Advertisment

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର; ପ୍ରବଳ ବର୍ଷା ନେଇ ସତର୍କତା ଜାରି...

ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଗାମୀ ୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

author-image
Sujit kumar Swain
ଅଦ୍ୟତନ ହୋଇଛି
Another low pressure over BoB around September 5: check IMD’s forecast for Odisha

Weather Alert

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଗାମୀ ୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ଏପଟେ ଆନ୍ଧ୍ରପ୍ରଦେଶରେ ବନ୍ୟା ବିଭୀଷିକା। ବୁଡ଼ିଲା ରେଳ ଷ୍ଟେସନ୍, ଧୋଇଗଲା ରେଳ ଟ୍ରାକ୍, ଭାସିଲା ଟ୍ରକ୍, ରାସ୍ତାରେ ସୁଅ କାଟୁଛି ୫ ଫୁଟରୁ ଅଧିକ ପାଣି। ଛାତିକୁ ଥରାଇ ଦେଲା ଭଳି ଏମିତି କିଛି ଦୃଶ୍ୟ ଏବେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଦେଖିବାକୁ ମିଳିଛି। ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଟ୍ରେନ୍ ଓ ସଡ଼କ ପଥରେ ଚଳାଚଳ। ଆନ୍ଧ୍ରର ଏକାଧିକ ସ୍ଥାନରେ ଟ୍ରେନ୍ ଟ୍ରାକ୍ ଉପୁଡ଼ି ପଡ଼ିଛି। କେଉଁଠି ଛୋଟ ଛୋଟ ବ୍ରିଜ୍ ବି କ୍ଷତିଗସ୍ତ ହୋଇଛି। ଫଳରେ ଆନ୍ଧ୍ରରୁ ଓଡ଼ିଶା ଏବଂ ଦେଶର ବିଭିନ୍ନ ସ୍ଥାନକୁ ଯାଉଥିବା ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ: ଆରବ ସାଗରରୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ 'ଆସନା'

ଏବେ ଯାଏଁ ୧୦୦ରୁ ଅଧିକ ଟ୍ରେନ୍ ବାତିଲ ହୋଇଛି। ବିଜୟୱାଡ଼ା ନିକଟ ରାୟନପାଡ଼ୁ ଷ୍ଟେସନ୍ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ସମ୍ପୂର୍ଣ୍ଣ ଷ୍ଟେସନ୍ ପାଣି ଘେରରେ ରହିଛି। ଟ୍ରାକ୍, ପ୍ଲାଟଫର୍ମ ବି ପାଣିରେ ବୁଡ଼ି ରହିଛି। ଏକାଧିକ ଟ୍ରେନ୍ ଷ୍ଟେସନରେ ଅଟକି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହ ଫୋନରେ କଥା ହୋଇଛନ୍ତି। କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ସହାୟତା କରିବା ନେଇ ଆଶ୍ବାସନା ଦେବା ସହ ରେସ୍କ୍ୟୁ ସ୍ଥିତି ପରଖି ବୁଝିଛନ୍ତି।

Advertisment

ଅନ୍ୟପଟେ ଗୁଜୁରାଟରେ ପ୍ରବଳ ବର୍ଷା ସହ ବନ୍ୟାର ତାଣ୍ଡବ। ତାପି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ସାଂଘାତିକ ପ୍ରଭାବିତ ହୋଇଛି ଜନଜୀବନ। ୱାଲୋଡ୍ ଗାଁରେ ପ୍ରବଳ ବର୍ଷାରେ ଦୁଇ ମେଷପାଳକଙ୍କୁ ପାଣିରୁ ଉଦ୍ଧାର କରିଥିଲା ପ୍ରଶାସନ। ଉଭୟ ମେଷପାଳକଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡ଼ିଛି। ବାଲ୍ମିକୀ ନଦୀରେ ଜଳ ପ୍ରବାହ ମାଡ଼ିଆସିବାରୁ ଉଭୟେ ଦୀର୍ଘ ସମୟ ଧରି ଫସିରହିଥିଲେ। ନଦୀ ମଝିରେ ଏକ ଦ୍ୱୀପରେ ଠିଆ ହୋଇଥିବାବେଳେ ହେଲିକପ୍ଟର ଜରିଆରେ ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

Weather Update Heavy Rainfall Weather Alert Rainfall
Advertisment
Advertisment