/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726658147.jpg)
One Nation One Election
ଏକ ରାଷ୍ଟ୍ର, ଏକ ନିର୍ବାଚନ। ୱାନ ନେସନ ୱାନ ପୋଲକୁ କେନ୍ଦ୍ର କ୍ୟାବିନେଟ ଆଜି ମଞ୍ଜୁରୀ ଦେଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ରିପୋର୍ଟକୁ ମଂଜୁର କରିଛି କେନ୍ଦ୍ର କ୍ୟାବିନେଟ । ଏହି ବ୍ୟବସ୍ଥା ପ୍ରଧାନମନ୍ତ୍ରୀଙ୍କ ଚଳିତ କାର୍ଯ୍ୟକାଳ ମଧ୍ୟରେ ଲାଗୁ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବର୍ଷର ସ୍ବାଧୀନତା ଦିବସ ଅଭିଭାଷଣରେ ଏ କଥା ଉଠାଇଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ତାଙ୍କ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଥିଲେ।
ଏକସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯିବା ପାଇଁ କମିଟି ସୁପାରିଶ କରିଛି । ବାରମ୍ବାର ନିର୍ବାଚନ ଦେଶର ପ୍ରଗତିରେ ଅନ୍ତରାୟ ସୃଷ୍ଟି କରୁଥିବା ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ବିଜେପିର ନିର୍ବାଚନ ଇସ୍ତାହାରରେ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ପ୍ରସଙ୍ଗ ସ୍ଥାନ ପାଇଥିଲା । ତେଣୁ ସରକାର ଏହାକୁ ଲାଗୁ କରିବାକୁ ଚାହୁଁଛନ୍ତି ।
#ୱାନ୍_ନେସନ୍_ୱାନ୍_ପୋଲ୍କୁ_ମଂଜୁରୀ
-ୱାନ୍ ନେସନ୍ ୱାନ୍ ପୋଲ୍କୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ
-ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ ମଂଜୁର କଲେ କେନ୍ଦ୍ର କ୍ୟାବିନେଟ
-ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ ମଂଜୁରୀ
-ୱାନ୍ ନେସନ୍ ୱାନ୍ ପୋଲ୍ ପାଇଁ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ହୋଇଥିଲା… pic.twitter.com/f4ZAPbVat5— ଓଟିଭି (@otvkhabar) September 18, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)