/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722501363.jpg)
Swapnil Kusale
ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ। ପୁରୁଷ ୫୦ ମିଟର ରାଇଫଲ୍ ସୁଟିଂରେ ଭାରତକୁ ମିଳିଲା ପଦକ । ନିଜର ପ୍ରଥମ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଲେ ଭାରତର ସ୍ୱପ୍ନିଲ କୁଶାଲେ । ଏହି ପଦକ ସହ ଚଳିତ ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି । ଏହା ପୂର୍ବରୁ ସୁଟିଂରେ ଭାରତକୁ ଦୁଇଟି ପଦକ ମିଳିସାରିଛି ।
ଅଲିମ୍ପିକ୍ସ ପୁରୁଷ ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍ ପ୍ରଥମ ଭାରତୀୟ ଭାବେ ସ୍ୱପ୍ନିଲ ମେଡାଲ ଜିତିଛନ୍ତି । ତେବେ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ସୁଟିଂ ଇଭେଣ୍ଟରେ ତିନୋଟି ପଦକ ଜିତିଛି ।
ଏହି ୨୮ ବର୍ଷୀୟ ସୁଟରଙ୍କ ଜୀବନ କାହାଣୀ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଏମଏସ୍ ଧୋନିଙ୍କ ଜୀବନ ସହିତ ପ୍ରାୟ ସମାନ । ସ୍ୱପ୍ନିଲ ମହାରାଷ୍ଟ୍ରର କୋଲହାପୁରରେ ଅବସ୍ଥିତ କାମ୍ବଲୱାଡି ଗ୍ରାମର ଅଟନ୍ତି । ସେ ୨୦୧୨ଠାରୁ ଆନ୍ତର୍ଜାତୀୟ ଇଭେଣ୍ଟରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ୧୨ ବର୍ଷର ଦୀର୍ଘ ଅପେକ୍ଷା ପରେ ସେ ଅଲିମ୍ପିକ୍ସରେ ଡେବ୍ୟୁ କରିଥିଲେ ଓ ଡେବ୍ୟୁ ଅଲିମ୍ପିକ୍ସରେ ହିଁ ଭାରତ ପାଇଁ ପଦକ ଜିତିଛନ୍ତି।
ଅଧିକ ପଢନ୍ତୁ : Paris 2024 Olympics: ଡବଲ୍ ମେଡାଲ ଜିତି ଇତିହାସ ରଚିଲେ ମନୁ
ସ୍ୱପ୍ନିଲ କୁସାଲେ ୨୦୧୫ରୁ କେନ୍ଦ୍ରୀୟ ରେଳବାଇରେ କାର୍ଯ୍ୟ କରୁଛନ୍ତି । ଠିକ୍ ଯେପରି ଏମ୍ଏସ୍ ଧୋନି ତାଙ୍କ ଜୀବନରେ ଟିକେଟ୍ କଲେକ୍ଟର ଥିଲେ, ସେହିପରି ସ୍ୱପ୍ନିଲ୍ ମଧ୍ୟ କେନ୍ଦ୍ରୀୟ ରେଳବାଇରେ ଟିକେଟ୍ କଲେକ୍ଟର ଭାବରେ କାର୍ଯ୍ୟ କରନ୍ତି। ଭାରତର ଏହି ପ୍ରତିଭାଶାଳୀ ସୁଟର ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟକ୍ତିତ୍ୱ ଦ୍ୱାରା ବହୁତ ପ୍ରଭାବିତ । ସ୍ୱପ୍ନିଲ କହିଛନ୍ତି ଯେ ସେ ଏମଏସ୍ ଧୋନିଙ୍କ ବାୟୋପିକକୁ ଅନେକ ଥର ଦେଖିଛନ୍ତି ଏବଂ କିମ୍ବଦନ୍ତୀ କ୍ରିକେଟରଙ୍କ ସଫଳତାରୁ ପ୍ରେରଣା ନେଇଛନ୍ତି । ଧୋନି କ୍ରିକେଟ୍ ପଡ଼ିଆରେ କୁଲ୍ ମାଇଣ୍ଡ ପାଇଁ ଜଣାଶୁଣା । ସେହିପରି ସୁଟିଂରେ ମଧ୍ୟ ଶାନ୍ତ ଏବଂ ଧୈର୍ଯ୍ୟର ଆବଶ୍ୟକ । ସେଥିପାଇଁ ସ୍ୱପ୍ନିଲ ତାଙ୍କ ଜୀବନକୁ ଧୋନିଙ୍କ ସହ ଯୋଡିଥାନ୍ତି ।
ଏମଏସ ଧୋନିଙ୍କୁ ତାଙ୍କର ଆଦର୍ଶ ଭାବରେ ଗ୍ରହଣ କରି ସ୍ୱପ୍ନିଲ କହିଛନ୍ତି, ‘ମୁଁ ସୁଟିଂ ଜଗତରେ କୌଣସି ନିର୍ଦ୍ଦିଷ୍ଟ ଆଥଲେଟ୍ଙ୍କୁ ଅନୁସରଣ କରେ ନାହିଁ । ମୁଁ ସୁଟିଂ ବାହାରେ ଧୋନିଙ୍କ ବ୍ୟକ୍ତିତ୍ୱକୁ ଅନୁସରଣ କରେ । ଯେପରି ଧୋନି କ୍ରିକେଟ୍ ପଡ଼ିଆରେ ଶାନ୍ତ ରୁହନ୍ତି, ସେହିପରି ମୋ ଖେଳରେ ମଧ୍ୟ ଶାନ୍ତି ଏବଂ ଧୈର୍ଯ୍ୟ ରଖିବା ଆବଶ୍ୟକ’ ।
ଯଦି ସ୍ୱପ୍ନିଲଙ୍କ ପରିବାର କଥା କହିବା ତାହାଲେ ତାଙ୍କ ପିତା ଓ ଭାଇ ଦୁହେଁ ଶିକ୍ଷକ ଏବଂ ତାଙ୍କ ମା’ କାମ୍ବଲୱାଡି ଗାଁର ସରପଞ୍ଚ ଅଟନ୍ତି । ଛୋଟ ବେଳେ ତାଙ୍କୁ ଦୁଇଟି କ୍ରୀଡା ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିଥିଲା । ସେ ସୁଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଜୁନିୟର ସ୍ତରରେ ଗୁଳି କିଣିବାକୁ ଟଙ୍କା ନଥିଲା । ତେବେ ଏତେ ସଂଘର୍ଷ ସତ୍ତ୍ୱେ ସେ କେବେ ହାର ମାନିନଥିଲେ । ଯାହାର ଫଳ ଆଜି ତାଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସରେ ମିଳିଛି ।
ଅଧିକ ପଢନ୍ତୁ : ଅଲିମ୍ପିକ୍ସରେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା, ଯାହାକୁ କେବେ ଭୁଲିପାରିବେନି ଭାରତୀୟ
OLYMPIC BRONZE MEDALIST SWAPNIL KUSALE. What an incredible performance. Consistent from start to end bringing us our 3rd Bronze Medal in shooting and at @paris2024. #JeetKaJashn#Cheer4Bharat#IndiaAtParis24pic.twitter.com/57B0bYCyRb
— Team India (@WeAreTeamIndia) August 1, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)