/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726650227.jpg)
Three of a family Critical after consuming poison
ଟ୍ରେନ୍ରେ ବିଷ ପିଇଲେ ବାପା, ମାଆ ଓ ଝିଅ ! ଟ୍ରେନ୍ ଭିତରେ ୩ ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଆଲୋଚନା ହେଉଛି । ତେବେ ବିଷ ପିଇଛନ୍ତି ନା କେହି ପିଆଇ ଦେଇଛି, ସ୍ପଷ୍ଟ ଜଣା ପଡ଼ି ନଥିବାବେଳେ କଣାସ ରୋଡ୍ ଷ୍ଟେସନରୁ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ପରିବାରର ଘର ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ପରିବାରର ୩ ଜଣ ବାପା, ମାଆ ଓ ଝିଅ ଟ୍ରେନରେ ଯାତ୍ରା କରୁଥିଲେ । ଟ୍ରେନରେ ସେମାନେ ମୟୂରଭଞ୍ଜରୁ ପୁରୀ ଯାତ୍ରା କରୁଥିଲେ । ତେବେ କଣାସ ରୋଡ୍ ଷ୍ଟେସନରୁ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଦେଖି କିଛି ଲୋକ ତାଙ୍କୁ ତୁରନ୍ତ ଡେଲାଙ୍ଗ ହସ୍ପିଟାଲକୁ ନେଇ ଆସିଥିଲେ ।
ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଦେଖି କ୍ୟାପିଟାଲ ହସ୍ପିଟାଲକୁ ଆମ୍ବୁଲାନ୍ସରେ ପଠାଇ ଦେଇଛନ୍ତି । ତିନିଜଣଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ମୌଦି ଅଞ୍ଚଳର ରାଜୁ ମଣ୍ଡଳ ବୋଲି ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)