• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନେଶ୍ୱରରେ ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶୀ ଦଣ୍ଡାଦେଶ । ଦୋଷୀ ସଂଜୀତ ଦାସକୁ ଫାଶି ଦଣ୍ଡ ଶୁଣାଇଲେ ଭୁବନେଶ୍ୱର ADJ କୋର୍ଟ । ୨୦୨୨ ଜୁନ୍ ୯ ତାରିଖରେ ଖଣ୍ଡଗିରି ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ହୋଇଥିଲା । ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ସଂଜୀତ । ଏହି ମାମଲାର ବିଚାର କରି କୋର୍ଟ ସଂଜୀତକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି ।

ଘଟଣା ଅନୁସାରେ, କ୍ଷଣିକର ରାଗର ବଶବର୍ତ୍ତୀ ହୋଇ ହତ୍ୟା କରିଥିଲା ସ୍ତ୍ରୀକୁ । ଏପରି ରାକ୍ଷସ ପ୍ରକୃତି ଯୋଗୁଁ ପୁରା ପରିବାର ଛାରଖାର ହୋଇଯାଇଥିଲା । ଧାରୁଆ ଅସ୍ତ୍ରରେ ୩୩ ଥର ହାଣି ସ୍ତ୍ରୀ ସରସ୍ୱତୀଙ୍କୁ ସ୍ୱାମୀ ସଂଜିତ ଦାସ ହତ୍ୟା କରିଥିଲା । ତଥାପି ରାଗ ଏତିକିରେ କମିନଥିଲା ଯେ, ନିଜ ୬ ବର୍ଷ ଝିଅର ତଣ୍ଟି ମଧ୍ୟ କାଟି ଦେଇଥିଲା ନୃଶଂସ ବାପା ।

ଦୁଇ ବର୍ଷ ତଳେ ପିଶାଚ ବାପା କବଳରୁ ଅଳ୍ପକେ ବର୍ତ୍ତି ଯାଇଥିଲା ନବଜାତ ଶିଶୁକନ୍ୟା । ଭୁବନେଶ୍ୱର ଘାଟିକିଆ ଅଞ୍ଚଳର ପୈତୃକ ଘରେ ପରିବାର ସହିତ ରହୁଥିଲା ସଂଜିତ । ରୋଜଗାର କିଛି ନଥିଲା, ପୁରା ବେକାର । ତଥାପି ସେ ନିଶା ସେବନ କରୁଥିଲା ବୋଲି ଅଭିଯୋଗ ହୋଇଛି । ସ୍ତ୍ରୀ ସରସ୍ୱତୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ ।

ସଂଜିତ ନିଶା ସେବନ କରୁଥିବାରୁ ଓ ବେକାର ଥିବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହୁଥିଲା ଝଗଡ଼ା । ଘଟଣାର ପୂର୍ବଦିନ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଫଳରେ ହିତାହିତ ଜ୍ଞାନ ଭୁଲି ପତ୍ନୀଙ୍କୁ ୩୩ ଥର ଛୁରୀ ଭୁସି ହତ୍ୟା କରିଥିଲା ସ୍ୱାମୀ । ୧୫ ଜଣ ସାକ୍ଷୀ ଓ ୧୮ ଟି ଡକ୍ୟୁମେଣ୍ଟ ଆଧାରରେ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ୨ କୋର୍ଟ ।

Rarest of rare case ଭାବେ ଅଭିଯୁକ୍ତ ସଞ୍ଜିତକୁ ଫାଶୀ ଦଣ୍ଡ ଶୁଣାଇଛି କୋର୍ଟ । ୨୦୨୨ ଜୁନ ୯ ରେ ଭରତପୁର ଥାନା ଅନ୍ତର୍ଗତ ଘାଟିକିଆରେ ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଥିଲା ସ୍ୱାମୀ । ଅଭିଯୁକ୍ତର ଝିଅ, ଅଭିଯୁକ୍ତର ମା' ଓ ଭାଉଜ ଏହି ଲୋମହର୍ଷଣକାରୀ କାହାଣୀ ବଖାଣିବା ପରେ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର କୋର୍ଟ ।

ଘଟଣା ଅନୁସାରେ ୨୦୨୨ ଜୁନ ୯ ସକାଳ ପ୍ରାୟ ୧୧ ଟା ସମୟରେ ଘଟିଥିଲା ଏଭଳି ଲୋମହର୍ଷଣକାରୀ ଘଟଣା । ନିଶା ଖାଇବାକୁ ସ୍ତ୍ରୀ ସରୋଜିନୀ ସେ ସମୟରେ ଟଙ୍କା ନଦେବାରୁ ପିଶାଚ ସାଜିଥିଲା ସ୍ୱାମୀ । କେବଳ ସ୍ତ୍ରୀକୁ ମାରିନଥିଲା ବରଂ ୬ ବର୍ଷର ନିଷ୍ପାପ ଝିଅ ଦେହରେ ଛୁରୀ ଭୁଷି କ୍ଷତାକ୍ତ କରିଦେଇଥିଲା ।

ବ୍ରାଉନସୁଗାର ଓ ମଦ ନିଶାରେ ଚୁର ରହୁଥିଲା ଅଭିଯୁକ୍ତ । ଅଭିଯୁକ୍ତକୁ ସେତବେଳେ ଗିରଫ ପରେ ସିନ ରିକ୍ରିଏସନ କରାଇଥିଲା ପୋଲିସ । ସରସ୍ୱତୀଙ୍କୁ ହତ୍ୟା ବେଳକୁ ବଡ଼ ଝିଅ ୬ ବର୍ଷର ହୋଇଥିବା ବେଳେ ସାନ ଝିଅ ମାତ୍ର ୭ ଦିନର ହୋଇଥିଲା । ତେବେ ଆଖି ଆଗରେ ମା’କୁ ବାପା ଏଭଳି ହତ୍ୟା କରାଯିବା ଘଟଣା ଚିନ୍ତା କରି ଆଜି ବି ଅବାକ ହୋଇଯାଉଛି ବଡ଼ ଝିଅ ।

OTV is now on Whatsapp

Join and get latest news update delivered to you via whatsapp

Join Now