/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726652239.jpg)
Woman fakes goddess possession when loan officials arrived to reclaim a tractor
ଋଣ ନେଇଯିବା ସହଜ କଥା କିନ୍ତୁ ଫେରାଇବା କାଠିକର ପାଠ ହୋଇଥାଏ। ଏମିତି ଅନେକ ଅଛନ୍ତି ଯେଉଁମାନେ ନିଜର ଫାଇଦା ପାଇଁ ଲୋନ୍ ନିଅନ୍ତି କିନ୍ତୁ ସୁଝନ୍ତି ନାହିଁ। ଯେତେବେଳେ ଲୋନ୍ ଦାତା ଟଙ୍କା ମାଗନ୍ତି ଏମାନେ ବିଭିନ୍ନ ପ୍ରକାର ବାହାନା କରନ୍ତି। ସେମିତି ଏକ ଭିଡିଓ ବର୍ତ୍ତମାନ ଭାଇରାଲ୍ ହେଉଛି। ଏହାକୁ ଦେଖିଲେ ଆପଣ ହସି ହସି ଗଡିବେ।
ଋଣ ସୁଝିବାକୁ ଏଡାଇବା ପାଇଁ ରାଜସ୍ଥାନର ବାଂସବାଡାର ଜଣେ ମହିଳା ଏକ ଅଦ୍ଭୁତ କାରନାମା କରିଛନ୍ତି। ଯେତେବେଳେ ଲୋନ୍ ଏଜେଣ୍ଟ୍ମାନେ ଟ୍ରାକ୍ଟର ନେଇଯିବାକୁ ଆସିଲେ ମହିଳା ଜଣକ ଦେବୀଙ୍କ ଛାୟା ବୋଲି କହି ଅଦ୍ଭୁତ ନାଟକ ଦେଖେଇଲେ।
ଭିଡିଓରେ କଏଦ ହୋଇଥିବା ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଖବର ଲେଖାହେବା ବେଳକୁ ୪.୩ ମିଲିୟନ ଥର ଦେଖାଯାଇଥିଲା। ଇନଷ୍ଟାଗ୍ରାମ ବ୍ୟବହାରକାରୀ ashokdamodar864 ଦ୍ୱାରା ଶେୟାର କରାଯାଇଥିବା ଏହି ଫୁଟେଜ୍ରେ ମହିଳା ଜଣକ ନାଟକୀୟ ଅଙ୍ଗଭଙ୍ଗୀ କରି ଲୋନ୍ ଏଜେଣ୍ଟମାନଙ୍କୁ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳେ।
ବ୍ୟାଙ୍କ ଏଜେଣ୍ଟ ଟ୍ରାକ୍ଟର ନେବାକୁ ଆସିଥିଲେ:
ଋଣ କିସ୍ତି ନ ଦେବା କାରଣରୁ ଏଜେଣ୍ଟମାନେ ଟ୍ରାକ୍ଟରକୁ ଫେରାଇ ନେବାକୁ ଚାହୁଁଥିଲେ। ଠିକ୍ ଏହି ସମୟରେ ମହିଳା ଜଣକ ହାତ ଉଠାଇ ଏଜେଣ୍ଟମାନଙ୍କୁ ଚେତାବନୀ ଦେଇ କୁହନ୍ତି ଯେ, ବାହନ ନେଇଗଲେ ଗମ୍ଭୀର ପରିଣାମ ଭୋଗିବ।
ଏହି ଭିଡିଓର କ୍ୟାପ୍ସନ୍ରେ କୁହାଯାଇଛି ଯେ ପରିବାରର ଜଣେ କୃଷକ ଟ୍ରାକ୍ଟର କିଣିବା ପାଇଁ ଋଣ ନେଇଥିଲେ। କିନ୍ତୁ ଋଣ ପରିଶୋଧ କରି ନ ଥିଲେ। ତେବେ ଋଣ ପରିଶୋଧ ବଦଳରେ ପରିବାର ସେମାନଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଅନ୍ୟ ଏକ ଉପାୟ ଗ୍ରହଣ କରିଥିଲେ।
ଭିଡିଓର କ୍ୟାପସନରେ ଏହା ଲେଖା ଅଛି, "ଅର୍ଥ ବିଭାଗର ଲୋକମାନେ ଟ୍ରାକ୍ଟର ଟାଣିବାକୁ ଆସିଥିଲେ। ଏମାନେ କି ପ୍ରକାର ଲୋକ? ଆମକୁ ଏ କ’ଣ ଦେଖିବାକୁ ପଡୁଛି।"
ଏପରି ଘଟଣା ଦେଖିବାକୁ ମିଳିଲା:
ତେବେ ବର୍ତ୍ତମାନ ସମୟରେ, ସୋସିଆଲ ମିଡିଆରେ ଅନେକ ମାମଲା ସାମ୍ନାକୁ ଆସୁଛି, ଯେଉଁଠାରେ ଲୋକମାନେ ଋଣ ପରିଶୋଧ କରିବା ପରିବର୍ତ୍ତେ ଲୋନ୍ ଦାତାଙ୍କୁ ଧମକ ଦେଉଥିବାର ଦେଖାଯାଉଛି। ସେମାନେ ଯେଉଁ ଧମକ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଫିଲ୍ମ ପରି।
ବ୍ୟାଙ୍କ ଅଧିକାରୀମାନଙ୍କୁ ଦେଖି ଲୋକମାନଙ୍କ ମଧ୍ୟରେ ଐଶ୍ୱରୀୟ ଶକ୍ତି ପ୍ରବାହିତ ହେବାକୁ ଲାଗିଲା। ସେମାନଙ୍କୁ ଭୟଭୀତ କରିବା ପାଇଁ ସେମାନଙ୍କୁ ଅଭିଶାପ ଦେବା ଏବଂ ବିଭିନ୍ନ ଧମକ ଦେବାକୁ ଏହି ଲୋକମାନେ ପଛାଇଲେ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)