ନିଜର ଅଭିନୟର ଚାତୁରିରେ ଯିଏ ଦିନେ ସମସ୍ତଙ୍କୁ ହସାଉଥିଲେ ଆଜି ସିଏ ସମସ୍ତଙ୍କୁ କନ୍ଦାଇ ଚାଲି ଯାଇଛନ୍ତି। ବରିଷ୍ଠ ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ ହୋଇଛି।
ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ସେହିପରି ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ।
ଦଳକୁ ସଜାଡି ଯିବାକୁ ମୋର ଯେଉଁ ମତ ଥିଲା ତାକୁ ଠିକ୍ ଭାବେ ଦଳ ଗ୍ରହଣ କଲାନି । ମୁଁ ଯେହେତୁ ବିଜେଡିରେ ନାହିଁ ସେଥିଲାଗି ବିଜେଡି ସମ୍ପର୍କରେ ମତ ଦେବାକୁ ଠିକ୍ ମନେ କରୁନି ।
ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ଘର ଗାଲାକ୍ସୀ ଆପାର୍ଟମେଣ୍ଟ ଆଗରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।
‘ଭୁଲ୍ ଭୁଲୈୟା ୩’ର ଟ୍ରେଲର ରିଲିଜ ହୋଇଥିଲା, ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି। ଏବେ ନିର୍ମାତା ଫିଲ୍ମର ଟାଇଟଲ୍ ଟ୍ରାକ୍ର ଟିଜର୍ ରିଲିଜ୍ କରିଛନ୍ତି। ଆସନ୍ତାକାଲି ଫିଲ୍ମର ସମ୍ପୂର୍ଣ୍ଣ ଗୀତ ମୁକ୍ତିଲାଭ କରିବ।
ଆଜି ଦୁହେଁ କହିଛନ୍ତି ଜିଲ୍ଲା ସଭାପତିଙ୍କୁ ସୋ-କଜ୍ ନୋଟିସର ଉତ୍ତର ଦିଆଯାଇଛି । ହେଲେ ଯାହାଙ୍କ କଥାରେ ନୋଟିସ୍ ହୋଇଛି, ଯିଏ ଆମ ନାଁରେ ନୋଟିସ୍ କରାଇଛନ୍ତି ସେମାନଙ୍କୁ ବି ସୋ କଜ୍ ନୋଟିସ୍ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ଚେନ୍ନାଇ ସମେତ ତାମିଲନାଡୁର ଅନେକ ଅଞ୍ଚଳରେ ବଜ୍ରପାତ ମଧ୍ୟ ଘଟିଛି। ଏହି ସମୟରେ ଗୋଟିଏ କୋଠାକୁ ବିଜୁଳି ମାରିଥିଲା। ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।ଏହି ସମୟର ଦୃଶ୍ୟ ଦେଖି ଆପଣ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ।
କୋର୍ଟ ସାମ୍ନାରେ ସ୍ୱାମୀ-ସ୍ତ୍ରୀଙ୍କ ହାଇଡ୍ରାମା। ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଆସିଥିଲେ ସ୍ୱାମୀ। ଖବର ପାଇ ପହଞ୍ଚିଗଲେ ସ୍ତ୍ରୀ। ଆଉ ଆରମ୍ଭ ହୋଇଗଲା ମହାଭାରତ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୁହାଯାଉଛି ଯେ ଶାହାରୁଖ ଖାନ୍ ଏହି ଘଟଣାରୁ ଦୂରତା ବଜାୟ ରଖିବାକୁ ଚାହୁଁଛନ୍ତି ।
ପ୍ରସନ୍ନ ପାଟ୍ଟଶାଣୀ ଆହୁରି କହିଛନ୍ତି ଯେ, ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି, କିନ୍ତୁ ପାଣ୍ଡିଆନ ଯୋଗୁଁ ଆମର ଲୋକପ୍ରିୟ ସରକାର ଚାଲିଗଲା ।
ଚଳିତ ସିଜିନ ପାଇଁ 'ଇମ୍ପାକ୍ଟ ପ୍ଲେୟାର' ବ୍ୟବସ୍ଥାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିସିସିଆଇ ସୋମବାର ରାଜ୍ୟ କ୍ରିକେଟ ଆସୋସିଏସନକୁ ସୂଚନା ଦେଇଛି ।
CBSE ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ। ୨୦୨୫ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ।
