Advertisment

ସନ୍ଦୀପଙ୍କ ଠାରୁ ସତ ଉଗାରିବ CBI; ଦୁର୍ନୀତି ମାମଲାରେ ହେଲେ ଗିରଫ...

ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଠାରୁ ସତ ଉଗାରିବ ସିବିଆଇ। ଦୁର୍ନୀତି ମାମଲାରେ ଗତକାଲି ତାଙ୍କୁ ସିବିଆଇ ଗିରଫ କରିଥିଲ।

author-image
Sujit kumar Swain
ଅଦ୍ୟତନ ହୋଇଛି
RG Kar Hospital's Ex-Principal Sandip Ghosh Arrested By CBI

Sandip Ghosh

କୋଲକାତା ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଠାରୁ ସତ ଉଗାରିବ ସିବିଆଇ। ଦୁର୍ନୀତି ମାମଲାରେ ଗତକାଲି ତାଙ୍କୁ ସିବିଆଇ ଗିରଫ କରିଥିଲ। ସନ୍ଦୀପଙ୍କୁ ପଚରାଉଚରା ପାଇଁ ନିଜାମ ପ୍ୟାଲେସ ସ୍ଥିତ କାର୍ଯ୍ୟାଳୟକୁ ନେଇଛି CBI।

Advertisment

କେବଳ ସନ୍ଦୀପ ନୁହଁନ୍ତି, ତାଙ୍କ ସହ ଦୁଇ ଜଣ ଭେଣ୍ଡର ବିପ୍ଲବ ସିଂହ ଏବଂ ସୁମନ ହଜାରାକୁ ମଧ୍ୟ ସିବିଆଇ ଗିରଫ କରିଛି। ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ସନ୍ଦୀପଙ୍କ ଭୂମିକା ସନ୍ଦେହ ଘେରରେ ରହିଥିଲା। ଏପରିକି କଲେଜରେ ଆର୍ଥିକ ଅନିୟମିତତା ନେଇ ସନ୍ଦୀପଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ଅଧିକ ପଢ଼ନ୍ତୁ: ତ୍ୱରିତ ନ୍ୟାୟକୁ ରାଷ୍ଟ୍ରପତିଙ୍କ ଗୁରୁତ୍ୱ; କହିଲେ, ବଦଳୁ ‘ତାରିଖ ପରେ ତାରିଖ’ ସଂସ୍କୃତି

Advertisment

ସନ୍ଦୀପଙ୍କ ବିରୋଧରେ ମୃତଦେହ ବିକ୍ରି, ଅଙ୍ଗ ଚାଲାଣ, ମେଡିକାଲ ସାମଗ୍ରୀ କିଣିବାରେ ଅର୍ଥ କାରବାର ସହ କଲେଜରେ ବିଭିନ୍ନ କାମ ପାଇଁ କମିଶନି ନେଉଥିବା ଅଭିଯୋଗ କରିଥିଲେ ଆର ଜି କରର ପୂର୍ବତନ ଉପ ଅଧିକ୍ଷକ ଅଖତାର ଅଲ୍ଲି। ଏପରିକି କୋଲକାତା ହାଇକୋର୍ଟରେ ଏନେଇ ମାମଲା ବି କରିଥିଲେ। ପରେ ସିବିଆଇ ଏହା ଉପରେ ତଦନ୍ତ କରିଥିଲା। 

କଲେଜରେ ତାଙ୍କ ଚାକିରି ସମୟରେ ସନ୍ଦୀପ ବିଭିନ୍ନ ଆର୍ଥିକ ଅନିୟମିତତା କରିଥିବା ନେଇ ସିବିଆଇ ଏଫଆଇଆର ମଧ୍ୟ ରୁଜୁ କରିଥିଲା। ଏପରିକି କିଛି ଦିନ ତଳେ BI ସନ୍ଦୀପଙ୍କ ଘରେ ରେଡ୍ ମଧ୍ୟ କରିଥିଲା। ଏପଟେ ଅଭୟାଙ୍କୁ ନ୍ୟାୟ ଦାବିରେ କୋଲକାତାରେ ଜାରି ରହିଛି ଡାକ୍ତରଙ୍କ ଆନ୍ଦୋଳନ। ସାରା ରାତି ଡାକ୍ତରମାନେ ରାସ୍ତା ଉପରେ ବସି ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି। 

ଏପଟେ କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ସ୍ବାସ୍ଥ୍ୟବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଡାକ୍ତରଙ୍କ ସୁରକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଯାହାକୁ ଦୃଷ୍ଟିରେ ରଖି ସବୁ ମେଡିକାଲ୍ କଲେଜରେ ଗୋଟିଏ ଗୋଟିଏ ପୋଲିସ ଫାଣ୍ଡି ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ହୋଇଛି। ଏହି ଟାସ୍କଫୋର୍ ଡାକ୍ତରଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେବ। ଏଥିସହ ସମ୍ବଲପୁରରେ ଦ୍ବିତୀୟ ଏମ୍ସ ଖୋଲିବା ନେଇ କେନ୍ଦ୍ର ସହ ଆଲୋଚନା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ ଲାଗୁ ଦ୍ବାରା ଓଡ଼ିଶା ୬ଶହ କୋଟି ଲାଭ ପାଇବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। 

ଦେଖନ୍ତୁ ଭିଡିଓ | କୋଲକାତା କାଣ୍ଡ: ସଞ୍ଜୟର ବଡ଼ ବୟାନ...

Rape Case CBI Kolkata Murder Case
Advertisment
Advertisment