ଅପରାହ୍ନ ୪ଟା ୪୫ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ । ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ରାଜ୍ୟରେ ମୌସୁମୀ ନଆସୁଣୁ କାୟା ମେଲାଇଲାଣି ଡେଙ୍ଗୁ । ଚଳିତ ବର୍ଷ ଏବେ ସୁଦ୍ଧା ରାଜ୍ୟରେ ଚିହ୍ନଟ ହେଲେଣି ୨୩୫ ଜଣ ରୋଗୀ । ସେଥିମଧ୍ୟରୁ ଗତକାଲି ୩ଟି କେସ ଆସିଛି, ସେ ମଧ୍ୟରେ ପୁରୀରୁ ୨ଟି କେସ ଥିବା ବେଳେ ଭୁବନେଶ୍ୱରରୁ ଜଣେ ଚିହ୍ନଟ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ କାର୍କେଡ୍ଟି ଇମ୍ଫାଲରୁ ଜିରିବମ୍ ଜିଲ୍ଲା ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୧୦ଟା ୩୦ରେ ୩୭ନଂ ଜାତୀୟ ରାଜପଥରେ ଅଚାନକ ଗୁଳିମାଡ଼ ହୋଇଥିଲା।
ତୃତୀୟ ପାଳିର ପ୍ରଥମ ଦସ୍ତଖତ ଚାଷୀଙ୍କ ପାଇଁ କରିଛନ୍ତି ପ୍ରଧାନମନ୍ତ୍ରୀ । ପିଏମ୍ କିଷାନ ନିଧିର ୧୭ ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମାରେ ମୋଦି ଦସ୍ତଖତ କରିଛନ୍ତି ।
ବିଜେଡି ସରକାର କ୍ଷମତାରୁ ହଟିବା ପରେ ଏବେ ପଣ୍ଡିଆନଙ୍କ ଘର ଆଗରୁ ବ୍ୟାରିକେଡ୍ ହଟାଯାଉଛି ।
ଦିଲ୍ଲୀରୁ ଫେରି ଅଚ୍ୟୁତ ସାମନ୍ତଙ୍କ ରାଜନୀତିରୁ ସନ୍ୟାସ ନେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କନ୍ଧମାଳ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ବିରାଡ଼ି ବୈଷ୍ଣବ ଉପାଖ୍ୟାନ ଦେଇଛନ୍ତି । କହିଛନ୍ତି, ୬ ମାସିଆ ଅବସର ନେବାର କିଛି ପ୍ରାସଙ୍ଗିକତା ନାହିଁ ।
ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୭ ହଜାର ମାର୍କ ଅତିକ୍ରମ କରିଥିଲା ।
ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ସେଠାରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। କିଏ ହେବେ ବିଧାୟକ ଦଳ ନେତା ତଥା ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସେନେଇ ନାଁ ଚୂଡ଼ାନ୍ତ ହେବ।
ଗଲା ୩ ମାସ ଭିତରେ ହରଡ଼ ଡାଲି କିଲୋ ପିଛା ୪୦ ଟଙ୍କା ବଢ଼ି ୧୭୦ ଟପିଛି। ଆଉ ଅଟା, ମଇଦା ଓ ସୁଜି ଆଦି ୧୦-୧୫ ଦିନରେ ୪ରୁ ୫ ଟଙ୍କା ଲେଖାଏଁ ମହଙ୍ଗା ହୋଇଛି।
ଆଜି ‘ଜାତୀୟ ଜଡିବୁଟି ଏବଂ ମସଲା ଦିବସ’। ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବାରୁ ଆସନ୍ତୁ ଏମିତି କିଛି ଜଡିବୁଟି ଓ ମସଲା ବିଷୟରେ ଜାଣିନେବା ଯାହାକୁ ବ୍ୟବହାର କରି ଆମେ ଗରମରୁ ରକ୍ଷା ପାଇପାରିବା।
ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ପୁରୁଣା ଓ ନୂଆ ଚେହେରା। ମୋଦି 2.Oରେ ଥିବା ଏକାଧିକ ମନ୍ତ୍ରୀ ଏଥର ରିପିଟ୍ ହୋଇଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡକରୀ, ନିର୍ମଳା ସୀତାରମଣ, ଏସ୍. ଜୟଶଙ୍କର ପ୍ରମୁଖ।
ସଂଧ୍ୟା ପ୍ରାୟ ସାଢେ ୬ଟା ସମୟରେ ପୋନି ଏରିଆର ତେରାଥ ଗ୍ରାମ ନିକଟରେ ଆତଙ୍କବାଦୀମାନେ ବସ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ଫଳରେ ବସଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା ।