ରତନ ଟାଟା... ବିଜ୍ନେସ୍ର ବାଦଶାହା... ଟାଟା ନାନୋର ଜନକ ବୋଲି ବି ତାଙ୍କୁ କହାଯାଏ । ଦିନେ ବଜାରକୁ ନାନୋ ଆସିବା ତାଙ୍କର ସ୍ୱପ୍ନ ଥିଲା । ଆଉ ସେ ସ୍ୱପ୍ନ ପଛର ସତସତିକା କାହାଣୀ ଜାଣିଲେ ନିଶ୍ଚୟ ଏ ମଣିଷଟିକୁ ଆପଣ ହୃଦୟରୁ ସାଲୁଟ୍ କରିବେ ।
ଏହି ଦୁଇ ରାଜ୍ୟରେ ଦୁଇରୁ ତିନଟି ପର୍ଯ୍ୟାୟରେ ମତଦାନ ହୋଇପାରେ । ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ଥିବାବେଳେ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି।
ଦଶହରା ଶେଷ ହେବା ପରେ ବିଭିନ୍ନ ସ୍ଥାନରେ ବେଶ୍ ଜାକଜମକରେ ଭସାଣ ଉତ୍ସବ କରାଯାଇଛି। ଭସାଣି ବେଳେ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ନବରଙ୍ଗପୁରରେ ଭସାଣି ବେଳେ ଛୁରାମାଡରେ ନାବାଳରର ମୃତ୍ୟୁ ହୋଇଥିବା ବେଳେ ଖଲ୍ଲିକୋଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।
ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜିଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ରାଉରକେଲା ବନ୍ଧୋମୁଣ୍ଡାରେ ଅଭାବନୀୟ ଘଟଣା। ଗତକାଲି ରାତିରେ ଲୋକେ ହାତୀ ପଲଙ୍କୁ ଘଉଡ଼ାଇବା ବେଳେ ହାତୀଙ୍କ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ୍। ଚଳନ୍ତା ଟ୍ରେନ୍ ଚକା ତଳେ ଚାଲିଗଲା ଗୋଟିଏ ଛୁଆହାତୀର ଜୀବନ।
ତୀବ୍ର ହେଲା ଭାରତ-କାନାଡା କୂଟନୈତିକ ବିବାଦ। କାନାଡା ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ। କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କରିବା ସହ କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଭାରତ ।
ଅନେକ ଅଛନ୍ତି ରାତିରେ ଶୋଇବା ପାଇଁ ବହୁତ ସଂଘର୍ଷ କରନ୍ତି। ବେଡ୍ରେ ଯେତେ ଏପଟ ସେପଟ ହେଲେ ବି ନିଦ ହୁଏନି। ତେବେ ଏମିତି କିଛି ଘରୋଇ ଉପାୟ ଅଛି ଯାହାକୁ ଆପଣେଇବା ଦ୍ୱାରା ବେଡ୍କୁ ଯାଉ ଯାଉ ହେଇଯିବ ନିଦ। ଆସନ୍ତୁ ଜାଣିବା…
ପାଟଣାଗଡ଼ରେ ସାମ୍ନାକୁ ଆସିଲା 'କାଂପା' କେଳେଙ୍କାରୀ ! 'କାଂପା' ସ୍କାମ୍ ଅଭିଯୋଗରେ ଫରେଷ୍ଟର୍ ସସପେଣ୍ଡ୍ ।
ଜଙ୍ଗଲ ଭିତରେ ମେସିନର ଗର୍ଜନ । ଏମିତି ସେମିତି ମେସିନ ନୁହେଁ, ସୁନା ଖୋଜା ମେସିନ୍ । ଶତାଧିକ ଫୁଟ୍ ଗଭୀର ଗାତ ଖୋଳି ଚାଲିଛି ସୁନାର ସନ୍ଧାନ ।
ବାବା ସିଦ୍ଦିକି ଓ ପୁଅ ଜିଶାନ ସିଦ୍ଦିକିଙ୍କୁ ହତ୍ୟା ପାଇଁ ମିଳିଥିଲା କଣ୍ଟ୍ରାକ୍ଟ । ସୁପାରୀ କିଲରଙ୍କ ଟାର୍ଗେଟରେ ଥିଲେ ଉଭୟ ସିଦ୍ଦିକି ବାପା-ପୁଅ ।
ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତାବିତ ୬ ଲେନ୍ ବ୍ୟାରିକେଡ୍ ବ୍ୟବସ୍ଥା କିଭଳି ରହିବ ?
ରେରା ଆଇନ ଯୋଗୁଁ ବହୁ ସମସ୍ୟା ଭୋଗୁଛନ୍ତି ଜମି ମାଲିକ। ସମ୍ବଲପୁର ଡିଏସ୍ଆର୍ ଅଫିସକୁ ଅଚାନକ ଗସ୍ତ ଅବସରରେ ରାଜସ୍ବ ମନ୍ତ୍ରୀଙ୍କ ଏ ମନ୍ତବ୍ୟକୁ ନେଇ ଚର୍ଚ୍ଚା।