/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722490090.jpg)
Himachal rain
ସାରା ଦେଶରେ ବର୍ଷା ଲାଗି ରହିଥିବା ବେଳେ ହିମାଚଳ ପ୍ରଦେଶରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବହୁ ସମସ୍ୟା ଦେଖାଦେଇଛି । ହିମାଚଳ ପ୍ରଦେଶରେ ସିମଲା ଓ ମଣ୍ଡିରେ ବାଦଲଫଟା ବର୍ଷା ଯୋଗୁ ୩୦ ଜଣ ନିଖୋଜ ଅଛନ୍ତି ।
ସେହିପରି ସିମଲା ଜିଲ୍ଲାର ରାମପୁର ଅଞ୍ଚଳରେ ବାଦଲଫଟା ବର୍ଷାରେ ନିଖୋଜ ଅଛନ୍ତି ୧୯ ଜଣ। ସେହିପରି ମଣ୍ଡି ଅଞ୍ଚଳରେ ବାଦଲଫଟା ବର୍ଷାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଏସଡିଆରଏଫ, ଏନଡିଆରଏଫ୍ ଟିମ୍ ସହ ପୋଲିସ ଓ ପ୍ରଶାସନିକ ଅଧିକାରୀ। ସିମଲାର ସମେଜ ଖାଦ ନିକଟରେ ଥିବା ହାଇଡ୍ରୋ ପାୱାର ପ୍ରକଳ୍ପ ନିକଟରେ ବାଦଲଫଟା ବର୍ଷା ହୋଇଥିଲା।
ଅଧିକ ପଢ଼ନ୍ତୁ: ୱାଏନାଡରେ ମୃତକଙ୍କ ସଂଖ୍ୟା ୨୫୦ରୁ ଅଧିକକୁ ବୃଦ୍ଧି, ନଦୀରୁ ମିଳିଲାଣି ୮୦ରୁ ଅଧକ ମୃତଦେହ
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1722490042.jpg)
ସେପଟେ ଲଗାଣ ବର୍ଷାରେ ଉବୁଟୁବୁ ଦିଲ୍ଲୀ। ବିଭିନ୍ନ ଅଞ୍ଚଳ ଜଳବନ୍ଦୀ। ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ରାଜଧାନୀର ପ୍ରମୁଖ ରାସ୍ତା ନଦୀର ଭ୍ରମ ସୃଷ୍ଟି କରିଛି। ପୂର୍ବ ଦିଲ୍ଲୀ ଗାଜିପୁରରେ ଡ୍ରେନରେ ପଡ଼ି ଜଣେ ମହିଳା ଓ ଶିଶୁ ମୃତ୍ୟୁ ହୋଇଛି। ଗତକାଲିଠାରୁ ଦିଲ୍ଲୀରେ ଜାରି ରହିଛି ଲଗାଣ ବର୍ଷା। ରାତି ସାରା ବର୍ଷା ହୋଇଥିଲା। ଫଳରେ ବେହାଲ୍ ହୋଇଛି ଦେଶର ରାଜଧାନୀ।
ଦିଲ୍ଲୀର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଜାମ୍ । ଅତି ଭୀଷଣ ବର୍ଷା ନେଇ ଆଜି ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ଘଣ୍ଟାରେ ପୂର୍ବ ଦିଲ୍ଲୀର ମୟୂର ବିହାର, ନୋଇଡାର ଗୌତମବୁଦ୍ଧ ନଗରରେ ରେକର୍ଡ ହୋଇଛି ୧୪୭.୫ ମିଲିମିଟର ବର୍ଷା। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)