Advertisment

Viral: ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନ୍‌ସଙ୍କ ରୋମାନ୍ସ ଦେଖି ଲାଜେଇଗଲା ଝିଅ ମାଳତୀ

ନିକ ଜୋନ୍‌ସଙ୍କ ଜନ୍ମଦିନ ଥିବାରୁ ପାର୍ଟୀ ଏବଂ ସେଲିବ୍ରେସନ ତ ହେଲା, କିନ୍ତୁ ଫଟୋ ସାମ୍ନାକୁ ଆସିବା ମାତ୍ରେ ଇନଷ୍ଟାଗ୍ରାମରେ ଏକ କ୍ୟୁଟ୍ ଫଟୋ ଭାଇରାଲ ହେଲା। ନିକ୍‌ ତାଙ୍କ ଇନଷ୍ଟା ପେଜ୍‌ରେ ଅନେକ ଫଟୋ ଶେୟାର କରିଛନ୍ତି। ଗୋଟିଏ ଫଟୋ ଦେଖିଲେ ଆପଣ ବି ହସି ହସି ଗଡିବେ।

author-image
Pramod Behera
ଅଦ୍ୟତନ ହୋଇଛି
Priyanka chopra nick jonas kiss daughter malti closes eyes

Priyanka chopra nick jonas kiss daughter malti closes eyes

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନସ ୧୬ ସେପ୍ଟେମ୍ବରରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ପାର୍ଟୀ ଏବଂ ସେଲିବ୍ରେସନ ତ ହେଲା, କିନ୍ତୁ ଫଟୋ ସାମ୍ନାକୁ ଆସିବା ମାତ୍ରେ ଇନଷ୍ଟାଗ୍ରାମରେ ଏକ କ୍ୟୁଟ୍ ଫଟୋ ଭାଇରାଲ ହେଲା। ନିକ୍‌ ତାଙ୍କ ଇନଷ୍ଟା ପେଜ୍‌ରେ ଅନେକ ଫଟୋ ଶେୟାର କରିଛନ୍ତି।

Advertisment
Priyanka chopra nick jonas kiss daughter malti closes eyesଝିଅ ମାଳତୀଙ୍କ ସହ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ୍

ପ୍ରଥମ ଫଟୋରେ ଆପଣ ଦେଖିବେ ଯେ ନିକ ଏବଂ ପ୍ରିୟଙ୍କା ଚୁମ୍ବନ ଦେଉଥିବା ବେଳେ ଝିଅ ମାଳତୀ ଆଖି ବନ୍ଦ କରିଦେଇଛି। ଆଉ ଏକ ଫଟୋରେ ନିକ ତାଙ୍କ ଝିଅକୁ କାଖେଇ ଧରିଥିବାର ନଜର ଆସିଛନ୍ତି। ସେହିଭଳି, ଏମିତି ଅନେକ ଫଟୋ ଶେୟାର ହୋଇଥିବା ବେଳେ କେତେକ ସ୍ଥାନରେ ତିନିଜଣଙ୍କୁ ଏକାଠି ଦେଖିବାକୁ ମିଳେ ତ ଆଉ କେଉଁଠି ସେମାନେ ମାଳତୀଙ୍କ ସହିତ ଗୁଣାତ୍ମକ ସମୟ ବିତାଉଥିବାର ଦେଖାଯାଏ।

ଫଟୋ ଶେୟାର କରି ନିକ୍‌ ସିନା ତାଙ୍କ କାମ ସାରିଥିଲେ, କିନ୍ତୁ ପରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।

Advertisment

ସୋସିଆଲ୍ ମିଡିଆରେ ପ୍ରଶଂସା:

ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଜୋନସ୍ ପରିବାରର ଏହି କ୍ୟୁଟ୍ ଫଟୋକୁ ବହୁତ ପସନ୍ଦ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି – ସବୁଠାରୁ ଭଲ ପରିବାର। ଆଉ ଜଣେ ଲେଖିଛନ୍ତି – ମାଳତି ବହୁତ କୌତୁକିଆ ଝିଅ। ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ମିଳୁଛି, ଏହା ତାଙ୍କଠାରେ ସ୍ପଷ୍ଟ ଦେଖାଯାଏ। ଅନ୍ୟ ଜଣେ ଲେଖିଛନ୍ତି – ନିକ୍‌, ଆପଣଙ୍କ ପ୍ରଥମ ଫଟୋ ବହୁତ କ୍ୟୁଟ୍।


ମାଳତୀଙ୍କ ଚୁଲ୍‌ବୁଲି:

ଜନ୍ମଦିନ ଥିବାରୁ ନିକ୍‌ ଏକ କନ୍ସର୍ଟ କରିଥିଲେ। ପ୍ରିୟଙ୍କାଙ୍କ ସହ ମାଳତୀ ମଧ୍ୟ ଏଥିରେ ଭାଗ ନେଇଥିଲେ। ନିକ୍‌ଙ୍କ ଦ୍ୱାରା ଶେୟାର୍ ହୋଇଥିବା ଫଟୋଗୁଡ଼ିକରେ ଆପଣ ମାଳତୀଙ୍କର ସେହିସବୁ ଫଟୋଗୁଡ଼ିକୁ ମଧ୍ୟ ଦେଖିପାରିବେ। କେଉଁଠି ମାଳତୀ ମଞ୍ଚ ଉପରେ ବସିଥିବାର ଦେଖାଯାଆନ୍ତି ତ ଆଉ କେଉଁଠି ହାତରେ ମାଇକ୍ ଧରି ପୋଜ୍ କରୁଛନ୍ତି।

ପ୍ରିୟଙ୍କା ଚୋପ୍ରା ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କନ୍ସର୍ଟରୁ ମାଳତୀଙ୍କ ଫଟୋ ଶେୟାର କରିଛନ୍ତି। ପ୍ରଶଂସକମାନେ ମାଳତୀଙ୍କ ଏହି କ୍ୟୁଟ୍ ଷ୍ଟାଇଲ୍‌କୁ ବହୁତ ପସନ୍ଦ କରିଛନ୍ତି।

Priyanka Chopra Bollywood Hollywood Viral Post
Advertisment
Advertisment