/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725352736.jpg)
Murder case
ଭୁଲ୍ ବୁଝାମଣାରୁ ଜୀବନ ଚାଲିଗଲା । ଅଗଷ୍ଟ ୨୩ ତାରିଖରେ ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥରେ ଘଟିଥିବା ଅଭାବନୀୟ ଘଟଣାର ସତ ସାମ୍ନାକୁ ଆସିଛି । ହରିୟାଣାର ଫରିଦାବାଦର ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ କାରକୁ ପିଛା କରି କିଛି ଗୋରକ୍ଷକ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଗୋରକ୍ଷକ ଭୁଲବଶତଃ ମୃତ ଛାତ୍ରକୁ ଗୋଚାଲାଣକାରୀ ସନ୍ଦେହ କରିଥିଲେ ବୋଲି କୁହାଯାଉଛି ।
ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଅଗଷ୍ଟ ୨୩ ତାରିଖରେ ହୋଇଥିବା ଆକ୍ରମଣ ପାଇଁ ଗୋରକ୍ଷକ ସଂଗଠନର ୫ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କ ନାମ ଅନିଲ କୌଶିକ, ବରୁଣ କ୍ରୀଷ୍ଣା, ଅଦେଶ ଓ ସୌରଭ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁସାରେ ଏହି ପାଞ୍ଚଜଣ, ଆର୍ଯ୍ୟନ ମିଶ୍ର ଓ ତାଙ୍କର ସାଙ୍ଗ ସାଙ୍କି, ହର୍ଷିତ ଓ ଦୁଇଜଣ ଝିଅଙ୍କୁ ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥରେ ପ୍ରାୟ ୩୦ କିଲୋମିଟର ପିଛା କରିଥିଲେ ।
କୁହାଯାଉଛି କିଛି ନିର୍ଦ୍ଦିଷ୍ଟ କମ୍ପାନୀର କାରରେ ସହରକୁ ଆସି ଗୋଚାଲାଣକାରୀ ଗୋରୁଙ୍କୁ ଉଠାଇ ନେଉଥିବା ଗୋରକ୍ଷକଙ୍କୁ ସୂଚନା ମିଳିଥିଲା । ଏହାପରେ ଗୋଚାଲାଣକାରୀଙ୍କୁ ଛକି ରହିଥିଲେ ଗୋରକ୍ଷକ । ଗୋଚାଲାଣକାରୀଙ୍କୁ ଖୋଜିବା ସମୟରେ ସଂଗଠନର ସଦସ୍ୟ ଏକ କାର୍ ଦେଖିବାକୁ ପାଇଥିଲେ । ଯାହା ପୂର୍ବ ସୂଚନା ଅନୁଯାୟୀ ସମାନ କମ୍ପାନୀର ଗାଡ଼ି ଥିଲା । ଏହାପରେ କାର୍ ଚଳାଉଥିବା ଆର୍ଯ୍ୟନଙ୍କ ସାଙ୍ଗ ହର୍ଷିତଙ୍କୁ ଗାଡ଼ି ଅଟକାଇବା ପାଇଁ କହିଥିଲେ ଅଭିଯୁକ୍ତ । ମାତ୍ର ଗାଡ଼ିରେ ଥିବା ଅନ୍ୟଜଣେ ସାଙ୍ଗ ସାଙ୍କିର କୌଣସି ଝଗଡ଼ା ଥିବାରୁ ଆକ୍ରମଣ ପାଇଁ ଗୁଣ୍ଡା ପଠାଯାଇଥିବା ଭାବି ସେମାନେ ଗାଡ଼ି ଅଟକାଇ ନଥିଲେ ।
ଆର୍ଯ୍ୟନ ଓ ତାଙ୍କର ସାଙ୍ଗ ଗାଡ଼ି ନ ଅଟକାଇବାରୁ ପଛକୁ ଯାଇ କାର୍ ଉପରେ ଗୁଳି ଚଳାଇଥିଲେ ଅଭିଯୁକ୍ତ । ଗୋଟିଏ ଗୁଳି ଆର୍ଯ୍ୟନର ବେକରେ ବାଜିବା ପରେ କାର୍ ଅଟକିବାରୁ ପୁଣିଥରେ ଗୁଳିମାଡ଼ କରିଥିଲେ । ପାଲଟା ଆକ୍ରମଣ ଆଶଙ୍କାରେ ଦ୍ୱିତୀୟ ଗୁଳି ଆର୍ଯ୍ୟନର ଛାତିକୁ ମାରିଥିଲେ ଅଭିଯୁକ୍ତ ।
ତେବେ ଗାଡ଼ି ଭିତରେ ଦୁଇଜଣ ଝିଅଙ୍କୁ ଦେଖିବା ପରେ ଭୁଲ୍ ବ୍ୟକ୍ତିଙ୍କୁ ଗୁଳି କରିଥିବା ଆକ୍ରମଣକାରୀ ଜାଣିପାରିଥିଲେ । ଏହାପରେ ସେମାନେ ଫେରାର ହୋଇଯାଇଥିଲେ । ଏହାପରେ ଆର୍ଯ୍ୟନଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆକ୍ରମଣରେ ବ୍ୟବହୃତ ବନ୍ଧୁକ ବେଆଇନ ବୋଲି କୁହାଯାଉଛି । ଅଭିଯୁକ୍ତ ୫ ଜଣ ଏବେ ପୋଲିସ ହେପାଜତରେ ଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)