/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725358078.jpg)
School students Protest
ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କ ସପକ୍ଷରେ ବାହାରିଲେ ଛାତ୍ରଛାତ୍ରୀ । ପ୍ରଧାନଶିକ୍ଷକଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ । ପୁରୀ ଜିଲା ଗୋପ ବ୍ଲକ ବରିମୁଣ୍ଡରେ ଦେଖିବାକୁ ମିଳିଛି ଏହି ଘଟଣା । ସ୍କୁଲର ପ୍ରଧାନ ଶିକ୍ଷକ ଉଲ୍ଲାସ ମଲ୍ଲିକ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ ।
Advertisment
ତେବେ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟାୟରେ ନିଲମ୍ବିତ କରାଯାଇଥିବା ଅଭିଯୋଗ କରି ଶତାଧିକ ଛାତ୍ରଛାତ୍ରୀ ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି । ନିଲମ୍ବନ ଆଦେଶ ପ୍ରତ୍ୟାହୃତ ନହେବା ଯାଏଁ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ କହିଛନ୍ତି ।ଘଟଣା ସ୍ଥଳରେ ଗୋପ ବ୍ଲକ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଦୁଇଜଣ ଏବିଇଓ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୁଝାସୁଝା କରୁଛନ୍ତି । ତେବେ ଏନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)