• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଶିକ୍ଷକ ହେବ ତ ଏମିତି । ଜଣେ କର୍ତ୍ତବ୍ୟ ନିଷ୍ଠା ଦିବ୍ୟାଙ୍ଗ ଶିକ୍ଷକଙ୍କ ପାଇଁ ପୂରା ଗାଁ ଆଜି ଗର୍ବ ଅନୁଭବ କରୁଛି । ନିତିଦିନ ବିଦ୍ୟାଳୟକୁ ଆସି କୁନିକୁନି ଛାତ୍ରଛାତ୍ରୀଙ୍କୁ ଗୀତ, ନାଚ ମାଧ୍ୟମରେ ଶିକ୍ଷାଦାନ ସହ ବିଦ୍ୟାଳୟର ବିକାଶ କ୍ଷେତ୍ରରେ ଅହରହ ଉଦ୍ୟମ କରୁଥିବା ଏହି ଶିକ୍ଷକ ଏବେ ଅନ୍ୟ ଶିକ୍ଷକମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି l

ଗଜପତି ଜିଲ୍ଲା ମୋହନା ବ୍ଲକ କୋର୍ଚବାଡ଼ି ପଂଚାୟତ ଢେପାନାଜୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁଲା ଗୌଡ଼ l ପିଲାଟି ଦିନରୁ ସେ ଦିବ୍ୟାଙ୍ଗ l ପୋଲିଓ ହେବା ପରେ ତାଙ୍କର ଗୋଟିଏ ଗୋଡ ଅଚଳ ହୋଇଯାଇଛି l ଗତ ୨୦୦୭ ମସିହାରେ ସ୍ଥାପିତ ହୋଇଥିବା ଏହି ପ୍ରାଥମିକ ବିଦ୍ୟାଳୟରେ ତାଙ୍କର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । କର୍ମକୁ ନିଜର ବ୍ରତ କରି ନିୟମିତ ବିଦ୍ୟାଳୟକୁ ଆସିବା ସହ କୁନିକୁନି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରନ୍ତି ।

ଏଥିସହ ବିଦ୍ୟାଳୟର ବିଭିନ୍ନ ବିକାଶ ପ୍ରତି ଧ୍ୟାନ ଦେଇଥା’ନ୍ତି ଶିକ୍ଷକ ବାବୁଲା । ଶାରୀରିକ ଭାବେ ଦିବ୍ୟାଙ୍ଗ ହୋଇ ବି ସେ କେବେ ନିଜକୁ ଅସହାୟ ବା ଦୁର୍ବଳ ବୋଲି ଭାବି ନାହାନ୍ତି l ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠାପର କର୍ତ୍ତବ୍ୟ ପାଇଁ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ତିନି ଖଣ୍ଡ ଗାଁରୁ ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ନ୍ତି । ହେଲେ ପ୍ରଧାନ ଶିକ୍ଷକ ଜଣେ ଦିବ୍ୟାଙ୍ଗ ହୋଇଥିଲେ ବି ସାରଙ୍କ ଉତ୍ତମ ବ୍ୟବହାର ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ପାଇଁ ବେଶ୍ ପ୍ରେରଣାଦାୟୀ l

OTV is now on Whatsapp

Join and get latest news update delivered to you via whatsapp

Join Now