Advertisment

ଘରେ ବନାନ୍ତୁ ସୁଆଦିଆ ‘ତାୱା ପନିର’

ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ବନେଇବା ‘ତାୱା ପନିର’

author-image
Pallipuspa Samal
ଅଦ୍ୟତନ ହୋଇଛି
Tawa Paneer Recipe

tawa paneer

ପ୍ରାୟତଃ ସମସ୍ତେ ଚାହାନ୍ତି ଘର ଖାଦ୍ୟରେ ମଧ୍ୟ ରେଷ୍ଟୁରାଣ୍ଟ ଭଳି ସ୍ୱାଦ ପାଇବା ପାଇଁ । ଆଜି ଆମେ ଆପଣଙ୍କ ପାଇଁ ପନିରର ରେଷ୍ଟୁରାଣ୍ଟ ଶୈଳୀରେ ଏକ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ତାୱା ପନିର’ ।ଏହା ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ...

Advertisment

ଆବଶ୍ୟକ ସାମଗ୍ରୀ:

ପନିର, ଦହି, ଜିରା, ଜୁଆଣି, କସ୍ତୁରୀ ମେଥି, ପିଆଜ, ଅଦା, କଞ୍ଚା ଲଙ୍କା ପେଷ୍ଟ୍‌, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଟମାଟୋ ସସ୍‌, କ୍ରିମ୍‌, ଲେମ୍ବୁ ରସ, ତେଲ, ଲୁଣ, ଧନିଆ ପତ୍ର ।

ଅଧିକ ପଢ଼ନ୍ତୁ: କେବେ ଖାଇଛନ୍ତି ପନିରର ଏହି ରେସିପି

    ପ୍ରସ୍ତୁତି ପ୍ରଣାଳୀ:

    • ଏକ ପାତ୍ରରେ ଦହିକୁ ଫେଣ୍ଟି ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ କସ୍ତୁରୀ ମେଥି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
    • ଏବେ ଏଥିରେ କଟା ପନିର ପକାଇ ୧୦ରୁ ୧୫ ମିନିଟ୍‌ ଯାଏ ସେମିତି ଛାଡ଼ି ଦିଅନ୍ତୁ।
    • ତା’ପରେ ଏକ ପ୍ୟାନ୍‌ରେ ଅଧ ଚାମଚ ତେଲ ପକାଇ ଏହା ଉପରେ ମାରିନେଟ୍‌ ହୋଇ ରହିଥିବା ପନିର ପକାଇ ହାଲ୍‌କା ଫ୍ରାଏ କରନ୍ତୁ।
    • ଏବେ କଡ଼େଇରେ ତେଲ ଗରମ କରି ଜିରା ଓ ଜୁଆଣି ପକାଇ ଫୁଟାନ୍ତୁ।
    • ଏଥିରେ ପିଆଜ, କଟା ଅଦା ଓ କଟା ରସୁଣ ପକାଇ ଭାଜନ୍ତୁ। ସେ ସବୁ ଭାଜି ହୋଇଗଲା ପରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଓ କସ୍ତୁରୀ ମେଥି ପକାଇ ଗୋଳାଇ ଦିଅନ୍ତୁ।
    • କିଛି ସମୟ ପରେ ଏଥିରେ ଟମାଟୋ ସସ୍‌ ପକାଇ ୬ରୁ ୭ ମିନିଟ୍‌ ଯାଏ କଷନ୍ତୁ।
    • ତା’ପରେ ଏଥିରେ ହାଲ୍‌କା ଫ୍ରାଏ ହୋଇଥିବା ପନିର ପକାଇ ଅଧ କପ୍‌ ପାଣି ମିଶାଇ ଧିମା ଆଞ୍ଚରେ ୧୦ ମିନିଟ୍‌ ଯାଏ ଫୁଟିବାକୁ ଛାଡ଼ି ଦିଅନ୍ତୁ।
    • ୧୦ ମିନିଟ୍‌ ପରେ ଗରମ ମସଲା ଗୁଣ୍ଡ ଓ କ୍ରିମ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
    • ତା’ପରେ ଲେମ୍ବୁ ରସ ପକାଇ ଏହାକୁ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ।
    • ଏବେ ଏହାକୁ ଏକ ପାତ୍ରକୁ ବାହାର କରି ତା’ ଉପରେ ଧନିଆ ପତ୍ର ଦିଅନ୍ତୁ।
    Advertisment

    ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ତାୱା ପନିର । ସେଥିରେ କଟା ଧନିଆପତ୍ର ପକାଇ ତାକୁ ଗାର୍ନିସ କରନ୍ତୁ। ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

    ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ‘କଦଳୀ କୋପ୍ତା’

      Odia Food And Recipes
      Advertisment
      Advertisment