• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତୀୟ ବ୍ୟାଙ୍କ ଉପରେ ବଡ଼ ସାଇବର ଆଟାକ୍‌ । ଦେଶର ପ୍ରାୟ ୩୦୦ ଛୋଟ ବ୍ୟାଙ୍କକୁ ଦେଶର ବଡ ପେମେଣ୍ଟ ନେଟୱାର୍କରୁ ଅଲଗା କରିଦିଆଯାଇଛି । ବଡ଼ ବିପଦକୁ ଏଡ଼ାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ସାଇବର ଆଟାକ୍‌ ଏମିତି ଏକ କମ୍ପାନୀ ଉପରେ ହୋଇଛି ଯିଏକି ବ୍ୟାଙ୍କଗୁଡ଼ିକୁ ଟେକ୍ନିକାଲ ସେବା ଯୋଗାଉଛି । ତେଣୁ ଏହି ବ୍ୟାଙ୍କଗୁଡିକର ପେମେଣ୍ଟ ବ୍ୟବସ୍ଥା ସାମୟିକ ଭାବେ ବନ୍ଦ ହୋଇଯାଇଛି ।

ଏହି ସାଇବର ଆକ୍ରମଣ 'ସି-ଏଜ୍ ଟେକ୍ନୋଲୋଜି' ନାମକ ଏକ କମ୍ପାନୀ ଉପରେ ହୋଇଛି । ଏହି କମ୍ପାନୀ ସାରା ଦେଶର ଥିବା ଛୋଟ ଛୋଟ ବ୍ୟାଙ୍କଗୁଡ଼ିକୁ ବ୍ୟାଙ୍କିଙ୍ଗ୍ ଟେକ୍ନୋଲୋଜିର ସୁବିଧା ଯୋଗାଇଥାଏ । ଗଣମାଧ୍ୟମ ସଂସ୍ଥା ରଏଟର୍ସ ପକ୍ଷରୁ ଏନେଇ ଇ-ମେଲ ମାଧ୍ୟମରେ ସି-ଏଜ୍ ଟେକ୍ନୋଲୋଜିକୁ ପ୍ରତିକ୍ରିୟା ମଗାଯାଇଥିଲା । କିନ୍ତୁ କମ୍ପାନୀ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମଧ୍ୟ ରଏଟର୍ସ ଇମେଲର କୌଣସି ପ୍ରତିକ୍ରିୟା ଦେଇନାହିଁ ।

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏବେ କୋଟା ଭିତରେ ସୃଷ୍ଟି କରାଯାଇପାରିବ କୋଟା

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ହେଉଛି ଦେୟ ପ୍ରଣାଳୀ ତଦାରଖ କରୁଥିବା ସଂସ୍ଥା । ବୁଧବାର ବିଳମ୍ବିତ ରାତିରେ NPCI ଏକ ସାର୍ବଜନୀନ ବିଜ୍ଞପ୍ତି ଜାରି କରି କହିଛି ଯେ 'ସି-ଏଜ୍ ଟେକ୍ନୋଲୋଜି' କୁ NPCI ଦ୍ୱାରା ପରିଚାଳିତ ଖୁଚୁରା ପେମେଣ୍ଟ ସିଷ୍ଟମକୁ ସାମୟିକ ଭାବରେ ବାଦ ଦେଇଛି।

NPCI କହିଛି ଯେ ସି-ଏଜ୍ ଦ୍ୱାରା ସେବା ପାଉଥିବା ବ୍ୟାଙ୍କଗୁଡିକର ଗ୍ରାହକମାନେ ଏହି ସମୟରେ ପେମେଣ୍ଟ ସିଷ୍ଟମ ବ୍ୟବହାର କରିପାରିବେ ନାହିଁ ।

ଦେଶର ବ୍ୟାପକ ପେମେଣ୍ଟ ନେଟୱାର୍କରୁ ପ୍ରାୟ ୩୦୦ ଛୋଟ ବ୍ୟାଙ୍କକୁ କାଟି ଦିଆଯାଇଛି ବୋଲି ଏକ ନିୟାମକ ପ୍ରାଧିକରଣ ଅଧିକାରୀ କହିଛନ୍ତି । ସାଇବର ଆଟାକ୍‌ର ପ୍ରଭାବ ଯେପରି ଅଧିକ ବିସ୍ତାର ନହେବ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି । ଅନ୍ୟଏକ ସୂତ୍ରରୁ ସୂଚନା ରହିଛି ଯେ, ପେମେଣ୍ଟ ସିଷ୍ଟମ୍‌ରୁ ଛୋଟ ବ୍ୟାଙ୍କ ଗୁଡ଼ିକ ଅଲଗା ହେବା ପରେ ମାତ୍ର ୦.୫ ପ୍ରତିଶତ ଗ୍ରାହକ ପ୍ରଭାବିତ ହେବେ । ଯାହାକି ଦେଶର ପେମେଣ୍ଟ ସିଷ୍ଟମର ଖୁବ୍‌ ଛୋଟ ଅଂଶ ।

ଭାରତରେ ପ୍ରାୟ ୧୫୦୦ ସମବାୟ ଏବଂ ଆଞ୍ଚଳିକ ବ୍ୟାଙ୍କ ରହିଛି । ଯାହା ସଂଚାଳନ ପ୍ରାୟତଃ ବଡ଼ ସହର ବାହାରେ ହୋଇଥାଏ । ସୂତ୍ରରୁ ପ୍ରକାଶ ଯେ ଏହି ବ୍ୟାଙ୍କଗୁଡିକ ମଧ୍ୟରୁ କେତେକ ପ୍ରଭାବିତ ହୋଇଛନ୍ତି । ଦ୍ୱିତୀୟ ସୂତ୍ରରୁ ଜଣାପଡ଼ିଛି ଯେ, ଆକ୍ରମଣ ଆହୁରି ବିସ୍ତାର ନହେବା ପାଇଁ NPCI ଏକ ଅଡିଟ୍ କରୁଛି ।

ବ୍ୟାଙ୍କିଙ୍ଗ ଶିଳ୍ପ ସୂତ୍ରରୁ ପ୍ରକାଶ ଯେ ଗତ କିଛି ସପ୍ତାହ ମଧ୍ୟରେ ଆରବିଆଇ ଏବଂ ଭାରତୀୟ ସାଇବର କର୍ତ୍ତୃପକ୍ଷ ଭାରତୀୟ ବ୍ୟାଙ୍କଗୁଡ଼ିକୁ ସମ୍ଭାବ୍ୟ ସାଇବର ଆଟାକ୍‌ ବିଷୟରେ ଚେତାବନୀ ଦେଇଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now