/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726654905.jpg)
Balasore Flood
ବାଲେଶ୍ୱର ଜିଲ୍ଲାରେ ବନ୍ୟାସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମୀକ୍ଷା ପରେ ସ୍ଥିତି ଉଦବେଗଜନକ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତିନୋଟି ନଦୀରେ ଜଳସ୍ତର ବଢ଼ିଛି । ବାଲେଶ୍ୱର ଜିଲ୍ଲାର ୬ଟି ବ୍ଲକର ୮ ହଜାର ହେକ୍ଟର ଜମି ଜଳମଗ୍ନ ହୋଇଛି । ୩ଟି ବ୍ଲକର ୩୫ଟି ଗ୍ରାମପଞ୍ଚାୟତ ବେଶୀ ପ୍ରଭାବିତ ହୋଇଛି ।
ତଳିଆ ଅଞ୍ଚଳରୁ ୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଉଛି । ଉଦ୍ଧାର କାର୍ଯ୍ୟରେ ୮ ଅଗ୍ନିଶମ, ୩ ଓଡ୍ରାଫ୍, ୧ NDRF ଟିମ୍ ମୁତୟନ କରାଯାଇଛି । ସୁବର୍ଣ୍ଣରେଖା ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ସ୍ଥାୟୀ ପ୍ରତିକାର ପାଇଁ ରୋଡ୍ ମ୍ୟାପ୍ କରିବାକୁ ଇଆଇସିଙ୍କୁ କୁହାଯାଇଛି ।
ଇଆଇସିଙ୍କ ରିପୋର୍ଟ ମିଳିବା ପରେ ଏନେଇ ପଦକ୍ଷେପ ନିଆଯିବ । ପୂର୍ଣ୍ଣିମା ଯୋଗୁଁ ପାଣି ଛାଡୁନି, ଆଉ ଦିନକ ପରେ ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)