Advertisment

ସୁମିତଙ୍କ ରେକର୍ଡ; ଲଗାତାର ଭାବେ ହାତେଇଲେ ଦୁଇଟି ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ...

ପରାଅଲିମ୍ପିକ୍ସରେ ସୁମିତ ଅନ୍ତିଲଙ୍କ ସଫଳତା । ଲଗାତାର ଭାବେ ଦୁଇଟି ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ । ଟୋକିଓରେ ଜିତିଥିଲେ ସ୍ବର୍ଣ୍ଣ ପଦକ । ଏବେ ପ୍ୟାରିସରେ ବି ହାତେଇଲେ ସେଇ ସ୍ବର୍ଣ୍ଣ।

author-image
Sujit kumar Swain
ଅଦ୍ୟତନ ହୋଇଛି
Sumit Antil Breaks Record with a Second Consecutive Javelin Gold

Sumit Antil

ଲଗାତାର ଭାବେ ଦୁଇ ଦୁଇଟି ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବାରେ ଅବନୀ ଲେଖରାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ରେକର୍ଡ କରିଛନ୍ତି ପାରା ଅଲିମ୍ପିଆନ୍ ସୁମିତ ଅନ୍ତିଲ। ପ୍ୟାରିସ୍ ପାରାଅଲିମ୍ପିକ୍ସ ଜାଭଲିନ ଥ୍ରୋରେ F64 କାଟାଗରୀରେ ଅଂଶଗ୍ରହଣ କରି ସୁମିତ ଏହି ସଫଳତା ପାଇଛନ୍ତି। 

Advertisment

ନିଜର ପୂର୍ବ ରେକର୍ଡ ଭାଙ୍ଗି ସୁମିତ ପୁଣି ଥରେ ଗୋଲ୍ଡ ଜିତିଛନ୍ତି । ସୁମିତଙ୍କ ଏହି ସଫଳତା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସୋମିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ: Paralympics 2024: ଭାରତ ପାଇଁ ଐତିହାସିକ ଦିନ; ଗୋଟିଏ ଦିନରେ ମିଳିଲା ୮ ମେଡାଲ୍

Advertisment

କୁସ୍ତିରୁ ପ୍ରଥମେ କ୍ୟାରିଅର ଆରମ୍ଭ କରିଥିଲେ ହରିୟାଣା ସୋନିପଥର ସୁମିତ। ୨୦୧୫ରେ ସେ ଏକ ଦୁର୍ଘଟଣାରେ ନିଜର ବାମ ଗୋଡ଼ ହରାଇଥିଲେ। ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ତାଙ୍କର ବାମ ଗୋଡ଼ ହରାଇଥିଲେ। ଆଉ ଏତିକିରେ ସେ ହାର୍ ମାନିନଥିଲେ। କୁସ୍ତି ଛାଡ଼ି ଜାଭେଲିନକୁ ଆପଣାଇଥିଲେ। ସେବେଠାରୁ ସେ ଆଉ ପଛକୁ ଫେରି ନାହାନ୍ତି।

୩ ବର୍ଷ ତଳେ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ଜାଭେଲିନ୍ ଥ୍ରୋରେ ସ୍ବର୍ଣ୍ଣ ଜିତିଥିଲେ ସୁମିତ। ଟୋକିଓରେ ୬୮.୫୫ ମିଟର ଫିଙ୍ଗି ଜିତିଥିଲେ ସ୍ବର୍ଣ୍ଣ ପଦକ। ଆଉ ଏବେ ସେ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି। ଜାଭେଲିନ ଥ୍ରୋରେ ୭୩.୨୯ ମିଟରର ବିଶ୍ବ ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି । 

ଏପଟେ ପ୍ୟାରିସ୍ ପାରାଅଲିମ୍ପିକ୍ସରେ ମେଡାଲ୍ ବର୍ଷା। ଭାରତ ପାଇଁ ଐତିହାସିକ ଦିନ। ଗୋଟିଏ ଦିନରେ ମିଳିଲା ୨ଟି ସ୍ବର୍ଣ୍ଣ ସହ ୮ଟି ମେଡାଲ୍। ଅଲିମ୍ପିକ୍ସ ଏବଂ ପାରାଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ଲାଗି ଭାରତକୁ ଏଭଳି ସଫଳତା ମିଳିଛି। ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ୨ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ମେଡାଲ୍ ମିଳିଛି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ମେଡାଲ୍ ସଂଖ୍ୟା ୧୫ରେ ପହଞ୍ଚିଛି। ମୋଟ ୩ଟି ଗୋଲ୍ଡ, ୫ଟି ସିଲଭର ଏବଂ ୭ ବ୍ରୋଞ୍ଜ ପଦକ ସହ ମେଡାଲ୍ ଟାଲିରେ ୧୫ ତମ ସ୍ଥାନରେ ରହିଛି ଭାରତ। 

ଅଧିକ ପଢ଼ନ୍ତୁ: Paris Paralympics: ମେସିନରେ କଟିଯାଇଥିଲା ଡାହାଣ ହାତ, ପାରା ଅଲିମ୍ପିକ୍ସରେ ଜିତିଲେଣି ୨ଟି ପଦକ

Gold Medal Javelin Throw Paralympics
Advertisment
Advertisment