• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଚକାଚକ୍‌ ରୁମ୍‌ । ଦାମୀ ବେଡ୍‌ ସାଙ୍ଗକୁ ରୁମ୍‌ରେ ପଡ଼ିଛି ସୁନ୍ଦର ସୋଫା । ରେଷ୍ଟୁରାଣ୍ଟର ମଜା ମଧ୍ୟ ମିଳିପାରିବ ଏଠି । ଆପଣ ଏ ସବୁକୁ ଶୁଣି ନିଶ୍ଚୟ କେଉଁ ସହରର ଏକ ତାରକା ହୋଟେଲର ବୋଲି ଭାବୁଥିବେ । ହେଲେ ନାଇଁ ଦର୍ଶବନ୍ଧୁ ଏ କୌଣସି ହୋଟେଲର ନୁହେଁ କି ସହରର ବି ମଧ୍ୟ ନୁହେଁ । ଏ ହେଉଛି ଆମ ଭିତରକନିକା ଜାତୀୟ ଉଦ୍ୟାନକୁ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ସୁନ୍ଦର ବ୍ୟବସ୍ଥା ।

ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେଉଛି ନୌବିହାର । ଦୁଇ ପାର୍ଶ୍ୱରେ ଜଙ୍ଗଲ ଓ ମଝିରେ ରହିଛି ନଦୀ । ଏଠି ନୌଯାତ୍ରା କରିବା ପର୍ଯ୍ୟଟକମାନଙ୍କ ପାଇଁ ହେଉଛି ନିଆରା ଅନୁଭୂତି । ଗଛ ଡାଳରେ ବସି କିଚିରିମିଚିରି ଶବ୍ଦ କରୁଥାନ୍ତି ରଂଗ ବେରଂଗ ଚଢେଇ । ଆଉ ନଦୀ ପଠାରୁ ନଈକୁ ଲମ୍ଫ ମାରୁଥିବା ବଡ଼ ବଡ଼ ବଉଳା କୁମ୍ଭୀରଙ୍କ ବିରଳ ଦୃଶ୍ୟ ନୌବିହାର ସମୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

ପର୍ଯ୍ୟଟକଙ୍କୁ ଭିତରକନିକାରେ ଏହି ସବୁର ମଜା ଦେବାକୁ ଅଗଷ୍ଟ ୧ରୁ ଆରମ୍ଭ ହେଉଛି କ୍ରୁଜ୍‌ ସେବା । ଯେଉଁଠି ବିଳାସପୂର୍ଣ୍ଣ ନୌଯାତ୍ରା ସହିତ ବୋଟରେ ରାତ୍ରିଯାପନ ପାଇଁ ବ୍ୟବସ୍ଥା ରହିବ । ଏଥିପାଇଁ ଦୁଇଟି ବିଳାସପୂର୍ଣ୍ଣ ବୋଟ୍‌ ଭିତରକନିକାରେ ପହଞ୍ଚିସାରିଛି । ଏଥିରେ ରହିଥିବା ରୁମ୍‌ରେ ଦୁଇଟି କପଲ୍‌ ଏକାଥରେ ରହିପାରିବେ । ସେମାନଙ୍କ ପାଇଁ ଏହି ବୋଟ୍‌ରେ ଖାଇବା, ରହିବା, ବୁଲିବା ସମସ୍ତ ସୁବିଧା ହୋଇଛି । ଏହି ସମସ୍ତ ସୁବିଧା ପାଇବାକୁ ହେଲେ ଗୋଟିଏ ରାତି ପାଇଁ ଅତିଥିଙ୍କୁ ୩୫ ହଜାର ଟଙ୍କା ଦେବାକୁ ପଡିବ । ପ୍ରଥମଥର ପାଇଁ କ୍ରୁଜ ଭିତରକନିକାରେ ଏହା ଆରମ୍ଭ କରିବାକୁ ଯାଉଛି । ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଲାଣି ।

  • Reported by:
  • PRABIR KUMAR NAYAK

OTV is now on Whatsapp

Join and get latest news update delivered to you via whatsapp

Join Now