• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

IBPS ପକ୍ଷରୁ ଜାରି ହେଲା ନିଯୁକ୍ତି ବିଜ୍ଞପ୍ତି । ଅଗଷ୍ଟ ୧ ତାରିଖରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ବିଭିନ୍ନ ବ୍ୟାଙ୍କରେ (CRP PO/MT) ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଏଥିପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ibps.in. କୁ ଯାଇ ରେଜିଷ୍ଟର କରିପାରିବେ ।

ଅଗଷ୍ଟ ୨୧ ତାରିଖ ଆବେଦନ ପ୍ରକ୍ରିୟାର ଶେଷ ତାରିଖ । ଅଗଷ୍ଟ ୧ ରୁ ୨୧ ତାରିଖ ମଧ୍ୟରେ ରେଜିଷ୍ଟ୍ରେସନ କରିବା ସହ ଆପଣଙ୍କୁ ଆବେଦନ କରିବାକୁ ହେବ ଏବଂ ପେମେଣ୍ଟ କରିବାକୁ ମଧ୍ୟ ପଡ଼ିବ ।

ସେପ୍ଟେମ୍ବର ୨୦୨୪ରେ ପ୍ରି-ଏଗ୍‌ଜାମିନେସନ୍‌ ଟ୍ରେନିଂ

ଅକ୍ଟୋବର ୨୦୨୪ରେ ପ୍ରିଲିମ୍‌ ପାଇଁ କଲ୍‌ ଲେଟର

ଅକ୍ଟୋବର ୨୦୨୪ରେ ପ୍ରିଲିମ୍‌ ପରୀକ୍ଷା

ଅଧିକ ପଢ଼ନ୍ତୁ: NABARD Recruitment 2024: NABARD ରେ ପୂରଣ ହେବ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ; ସୁଯୋଗ ନେବେ ଏହି ପିଲା

ସେଇ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ IBPS PO ପ୍ରିଲିମ୍‌ ପରୀକ୍ଷା ଫଳ

ନଭେମ୍ବରରେ ମେନ୍‌ ପରୀକ୍ଷା ପାଇଁ କଲ୍‌ଲେଟର

ନଭେମ୍ବର ୨୦୨୪ରେ ମେନ୍‌ ପରୀକ୍ଷା

ଡିସେମ୍ବର ୨୦୨୪ ଓ ଜାନୁଆରୀ ୨୦୨୫ ମଧ୍ୟରେ ମେନ୍‌ ପରୀକ୍ଷା ଫଳ ପ୍ରକାଶ

ଫେବ୍ରୁଆରୀ ୨୦୨୫ରେ ଇଣ୍ଟରଭ୍ୟୁ

ଏପ୍ରିଲ୍‌ ୨୦୨୫ରେ ପ୍ରୋଭିଜନାଲ ଆଲଟମେଣ୍ଟ

ଖାଲି ପଡ଼ିଥିବା ପଦବୀ

ଚଳିତ ବର୍ଷ IBPS PO 2024 ୪,୪୫୫ ଖାଲି ପଦବୀ ପାଇଁ ନିଯୁକ୍ତି ଦେବ । ଏଥିରେ ୧୧ଟି ବ୍ୟାଙ୍କ ସାମିଲ ଅଛନ୍ତି ।

ବ୍ୟାଙ୍କ ଅଫ୍‌ ବରୋଦା – ପଦବୀ ସଂଖ୍ୟା ଅସ୍ପଷ୍ଟ

ବ୍ୟାଙ୍କ ଅଫ୍‌ ଇଣ୍ଡିଆ – ୮୮୫ ପଦବୀ

ବ୍ୟାଙ୍କ ଅଫ ମହାରାଷ୍ଟ୍ର - ପଦବୀ ସଂଖ୍ୟା ଅସ୍ପଷ୍ଟ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ- ୨୦୦୦ ପଦବୀ

କାନାରା ବ୍ୟାଙ୍କ- ୭୫୦ ପଦବୀ

ଇଣ୍ଡିଆନ ବ୍ୟାଙ୍କ - ପଦବୀ ସଂଖ୍ୟା ଅସ୍ପଷ୍ଟ

ଇଣ୍ଡିଆନ୍ ଓଭରସିଜ୍‌ ବ୍ୟାଙ୍କ- ୨୬୦ ପଦବୀ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ – ୨୦୦ ପଦବୀ

ପଞ୍ଜାବ ଓ ସିଣ୍ଡ ବ୍ୟାଙ୍କ- ୩୬୦ ପଦବୀ

ୟୁକୋ ବ୍ୟାଙ୍କ – ପଦବୀ ସଂଖ୍ୟା ଅସ୍ପଷ୍ଟ

ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ- ପଦବୀ ସଂଖ୍ୟା ଅସ୍ପଷ୍ଟ

ଅଧିକ ପଢ଼ନ୍ତୁ: RRB JE Recruitment: RRBରେ ପୂରଣ ହେବ ଜୁନିୟର୍ ଇଂଜିନିୟରିଂ ପଦବୀ; ପାଖାପାଖି ୮ହଜାର ପିଲା ନେବେ ସୁଯୋଗ

