• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ପୋରବନ୍ଦର ଉପକୂଳ ନିକଟରେ ବଡ଼ ଅଘଟଣ । ଭାରତୀୟ ତଟରକ୍ଷୀ ବାହିନୀର ALH ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ପୋରବନ୍ଦର ଉପକୂଳ ନିକଟ ଆରବ ସାଗରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଏହି ଅଘଟଣ ଘଟିଛି । ହେଲିକପ୍ଟରରେ ଚାରିଜଣିଆ ଚାଳକ ଟିମ୍ ରହିଥିଲେ । ତଟରକ୍ଷୀ ବାହିନୀର ସୂଚନା ଅନୁଯାୟୀ ଚାଳକ ଟିମର ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ମାତ୍ର ଏବେବି ନିଖୋଜ ତିନିଜଣ ସଦସ୍ୟଙ୍କୁ ଖୋଜା ଚାଲିଛି।

ଅଧିକ ପଢ଼ନ୍ତୁ: କେଦାରନାଥରେ ହେଲିକପ୍ଟର କ୍ରାସ୍‌; ବାୟୁସେନା ବିମାନରେ ସ୍ଥାନାନ୍ତର ବେଳେ ଦୁର୍ଘଟଣା

ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ଯେ, ଅବତରଣ ପାଇଁ ହେଲିକପ୍ଟର ଜାହାଜ ପାଖକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ନିଖୋଜ ତିନିଜଣ ସଦସ୍ୟଙ୍କୁ ଖୋଜିବାକୁ ଜୋରଦାର ଉଦ୍ୟମ ଜାରିରହିଛି । ସର୍ଚ୍ଚ ଅପରେସନରେ ୪ଟି ଜାହାଜ ଓ ଦୁଇଟି ବିମାନକୁ ନିୟୋଜିତ କରାଯାଇଛି । ବିମାନର କିଛି ଅଂଶକୁ ମଧ୍ୟ ଉଦ୍ଧାର କରାଯାଇଛି । 

ଗତକାଲି ବିଳମ୍ବିତ ରାତିରେ ଗୁଜରାଟର ପୋରବନ୍ଦର ଉପକୂଳରେ ଏକ ରେସ୍କ୍ୟୁ ଅପରେସନ ବେଳେ ଆରବ ସାଗରରେ ଜରୁରୀ ଅବତରଣ ପାଇଁ ବାଧ୍ୟ ହେଇଥିଲା ଭାରତୀୟ ତଟରକ୍ଷୀ ବାହିନୀର ଆଡଭାନ୍ସ ଲାଇଟ୍ ହେଲିକପ୍ଟର(ALH)। ହେଲିକପ୍ଟରରେ ଏହି ସମୟରେ ୪ ଜଣ ସଦସ୍ୟ ରହିଥିଲେ ଓ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇ ସାରିଛି ।

ଏକ ବିବୃତିରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ଯେ, ନିକଟରେ ଗୁଜରାଟ ବାତ୍ୟା ସମୟରେ ୬୭ ଜଣଙ୍କୁ ଉଦ୍ଧାର କରିଥିବା ଭାରତୀୟ ତଟରକ୍ଷୀ ବାହିନୀର ଏଏଲଏଚ୍ ହେଲିକପ୍ଚର ସେପ୍ଟେମ୍ବର ୨ ତାରିଖ ରାତି ପ୍ରାୟ ୧୧ଟା ସମୟରେ ଏକ ରେସ୍କ୍ୟୁ ଅପରେସନ ପାଇଁ ଯାଇଥିଲା । ପୋରବନ୍ଦରରୁ ପ୍ରାୟ ୪୫ କିଲୋମିଟର ଦୂର ଆରବ ସାଗର ଭିତରକୁ ଜଣେ ଆହତ ସଦସ୍ୟଙ୍କୁ ଉଦ୍ଧାର ପାଇଁ ଯାଇଥିବାବେଳେ ଜରୁରୀ ଅବତରଣ ଆବଶ୍ୟକତା ପଡ଼ିଥିଲା । ଭାରତୀୟ ପତାକା ଲାଗିଥିବା ଏକ ମୋଟର ଟ୍ୟାଙ୍କର ହରି ଲିଲାର ମାଷ୍ଟରଙ୍କ ଠାରୁ ରେସକ୍ୟୁ ପାଇଁ ଅନୁରୋଧ ପାଇବା ପରେ ଉଡ଼ାଣ ଭରିଥିଲା ହେଲିକପ୍ଟର ।

ଅଧିକ ପଢ଼ନ୍ତୁ: ପୋଲିସ ଭ୍ୟାନକୁ ପିଟିଲା ୧୦୮ ଆମ୍ବୁଲାନ୍ସ; ହୋମଗାର୍ଡ ମୃତ, ଆଇଆଇସି ଆହତ

OTV is now on Whatsapp

Join and get latest news update delivered to you via whatsapp

Join Now