Advertisment

ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ; ବାଣୀବିହାର ଆସୋସିଏଟ୍ ପ୍ରଫେସର ନିଲମ୍ବିତ...

ଅର୍ଥନୀତି ବିଭାଗର ଆସୋସିଏଟ୍ ପ୍ରଫେସରଙ୍କୁ  ନିଲମ୍ବିତ କରାଯାଇଛି। ଆଇସିସିର ରିପୋର୍ଟ ଆଧାରରେ ନିଲମ୍ବନ କରିଛନ୍ତି କୁଳପତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Utkal University

Utkal University

ଉତ୍କଳ ବିଶ୍ୱବିଦ୍ୟାଳୟ ଆସୋସିଏଟ୍ ପ୍ରଫେସର ନିଲମ୍ବିତ। ଅର୍ଥନୀତି ବିଭାଗର ଆସୋସିଏଟ୍ ପ୍ରଫେସରଙ୍କୁ  ନିଲମ୍ବିତ କରାଯାଇଛି। ଆଇସିସିର ରିପୋର୍ଟ ଆଧାରରେ ନିଲମ୍ବନ କରିଛନ୍ତି କୁଳପତି। 

Advertisment

ଏଥି ସହିତ ହେଡକ୍ୱାର୍ଟର ନ ଛାଡ଼ିବାକୁ ଆସୋସିଏଟ୍ ପ୍ରଫେସରଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ପ୍ରଫେସରଙ୍କ ନାଁରେ ଯୌନ ନର୍ଯାତନା ଅଭିଯୋଗ ଆଣିଥିଲେ ଜଣେ ଛାତ୍ରୀ। ଅଭିଯୋଗ ପାଇବା ପରେ ବିଭାଗୀୟ ସେକ୍ସୁଆଲ୍ ହାରାସମେଣ୍ଟ ସେଲ୍ ଘଟଣାର ତଦନ୍ତ କରିଥିଲା। 

ଅଭିଯୋଗ ଅନୁସାରେ ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ ଚ୍ୟାମ୍ୱରରେ ଥିଲେ। ଠିକ୍‌ ସେହି ସମୟରେ ନିଜ ବିଭାଗର ଜଣେ ଛାତ୍ରୀ ବହି ଆଣିବାକୁ ପ୍ରଫେସରଙ୍କ ଚ୍ୟାମ୍ୱରକୁ ଯାଇଥିଲେ। ସେତେବେଳେ ପ୍ରଫେସର ତାଙ୍କୁ ବସିବା ପାଇଁ କହିଥିଲେ। ଛାତ୍ରୀ ଜଣକ ବସିବା ପରେ ପ୍ରଫେସର ତାଙ୍କ ପାଖରେ ଆସି ବସିଥିଲେ। ଆଉ ତା’ପରେ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବିନା ଅନୁମତିରେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ସ୍ପର୍ଶ କରିଥିଲେ। ଛାତ୍ରୀ ଜଣକ ଚିତ୍କାର କରି ତାଙ୍କ କବଳରୁ ବାହାରି ଆସିବା ପାଇଁ ଚେଷ୍ଟା କରିଥିଲେ।

Advertisment

ତେବେ ଚ୍ୟାମ୍ୱର ଛାଡ଼ିବା ପୂର୍ବରୁ ଛାତ୍ରୀଙ୍କୁ ପ୍ରଫେସର କହିଥିଲେ, ତୁମେ ଯଦି ଏହାକୁ ପସନ୍ଦ କରୁଥିବ, ତାହାହେଲେ ଆଉ ଥରେ ଆସିବ। ମୁଁ ତୁମକୁ ପାଠ ପଢ଼ାରେ ସାହାଯ୍ୟ କରିବି। ଯଦି ପସନ୍ଦ ନଆସିଲା, ତାହାହେଲେ ଆସିବ ନାହିଁ। କିନ୍ତୁ ଯାହା ଘଟିଲା, ସେ ନେଇ କାହାକୁ କିଛି କହିବ ନାହିଁ ବୋଲି ପ୍ରଫେସର କହିଥିବା ପୀଡ଼ିତା ଅଭିଯୋଗ କରିଥିଲେ। ସେହିଦିନ ଅର୍ଥାତ ଅଗଷ୍ଟ ୧୬ ତାରିଖରେ ପୀଡ଼ିତା ଏନେଇ ବିଶ୍ୱବିଦ୍ୟାଳୟର ସେକ୍ସୁଆଲ୍‌ ହାରାସ୍‌ମେଣ୍ଟ ସେଲ୍‌ରେ ଅଭିଯୋଗ କରିଥିଲେ।

Sexual Harassment Utkal University
Advertisment
Advertisment