/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725358827.jpg)
Victim’s Family Demands Accused's Expulsion
ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାକୁ ନେଇ ଉତ୍ତେଜନା । ରେଢାଖୋଲ ଥାନା ନାକଟିଦେଉଳ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ୩ ଦିନ ପରେ ବି ଯୁବତୀଙ୍କ ମୃତଦେହ ନେଉନାହାନ୍ତି ପରିବାର । ଗିରଫ ଅଭିଯୁକ୍ତକୁ ଗାଁରୁ ବିତାଡ଼ିତ କରିବା ଦାବିରେ ଅଡ଼ି ବସିଛନ୍ତି ପରିବାର । ପରିବାର ଲୋକଙ୍କୁ ରେଢ଼ାଖୋଲ ଉପଜିଲ୍ଲାପାଳ, ଆଡିସିନାଲ ଏସପି ବୁଝାସୁଝା କରୁଛନ୍ତି । ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ରବିବାର ନାକଟିଦେଉଳ ଥାନା ଝାରବେଡ଼ା ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ମିଳିଥିଲା । ଯୁବତୀ ଜଣକ ଶୁକ୍ରବାର ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ । ମୃତଦେହ ମିଳିବା ପରେ ପରିବାର ଲୋକ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସେପଟେ ବୁର୍ଲା ମେଡିକାଲରେ ବ୍ୟବଚ୍ଛେଦ ପରେ ଗତକାଲିଠୁ ମୃତଦେହ ଆସିଥିଲେ ମଧ୍ୟ ପରିବାର ଲୋକେ ଗ୍ରହଣ କରିନାହାଁନ୍ତି । ଘଟଣାକୁ ନେଇ ଗତକାଲି ଓ ପରଦିନ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଗ୍ରାମବାସୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)