/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722491466.jpg)
Huge Tidal Waves at Siali Beach
କୂଳ ଲଙ୍ଘୁଛି ସମୁଦ୍ର। ମାଡି ଆସୁଛି ଜନବସତି ଆଡକୁ। ଗାଁରେ ପଶୁଛି ପାଣି। ସ୍ଥାୟୀ ପ୍ରତିକାର ପାଇଁ ପ୍ରଶାସନର ନିଘା ନଥିବା ଅଭିଯୋଗ ହେଉଛି। ଫଳରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି।
କେଉଁଠି ଧୋଇ ନେଲାଣି ରାସ୍ତା ତ କେଉଁଠି ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି ଜଙ୍ଗଲ। ନିଇତି କୂଳ ଖାଉଛି। ଜନବସତି ଆଡ଼କୁ ମାଡ଼ି ଆସୁଛି। ଜଗତସିଂହପୁର ଏରସମା ଅନ୍ତର୍ଗତ ଶିଆଳି ବେଳାଭୂମିରେ ଏହି ପରିସ୍ଥିତି ଉପୁଜିଛି । ଦୈନିକ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସୁଥିବା ବେଳେ ଏବେ ଏହି ବେଳାଭୂମି ସମୁଦ୍ର ଆଁରେ ଲୀନ ହେବାକୁ ବସିଲାଣି। ଏଭଳି ସ୍ଥିତିରେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଲୋକେ। ଖାଲି ରାସ୍ତାଘାଟ ଜଙ୍ଗଲ କାହିଁକି, ଏଠାରେ ନିର୍ମାଣ ହୋଇଥିବା ଭିୟୁ ଟାୱାର ମଧ୍ୟ ଜୁଆର ମାଡ଼ରେ କ୍ଷତିଗ୍ରସ୍ତ ହେବାକୁ ବସିଲାଣି।
ଅଧିକ ପଢନ୍ତୁ: ପାଉଁଶ ପ୍ରଦୂଷଣରେ ଘାଣ୍ଟି ହେଉଛି ସମ୍ବଲପୁର-ଝାରସୁଗୁଡ଼ା !
ସପ୍ତାହେ ଭିତରେ ପ୍ରାୟ ୫୦ ମିଟର ଉପରକୁ ମାଡ଼ିଆସିଲାଣି ସମୁଦ୍ର। ପ୍ରତିବର୍ଷ ଏପରି ସମୁଦ୍ର ମାଡି ଆସୁଥିବା ବେଳେ ଏ ବର୍ଷ କିନ୍ତୁ ଅଧିକ ମାଡିଆସିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଲୋକେ ବାରମ୍ବାର ଦାବି କରିଛନ୍ତି। ମାତ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏରସମା ବିଡିଓ କହିଛନ୍ତି, ଭିୟୁ ଟାୱାରକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ତା ଚାରିପଟ ତାରବାଡ ଘେରାଯିବା ସହ ବହ୍ଲା ପୋତାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)