• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ASI ଟିମର ଅନୁଧ୍ୟାନ। ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ଅନୁଧ୍ୟାନ ଚଳାଇଛନ୍ତି। ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢ଼ା ସ୍ଥିତି ନେଇ ଅନୁଧ୍ୟାନ କରିଥିବା ସୂଚନା ମିଳିଛି।

ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ଦୁଇବର୍ଷ ହେଲା କାମ ଆରମ୍ଭ ହୋଇଛି। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ସୂର୍ଯ୍ୟମନ୍ଦିରର ଉତ୍ତର ପଶ୍ଚିମ କୋଣ ଓ ମନ୍ଦିରର ଦକ୍ଷିଣ ପଶ୍ଚିମ କୋଣରେ ମେକାନିକାଲ ୱାରକିଙ୍ଗ ପ୍ଲାଟଫର୍ମ , ଆଇରନ ଷ୍ଟ୍ରକଚର କାର୍ଯ୍ୟ ଓ ପ୍ରଥମ ପିଢକୁ ସୁରକ୍ଷିତ ଯାତାୟତ ପାଇଁ ଆଇରନ ସିଡ଼ି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ହେଲେ ବାଲି କାଢ଼ିବା ପାଇଁ ଚାଲିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ବିତୀୟ ପିଢ଼ରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ ୪ ଫୁଟରେ ୫ ଫୁଟର ଏକ ଗର୍ତ୍ତ ଖୋଳା ଯିବ ଯେଉଁ ବାଟରେ ଗର୍ଭଗୃହରୁ ବାଲି କାଢ଼ାଯିବ । ଏଥି ପାଇଁ ତିନିବର୍ଷ ଲକ୍ଷ ଧାର୍ଯ୍ୟ କରାଯାଇଥିଲା। ହେଲେ ଏହାମଧ୍ୟରେ ଦୁଇ ବର୍ଷ ବିତିଯାଇଥିବା ବେଳେ ଆଜି ASI ଏଡିଜି ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now