ଯୋଗ୍ୟତା

ଆବେଦନକାରୀଙ୍କ ବୟସ ଅଗଷ୍ଟ ୧ ତାରିଖ ସୁଦ୍ଧା ୨୦ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଅବଶ୍ୟକ । ସଂରକ୍ଷଣ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି ।

ଆବେଦନକାରୀ ଭାରତ ସରକାରଙ୍କ ଯେକୌଣସି ସ୍ୱୀକୃତି ପ୍ରାପ୍ତ ଡିଗ୍ରୀ କଲେଜ୍‌ରୁ ଗ୍ରାଜୁଏସନ୍‌ ପାସ୍‌ କରିଥିବା ଆବଶ୍ୟକ । ରେଜିଷ୍ଟ୍ରେସନ୍‌ ସମୟରେ ପ୍ରତ୍ୟେକ ଆବେଦନକାରୀଙ୍କୁ ଅରିଜିନାଲ ମାର୍କସିଟ୍‌ ଏବଂ ସାର୍ଟିଫିକେଟ୍‌ ଦେବାକୁ ହେବ ।

ଆବେଦନକାରୀଙ୍କ କ୍ରେଡିଟ୍‌ ହିଷ୍ଟ୍ରି ନିୟମ ଅନୁସାରେ ଭଲ ରହିଥିବା ନିତ୍ୟାନ୍ତ ଆବଶ୍ୟକ ।

ପରୀକ୍ଷା ଦେୟ

SC/ST/PwBD ବର୍ଗଙ୍କ ପାଇଁ ୧୭୫ ଟଙ୍କା ଆବେଦନ ରାଶି ରହିଥିବା ବେଳେ ସାଧାରଣ ବର୍ଗଙ୍କ ପାଇଁ ୮୫୦ ଟଙ୍କା ରହିଛି ।

ପରୀକ୍ଷା ପ୍ରଣାଳୀ

ଇଂଲିସ୍‌ ଲାଙ୍ଗୁଏଜ୍: ୩୦ ପ୍ରଶ୍ନ, ୩୦ ମାର୍କ, ୨୦ ମିନିଟ୍

କ୍ୱାଣ୍ଟିଟେଟିଭ୍‌ ଆପ୍‌ଟିଟ୍ୟୁଡ୍‌ - ୩୫ ପ୍ରଶ୍ନ, ୩୫ ମାର୍କ, ୨୦ ମିନିଟ୍

ରିଜୋନିଂ ଆବିଲିଟି- ୩୫ ପ୍ରଶ୍ନ, ୩୫ ମାର୍କ, ୨୦ ମିନିଟ୍

ମୁଖ୍ୟ ପରୀକ୍ଷା

ରିଜୋନିଂ ଆଣ୍ଡ କମ୍ପ୍ୟୁଟର ଆପ୍‌ଟିଟ୍ୟୁଡ୍‌- ୪୫ ପ୍ରଶ୍ନ, ୬୦ ମାର୍କ, ୬୦ ମିନିଟ୍

ଜେନେରାଲ/ଇକୋନୋମି/ବ୍ୟାଙ୍କିଂ ଆୱାରନେସ୍‌- ୪୦ ପ୍ରଶ୍ନ, ୪୦ ମାର୍କ, ୩୫ ମିନିଟ୍

ଇଂଲିସ୍‌ ଲାଙ୍ଗୁଏଜ୍‌- ୩୫ ପ୍ରଶ୍ନ, ୪୦ ମାର୍କ, ୪୦ ମିନିଟ୍

ଡାଟା ଆନାଲିସିସ୍ ଇଣ୍ଟରପ୍ରିଟେସନ୍‌- ୩୫ ପ୍ରଶ୍ନ, ୬୦ ମାର୍କ, ୪୫ ମନିଟ୍

ରାଇଟିଂ ଆଣ୍ଡ ଏସେ- ୨ ପ୍ରଶ୍ନ, ୨୫ ମାର୍କ, ୩୦ ମିନିଟ୍

ଅଧିକ ପଢ଼ନ୍ତୁ: RRB JE Recruitment: RRBରେ ପୂରଣ ହେବ ଜୁନିୟର୍ ଇଂଜିନିୟରିଂ ପଦବୀ; ପାଖାପାଖି ୮ହଜାର ପିଲା ନେବେ ସୁଯୋଗ

OTV is now on Whatsapp

Join and get latest news update delivered to you via whatsapp

Join Now