• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କର୍ଣ୍ଣାଟକର ବେଲାଗାଭି ଜିଲ୍ଲାର ନିପାନି ଅଞ୍ଚଳର ୟାମଗର୍ନି ଗାଁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମହାରାଜ ନାମକ କୁକୁର ଦକ୍ଷିଣ ମହାରାଷ୍ଟ୍ରର ତୀର୍ଥସ୍ଥାନ ପନ୍ଦରପୁର ସହରରେ ଭିଡ଼ ମଧ୍ୟରେ ହଜି ଯାଇଥିଲା । କିନ୍ତୁ ଏହା ପରେ ଯାହା ଘଟିଲା ତାହା ଆପଣଙ୍କୁ ଚକିତ କରିବ ।

ମିଳିଥିବା ସୂଚନା ଅନୁଯାୟୀ, ମହାରାଜ (କୁକୁର) ପ୍ରାୟ ୨୫୦ କିଲୋମିଟର ପର୍ଯ୍ୟନ୍ତ ଏକାକୀ ଯାତ୍ରା କରିବା ପରେ ଉତ୍ତର କର୍ଣ୍ଣାଟକର ବେଲାଗାଭି ଗାଁକୁ ଫେରିଛି । କୁକୁରର ଏଭଳି ଫେରିବା ଗ୍ରାମବାସୀଙ୍କ ପାଇଁ ଏକ ଚମତ୍କାର ସଦୃଶ । ମହାରାଜ ଗାଁକୁ ଫେରିବା ପରେ ଗାଁଲୋକେ ତାକୁ ଫୁଲ ମାଳ ପିନ୍ଧାଇ ଗାଁ ସାରା ବୁଲାଇଥିଲେ । ଏମିତିକି ଭୋଜି ଭାତ ଆୟୋଜନ କରିଥିଲେ ।

ଚଳିତ ବର୍ଷ ଜୁନ୍ ଶେଷ ସପ୍ତାହରେ ଯେତେବେଳେ 'ମହାରାଜ'ର ମାଲିକ କମଲେଶ କୁମ୍ଭାର ପନ୍ଦରପୁରରେ ବାର୍ଷିକ 'ବାରି ପାଦଯାତ୍ରା'କୁ ଯାଇଥିଲେ, ସେତେବେଳେ ନିଜ ସହ ମହାରାଜକୁ ବି ନେଇଥିଲେ । କମଲେଶ କହିଛନ୍ତି, ପ୍ରତ୍ୟେକ ଥର ଆଷାଢ଼ ଏକାଦଶୀ ଓ କାର୍ତିକ ଏକାଦଶୀ ଅବସରରେ ସେ ପନ୍ଦରପୁର ଯାଇଥାନ୍ତି । ତେଣୁ ଏଥର ମଧ୍ୟ ସେ ଯାଇଥିଲେ ଆଉ ତାଙ୍କ ସହ କୁକୁର ବି ଯାଇଥିଲା।

ଅଧିକ ପଢ଼ନ୍ତୁ: ନଥିଲା ମୃତ୍ୟୁର ଡର କି ଥଣ୍ତାର ଭୟ...ମାଲିକକୁ ବଞ୍ଚାଇବାକୁ ଦୌଡ଼ିଗଲା କୁକୁର

କମଲେଶଙ୍କ କହିବାନୁଯାୟୀ, ମହାରାଜକୁ ସର୍ବଦା ଭଜନ ଶୁଣିବାକୁ ଭଲ ଲାଗେ । ଏଥର ସେ ମୋ ସାଙ୍ଗରେ ମହାବାଲେଶ୍ୱର ନିକଟ ଜ୍ୟୋତିବା ମନ୍ଦିରକୁ ପଦଯାତ୍ରାରେ ଯାଇଥିଲା । ପାଖାପାଖି ୨୫୦ କିଲୋମିଟର ପର୍ଯ୍ୟନ୍ତ କୁକୁରଟି ମାଲିକ ଏବଂ ତାଙ୍କ ସାଙ୍ଗମାନଙ୍କ ସହିତ ଯାଇଥିଲା । କମଲେଶ କହିଛନ୍ତି ଯେ ବିଠୋବା ମନ୍ଦିର ପରିଦର୍ଶନ କରିବା ପରେ ସେ ଜାଣିବାକୁ ପାଇଥିଲେ ଯେ ମହାରାଜା ନିଖୋଜ । ଅନେକ ଖୋଜାଖୋଜି ପରେବି ତାକୁ ପାଇପାରିଲେ ନାହିଁ । ସେଠାରେ ଥିବା ଲୋକେ ତାଙ୍କୁ କହିଥିଲେ ଯେ କୁକୁର ଅନ୍ୟ ଏକ ଗୋଷ୍ଠୀ ସହ ବୋଧ ହୁଏ ଚାଲିଯାଇଛି । କମଲେଶ ୧୪ ଜୁଲାଇରେ ଘରକୁ ଫେରିଥିଲେ ।

ଏହା ପରେ କମଲେଶ ଆଶ୍ଚର୍ଯ୍ୟ ପ୍ରକଟ କରି କହିଥିଲେ ଯେ, ମୁଁ ଘରେ ପହଞ୍ଚିବାର ପରଦିନ 'ମହାରାଜା' ମୋ ଘର ସାମ୍ନାରେ ଠିଆ ହୋଇ ଲାଞ୍ଜ ହଲାଉଥିଲା । ଯେପରି କିଛି ଘଟିନାହିଁ । ସେ ଭଲ ଭାବେ ଖାଇ ପିଇ ସୁସ୍ଥ ଥିବା ଭଳି ମଧ୍ୟ ଲାଗୁଥିଲା ।

ଘରଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ହଜିଯାଇଥିବା କୁକୁର ଘରକୁ ଫେରିବା କୌଣସି ଚମତ୍କାରଠାରୁ କମ୍‌ ନୁହେଁ । ଆମେ ବିଶ୍ୱାସ କରୁ ଯେ ପ୍ରଭୁ ପାଣ୍ଡୁରାଙ୍ଗ ତାକୁ ରାସ୍ତା ଦେଖାଇଛନ୍ତି ।

ଅଧିକ ପଢ଼ନ୍ତୁ: ୪୫୦୦ ଟଙ୍କିଆ ସୁଟ୍‌ ପିନ୍ଧି କେକ୍‌ କାଟିଲା କୁକୁର ! ଗିଫ୍ଟରେ ମିଳିଲା ୩ଟି ସୁନା ଲକେଟ୍‌

OTV is now on Whatsapp

Join and get latest news update delivered to you via whatsapp

Join Now