/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726653226.jpg)
Gautam Gambhir and Virat kohli
ଚର୍ଚ୍ଚାରେ କୋହଲି ଓ ଗମ୍ଭୀରଙ୍କ ସାକ୍ଷାତକାର । ତୁଟି ଗଲା କି ସବୁ ବିବାଦ ? ସବୁ ଘଟଣାର ହୋଇଗଲା କି ଅନ୍ତ ? ଏମିତି ଚର୍ଚ୍ଚା ଏବେ ବିରାଟ କୋହିଲ ଓ ଗୌତମ ଗମ୍ଭୀରଙ୍କୁ ନେଇ କରୁଛନ୍ତି ଫ୍ୟାନ୍ । ଚର୍ଚ୍ଚା କରିବାର କାରଣ ବି ରହିଛି । ଯାହା କେହି ଭାବିନଥିଲେ, ତାହା କରି ଦେଖାଇଛି ବିସିସିଆଇ। କ୍ରିକେଟ୍ ପଡିଆର ଦୁଇ ମହାରଥୀ ତଥା ବିରାଟ କୋହଲି ଓ କୋଚ ଗୌତମ ଗମ୍ଭୀରଙ୍କ ଏକ ସାକ୍ଷାତକାର ସାମ୍ନାକୁ ଆସିଛି। ଯାହାର ଭିଡିଓ ବିସିସିଆଇ ନିଜର ଅଫିସିଆଲ୍ ‘X’ ଆକାଉଣ୍ଟରେ ସେୟାର କରିଛି ।
ଏଭଳି ସାକ୍ଷାତକାର ବାଲଂଦେଶ ଟେଷ୍ଟ ସିରିଜ୍ ପୂର୍ବରୁ ଆସିଛି । ପୂର୍ବରୁ କୋହିଲ ଓ ଗମ୍ଭୀରଙ୍କ ବହୁତ ବିବାଦ ଦେଖିବାକୁ ମିଳିଛି । ଯେମିତି ଆଇପିଏଲ୍କୁ ନେଇ ହେଉ କି ପଡ଼ିଆ ବାହାରେ ହେଉ । ଯାହା ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ତେବେ ସେୟାର ହୋଇଥିବା ଭିଡିଓରେ ଉଭୟ ବ୍ୟାଟର୍ ୨୦୧୧ ବିଶ୍ୱକପ୍ ଖେଳିଥିବା ସ୍ମରଣୀୟ ପାଳି ବିଷୟରେ ଆଲୋଚନା କରିଥିଲେ । କିପରି ବିଶ୍ୱକପ୍ ଫାଇନାଲରେ ଧୈର୍ଯ୍ୟର ସହ ପାଳି ଖେଳିଥିଲେ । ଆଉ ଦେଶକୁ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ୍ ଟ୍ରଫି ଜିତାଇବାରେ ସହଯୋଗ କରିଥିଲେ ।
A Very Special Interview 🙌
Stay tuned for a deep insight on how great cricketing minds operate. #TeamIndia’s Head Coach @GautamGambhir and @imVkohli come together in a never-seen-before freewheeling chat.
You do not want to miss this! Shortly on https://t.co/Z3MPyeKtDzpic.twitter.com/dQ21iOPoLy
— BCCI (@BCCI) September 18, 2024
ସେହିପରି ସାକ୍ଷାତକାର ଆରମ୍ଭରୁ ବିରାଟଙ୍କୁ କୋଚ୍ ଗମ୍ଭୀର କହିଛନ୍ତି ଯେ, ମୋର ମନେ ଅଛି ତୁମେ ଅଷ୍ଟ୍ରେଲିଆ ସିରିଜ୍ରେ ଜୋରଦାର ପ୍ରଦର୍ଶନ କରିଥିଲ। ତୁମ ବ୍ୟାଟ୍ରୁ ଢେର୍ ସାରା ରନ୍ ବାହାରିଥିଲା। ସେହି ଗସ୍ତରେ ତୁମେ ଅଲ୍ଗା ଜୋସ୍ରେ ଥିଲ । ତୁମର ସେହି ସିରିଜ୍ ବ୍ୟାଟିଂ ଦେଖିଲେ, ମୋତେ ମୋର ନାପିଅରରେ ଖେଳିଥିବା ଇନିଂସ କଥା ମନେ ପଡିଯାଏ । ୨୦୧୪-୧୫ରେ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଚାରୋଟି ଟେଷ୍ଟ ମ୍ୟାଚ୍ ଖେଳି ୬୯୨ ରନ୍ ସଂଗ୍ରହ କରିଥିଲେ । ୮୬.୫୦ ପ୍ରତିଶତରେ ରନ୍ ସଂଗ୍ରହ କରିଥିଲେ ବିରାଟ । ସେହିପରି ୨୦୦୯ରେ ନ୍ୟୁଜିଲାଣ୍ଡ ଗସ୍ତରେ ଥିଲା ଟିମ୍ ଇଣ୍ଡିଆ। ନାପିଅରରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଉପରେ ପରାଜୟର ବିପଦ ଥିଲା । ଯେଉଁଠି ଗୌତମ ଗମ୍ଭୀର ୪୩୬ ବଲ୍ ଖେଳି ୧୩୭ ରନ୍ କରିଥିଲେ । ଆଉ ଭାରତକୁ ପରାଜୟରୁ ରକ୍ଷା କରିଥିଲେ ।
ଏହାପରେ ଗୌତମ ଗମ୍ଭୀରଙ୍କୁ ବିରାଟ କୋହଲି ପଚାରିଥିଲେ କି, ଯେତେବେଳେ ଆପଣ ମୈଦାନରେ ବିରୋଧୀ ଟିମ୍ଙ୍କ ସହିତ ଲଢେଇ କରନ୍ତି, ସେମାନେ ନିଜର କମ୍ଫଟ ଜୋନ୍ରୁ ବାହାରକୁ ଆସନ୍ତି, ଆଉ ଆଉଟ୍ ହୋଇଯାଆନ୍ତି । ଏହା ଆପଣଙ୍କୁ ମୋଟିଭେଟ୍ କରେକି । ଏହାର ଉତ୍ତର ଦେଇ ହସିକି ଗମ୍ଭୀର କହିଥିଲେ କି, ମୋତେ ଲାଗୁଛି କି ପଡିଆରେ ମୋ ଠାରୁ ତୁମେ ବୋଧେ ଅଧିକ ଲଢେଇ କରିଥାଅ । ଏହାର ଉତ୍ତର ତୁମେ ମୋ ଠାରୁ ଅଧିକ ଭଲରେ ଦେଇପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)