସି ସୂଚନା ମିଳିନାହିଁ। ମୃତଦେହ ପୁନଃ ଚିହ୍ନଟ ପରେ ଓଡ଼ିଶା ଆଣିବାକୁ ବ୍ୟବସ୍ଥା କରାଯିବା ବୋଲି ଗତକାଲି ସୂଚନା ଦେଇଥିଲେ ରାଜସ୍ବ ମନ୍ତ୍ରୀ।
ସେହିପରି କଟକ SCBରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିବା ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ମଧ୍ୟ ଭୂସ୍ଖଳନ ପରଠାରୁ କୌଣସି ଖୋଜ୍ ଖବର ମିଳିନି। ଫଳରେ ଭୟ ଆଉ ଆତଙ୍କ ଭିତରେ ଦିନ କାଟୁଛନ୍ତି ତାଙ୍କ ପରିବାର, ବନ୍ଧୁ ଓ ସମ୍ପର୍କୀୟ। ଅନ୍ୟପଟେ ତାଙ୍କର ବାନ୍ଧବୀ ଝାରସୁଗୁଡ଼ାର ସ୍ବୀକୃତି ମହାପାତ୍ର ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ସ୍ବୀକୃତି ଭୁବନେଶ୍ବରର ଏକ ଘରୋଇ ମେଡିକାଲ କଲେଜରେ ପିଜି କରୁଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଆସିଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)