• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଯୁବପିଢ଼ି ଭିତରେ ସୋସିଆଲ ମିଡିଆ ଏକ ରୋଗ ପରି ବ୍ୟାପି ଚାଲିଛି । ଲୋକପ୍ରିୟ ହେବାକୁ ଲୋକେ କିଛି ବି କରିବାକୁ ପଛାଉ ନାହାନ୍ତି । ରିଲ୍ସ କରିବା ଚକ୍କରରେ କେତେ ଜଣଙ୍କ ଜୀବନ ମଧ୍ୟ ଯାଉଛି । ସବୁଦିନ ଖବର କାଗଜର ପୃଷ୍ଠା ମଣ୍ତନ କରୁଛି ଏପରି ଖବର । ତଥାପି ଲୋକେ ଚେତୁ ନାହାନ୍ତି । ଶସ୍ତା ଲୋକପ୍ରିୟତା ପଛରେ ବର୍ତ୍ତମାନର ଯୁବପିଢ଼ି ପାଗଳ ପରି ଧାଉଁଛନ୍ତି ।

ନିଜର ସାହସିକତା ପ୍ରଦର୍ଶନ କରିବାକୁ ଯାଇ, ସୋସିଆଲ ମିଡିଆର ଲାଇକ୍‌ ଚକ୍କରରେ ପଡ଼ି ନିଜ ଜୀବନକୁ ବିପଦପୂର୍ଣ୍ଣ କରୁଛନ୍ତି । ଏପରି ଏକ ଭିଡିଓ ଗତ କିଛିଦିନ ତଳେ ବେଶ୍ ଭାଇରାଲ ହୋଇଛି । ଏମ୍ପାୟାର୍ସ ଷ୍ଟେଟ୍ ବିଲ୍ଡିଂ ଉପରେ ଚଢ଼ି ଜଣେ ଯୁବକ ସେଲଫି ନେଇଛନ୍ତି । ଏହା ଦର୍ଶକଙ୍କୁ ଆଚମ୍ଭିତ କରିଛି ।

ନିଜ ଇନ୍‌ଷ୍ଟାଗ୍ରାମରେ ସେ ଏହି ଭିଡିଓ ପୋଷ୍ଟ କରିଛନ୍ତି । ନ୍ୟୁୟର୍କର ବ୍ୟସ୍ତବହୁଳ ରାସ୍ତାରୁ ୧,୪୩୫ ଫୁଟ ଉଚ୍ଚରୁ ସେ ଏହି ଫଟୋ ଉଠାଇ ଥିଲେ । ନିଜର ସେଲଫି ଷ୍ଟିକ୍ ଦ୍ୱାରା ସେ ଏତେ ଉଚ୍ଚରୁ ଚମତ୍କାର ଦୃଶ୍ୟ ଉତ୍ତୋଳନ କରିଥିଲେ । ତାଙ୍କର ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଅନେକ ପବ୍ଲିସିଟି ପାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଷ୍ଟଣ୍ଟଟି ୪୯ ମିଲିୟନରୁ ଅଧିକ ଭ୍ୟୁ ହାସଲ କରିସାରିଲାଣି । ତେବେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଏହାକୁ ଦେଖିବା ପରେ ହିଁ ମୋ ପାପୁଲି ଓ ପାଦରୁ ଝାଳ ବାହାରୁଛି । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ସେ ବୋଧେ ପାଗଳ ।

ତେବେ ତାଙ୍କ ସୁରକ୍ଷାକୁ ନେଇ ବେଶ୍ କେତେଜଣ ଚିନ୍ତିତ ଥିବାର ଦେଖାଯାଇଥିଲା । କେତେଜଣ ଏହା ମଧ୍ୟ କହିଥିଲେ, ସେ ପାଗଳ ଏବଂ ଏଥିପାଇଁ ସେ କୌଣସି ମୂର୍ଖତାର ସୀମା ରଖିନାହାନ୍ତି । ଏହି ପରିପ୍ରେକ୍ଷୀରେ, ଉକ୍ତ ପୋଷ୍ଟଟି ଅନେକ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଚିନ୍ତିତ ମଧ୍ୟ କରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now