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୦ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ମୋଦିଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ଓଡ଼ିଶାରୁ ୩ ଜଣ। କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ। ମୋଦି ସରକାରରେ ତୃତୀୟ ଥର ପାଇଁ ଧର୍ମେନ୍ଦ୍ରଙ୍କୁ ସୁଯୋଗ ମିଳିଛି।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କ୍ୟାବିନେଟ୍ ଶପଥ ନେଇଥିଲା। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ତାଙ୍କ ସହ ଶପଥ ନେଇଥିଲେ ଏନଏଡି ସରକାରରେ ୭୨ ଜଣ ମନ୍ତ୍ରୀ ।
ବହୁ ପ୍ରତୀକ୍ଷିତ ମ୍ୟାଚରେ ବର୍ଷା ଯୋଗୁ ଟସ୍ ବିଳମ୍ବ ହୋଇଥିଲା। ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ପାକିସ୍ତାନ।
ପ୍ରାୟ ସବୁ ବାପାମାଆ ପିଲାମାନଙ୍କ ଉଚ୍ଚତାକୁ ନେଇ ଚିନ୍ତାରେ ଥାଆନ୍ତି, ବିଶେଷ କରି ଯେଉଁ ପିଲାମାନଙ୍କର ଉଚ୍ଚତା ବଢିବାରେ ମନ୍ଥରତା ଦେଖାଯାଏ। ଆପଣ କିଛି ବିଶେଷ ଯୋଗାସନ ସାହାଯ୍ୟରେ ପିଲାମାନଙ୍କ ଉଚ୍ଚତାକୁ ଶୀଘ୍ର ବୃଦ୍ଧି କରିପାରିବେ, ତାହା ପୁଣି ବିନା ଖର୍ଚ୍ଚରେ।
ରାଜନେତା ହେବାର ଆଶାକୁ ଧୂଳିସାତ କଲେ ଜନତା। ମାତ୍ର ୬ ମାସ ୧୨ ଦିନରେ ଭି.କେ. ପାଣ୍ଡିଆନ ସନ୍ନ୍ୟାସ ନେଲେ ସକ୍ରିୟ ରାଜନୀତିରୁ।
ମୋଦିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅନେକ ନେତା । ଜାଣନ୍ତୁ ଓଡ଼ିଶାରେ କିଏ ପାଇଲେ ମନ୍ତ୍ରୀପଦ...
ଜବାହରଲାଲ ନେହରୁଙ୍କ ପରେ ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ତେବେ ଜାଣନ୍ତୁ କିଏ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ...
ଆରମ୍ଭ ହେଲା ମୋଦି ସରକାରର ତୃତୀୟ ପାଳି। ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି।
ଓଡ଼ିଶା ବିଧାନସଭାର ମୋଟ୍ ୧୪୭ ଆସନରୁ ୮୨ ଜଣ ନୂଆ ବିଧାୟକଙ୍କ ପାଦ ପ୍ରଥମ ଥର ପାଇଁ ଗୃହରେ ପଡ଼ିବାକୁ ଯାଉଛି । ଓଡ଼ିଶାର ଏଭଳି ଜନମତ ସାରା ଦେଶକୁ ଚମକାଇ ଦେଇଛି ।
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ ଉପଯୁକ୍ତ ବିକଳ୍ପ ହୋଇପାରିବେ କି ଦୌଡ଼ରେ ସର୍ବାଗ୍ରେ ଥିବା ଗୌତମ ଗମ୍ଭୀର? ଭାରତୀୟ ପ୍ରଶଂସକଙ୍କ ଉଚ୍ଚ ଆଶା, ଟିମ୍ରେ ତାରକା ସଂସ୍କୃତି ଓ ଆଇସିସି ଟୁର୍ଣ୍ଣାମେଣ୍ଟଗୁଡ଼ିକର ଚାଲେଞ୍ଜ୍କୁ ଅତିକ୍ରମ କରି ଆଗକୁ ବଢ଼ିବାରେ କେତେ ସଫଳ ହେବେ ଏହି ପୂର୍ବତନ ବ୍ୟାଟର୍?
ତାଲିକାରେ ପ୍ରଥମେ ରହିଛନ୍ତି ବିଜେଡିର ହେଭିୱେଟ୍ କୁହାଯାଉଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି। ବବିଙ୍କ ରାଜନୀତି କ୍ୟାରିୟର ଏବେ କେଉଁ ମୋଡ଼ ନେବ ତାହା ସମସ୍ତଙ୍କ ନଜରରେ ରହିଛି।
ରାଜଧାନୀ ଦେଖିବ ମୋଦିଙ୍କ ବିଶାଳ ରୋଡ୍ ସୋ’। ୧୨ ତାରିଖରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରହିଛି।