/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725364991.jpg)
kareena kapoor suspense murder thriller film the Buckingham murders trailer out
କରୀନା କପୁରଙ୍କ ଆଗାମୀ ଫିଲ୍ମ 'ଦ ବକିଙ୍ଗ୍ହମ୍ ମର୍ଡର୍ସ'ର ଘୋଷଣା ପରେ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମରେ କରୀନା କପୁରଙ୍କୁ ଏକ ଦମଦାର୍ ଭୂମିକାରେ ଦେଖିବାକୁ ମିଳିବ। ହଂସଲ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କରୀନା କପୁର ଜଣେ ଗୁପ୍ତଚର ଭୂମିକାରେ ନଜର ଆସିବେ। ଆଜି ଏହାର ଟ୍ରେଲର୍ ରିଲିଜ ହେବା ପରେ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି।
ଅଧିକ ପଢନ୍ତୁ : 'ଏମର୍ଜେନ୍ସି' ରିଲିଜ ପରେ ଅଭିନୟ ଛାଡ଼ିବା ଚର୍ଚ୍ଚାକୁ ନେଇ ଏମିତି କହିଲେ କଙ୍ଗନା...
'ଦ ବକିଙ୍ଗ୍ହମ୍ ମର୍ଡର୍ସ'ର ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିଛି। ଟ୍ରେଲର୍ ବାହାରିବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫିଲ୍ମର ନା’ ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ଏହା ଏକ ମର୍ଡର ମିଷ୍ଟ୍ରୀ। ଏହି ଫିଲ୍ମଟି ଲଣ୍ଡନରେ ସୁଟିଂ କରାଯାଇଛି ଏବଂ କାହାଣୀଟି ବିଦେଶରେ ରହୁଥିବା ଏକ ଭାରତୀୟ ପରିବାରକୁ ନେଇ ଆଧାରିତ।
ଅଧିକ ପଢନ୍ତୁ : Trailer Release: ରିଲିଜ୍ ହେଲା ସଞ୍ଜୟ ଦତ୍ତଙ୍କ ‘ଡବଲ୍ ଆଇସ୍ମାର୍ଟ’ର ଟ୍ରେଲର୍; ଲୋକେ କହିଲେ ବ୍ଲକ୍ବଷ୍ଟର୍
ଫିଲ୍ମକୁ ପ୍ରଶଂସା:
କାହାଣୀର ସସ୍ପେନ୍ସର ଏକ ଛୋଟ ଝଲକ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି। ଏହି ଫିଲ୍ମକୁ BFI ଲଣ୍ଡନ ଫିଲ୍ମ ମହୋତ୍ସବ ୨୦୨୩ ଏବଂ ୨୦୨୩ ମୁମ୍ବାଇ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ବହୁ ପ୍ରଶଂସା କରାଯାଇଛି। ଟ୍ରେଲରକୁ ଦେଖିଲେ ଅନୁମାନ କରାଯାଇପାରେ ଯେ ଫିଲ୍ମଟି ଖୁବ୍ ସସ୍ପେନ୍ସ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ ହେବ।
କେବେ ହେବ ମୁକ୍ତିଲାଭ:
କରୀନା କପୁରଙ୍କ ଫିଲ୍ମ 'ଦ ବକିଙ୍ଗ୍ହମ୍ ମର୍ଡର୍ସ' ୧୩ ସେପ୍ଟେମ୍ବର ୨୦୨୪ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ କରୀନା କପୁର ଖାନ, ଐଶ ଟଣ୍ଡନ, ରଣବୀର ବରାର୍ ଏବଂ କିଥ୍ ଏଲେନଙ୍କ ଭଳି ଦକ୍ଷ ତାରକା ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହଂସଲ ମେହେଟ୍ଟା ଏବଂ ଅସୀମ ଅରୋରା, କଶ୍ୟପ କପୁର ଏବଂ ରାଘବ ରାଜ କକ୍କର ଏହାର କାହାଣୀ ଲେଖିଛନ୍ତି।
ଏହା ମହାନା ଫିଲ୍ମ ଏବଂ ଟିବିଏମ୍ ଫିଲ୍ମର ଏକ ଉତ୍ପାଦନ, ଜାହାକୁ ବାଲାଜୀ ଟେଲିଫିଲ୍ମ ଦ୍ୱାରା ଉପସ୍ଥାପିତ କରାଯାଇଛି। ଏହି ଫିଲ୍ମ ଶୋଭା କପୁର, ଏକତା ଆର୍ କପୁର ଏବଂ ପ୍ରଥମ ଥର ନିର୍ମାତା ସାଜିଥିବା କରୀନା କପୁର ଖାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)