ବିଧାନସଭାରେ ବଜେଟ୍ ଉପସ୍ଥାପନ ସମୟରେ ଏହି ରାଜ୍ୟ ସରକାର ମହଙ୍ଗା ଭତ୍ତା(DA)କୁ ଆହୁରି ବୃଦ୍ଧି କରିଛନ୍ତି। ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଘୋଷଣା କରିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଡିଏକୁ ୩% ବୃଦ୍ଧି କରିଛନ୍ତି।
ୱେବ୍ ସିରିଜ୍ 'ତାଜ୍ ଡିଭାଇଡେଡ୍ ବାଏ ବ୍ଲଡ୍' ସହିତ ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି ଧର୍ମେନ୍ଦ୍ର। ତାଙ୍କର ଫାଷ୍ଟ୍ ଲୁକ୍ ସାମ୍ନାକୁ ଆସିଛି। ଥରେ ନଜର ପକାନ୍ତୁ…
ଦିବ୍ୟାଙ୍ଗ ହେବା ପରେ ବି ସରକାରୀ ସହାୟତା କହିଲେ ମାସକୁ ମିଳୁଛି ମାତ୍ର ୫ ଶହ ଟଙ୍କା ଭତ୍ତା। ଏହାଛଡା ଆଉ କିଛି ନାହିଁ। ସରକାରଙ୍କର ରାସନକାର୍ଡ ୟାଙ୍କ ପାଇଁ ସାତସପନ। ଏମିତିକି ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡିଏ ନଥିବା ବେଳେ ପଲିଥିନ୍ ଢଙ୍କା ଘରେ ବିତୁଛି ଜୀବନ। ସ୍ୱାମୀ ଦିବ୍ୟାଙ୍ଗ ହୋଇଥିବାରୁ ପରିବାର ଚଳିବାର ଦାୟିତ୍ୱ ନିଥଙ୍କ ସ୍ତ୍ରୀ ସରୋଜୀନିଙ୍କ ଉପରେ। ବେଳେ ବେଳେ ସ୍ଥିତି ଏମିତି ହେଉଛି ଯେ ସରୋଜୀନି ପର ଦୁଆରେ ମୂଲ ଲାଗିବାକୁ ଯାଉଥିବା ବେଳେ ପିଲାମାନେ ଉପାସରେ ବି ରହୁଛନ୍ତି।
ବିଜେଡିର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କ ପାଇଁ କଂଗ୍ରେସ ପ୍ରଭାରୀ ଚେଲା କୁମାର ସତର୍କବାଣୀ ଶୁଣାଇଛନ୍ତି। ନବ ଦାସଙ୍କ ଭଳି ଏହି ନେତାମାନଙ୍କର ଅବସ୍ଥା ମଧ୍ୟ ଏମିତି ହୋଇପାରେ ବୋଲି ସେ କହିଛନ୍ତି।
ବାପଘରେ ଶୁଭଶ୍ରୀ ରହୁଥିବା ବେଳେ ସ୍ୱାମୀ ନିଜ ଘରେ ଅର୍ଥାତ୍ ଶାଶୂଘରେ ରହୁଥିଲେ। କିନ୍ତୁ ୯ ଦିନ ହେବ ଶୁଭଶ୍ରୀଙ୍କ ସ୍ୱାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଶୁଭଶ୍ରୀଙ୍କ ସ୍ୱାମୀଙ୍କ ଦେହାନ୍ତ ହେବା ପରେ ବି ଶାଶୂଘର ଲୋକ ତାଙ୍କୁ ଖବର ଦେଇନଥିଲେ। ହେଲେ କୌଣସି ଉପାୟରେ ଶୁଭଶ୍ରୀ ଖବର ପାଇବା ପରେ ଶାଶୂଘରେ ପହଞ୍ଚିବା ପରେ ମତେ ବିଧବା କର, ମୋ ସ୍ୱାମୀଙ୍କ ଶୁଦ୍ଧକ୍ରିୟାରେ ସାମିଲ କର ବୋଲି ଜିଦ୍ କରିଥିଲେ
ବଲିଉଡ୍ର ଫିଟ୍ନେସ୍ ହିରୋ ଭାବେ ଟାଇଗର୍ ଶ୍ରଫ୍ ବେଶ୍ ପରିଚିତ। ସେ ତାଙ୍କ ପ୍ରଶଂସକଙ୍କୁ ଖୁସି କରିବା ନେଇ ଅନେକ ଫଟୋ ଶେୟାର କରନ୍ତି। ଏବେ ତାଙ୍କର ଏମିତି ଏକ ଫଟୋ ପାଇଁ ସେ ଟାର୍ଗେଟ୍ର ଶିକାର ହୋଇଛନ୍ତି।
ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଥିବା ବେଳେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହଲି ଓ ବର୍ତ୍ତମାନର କ୍ୟାପଟେନ୍ ରୋହିତ ଶର୍ମାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବଡ଼ ଖୁଲାସା ହୋଇଛି।
ବାପା-ମାଆ ଥିବା ବେଳେ ସରକାରଙ୍କ ପକ୍ଷରୁ ଗଣ୍ଡେ ଚାଉଳ ମିଳୁଥିଲା ହେଲେ ଏବେ ସେତିକ ବି ମିଳୁନି। ସାହାଯ୍ୟ କହିଲେ ମାସକୁ ଦିବ୍ୟାଙ୍ଗ ଭତ୍ତା ବାବଦକୁ ମିଳୁଛି ମାତ୍ର ୭୦୦ ଟଙ୍କା। ଏତିକି ଟଙ୍କାରେ ମାସକୁ ୪ ପ୍ରାଣୀ ଚଳିବେ ବା କେମିତି? ଆଉ ଏମିତି ସମୟରେ ଦେବଦୂତ ପରି ଆସି ସାହାଯ୍ୟ କରୁଛନ୍ତି ସଂପର୍କୀୟ ମାମୁଁ। ଯେତିକି ଯାହା ପାଇଲେ ସେତିକିରେ ଏଇ ପିଲାଙ୍କ ମୁହଁରେ ଗଣ୍ଡେ ଆହାର ଦେବାକୁ କରୁଛନ୍ତି ଚେଷ୍ଟା।
ଏମିତି ଏକ ଦେଶ ହେଉଛି ସାମୋଆ। ସୌନ୍ଦର୍ଯ୍ୟପାଇଁ ସାରା ପୃଥିବୀରେ ଜଣାଶୁଣା ଦ୍ୱୀପର ଦେଶ ହେଉଛି ସାମୋଆ। ଯେଉଁଠି ଏମିତି ଆଇନର ପାଳନ କରାଯାଏ। ଯାହାକୁ ନେଇ ବିଶ୍ବରେ ଜୋରଦାର ଚର୍ଚ୍ଚା ବି ହୁଏ। ଏଇ ଦେଶରେ ସ୍ତ୍ରୀଙ୍କ ଜନ୍ମ ଦିନ ଭୁଲିବା ଏକ ବଡ ଅପରାଧ ବୋଲି କୁହାଯାଏ
ଦିଲ୍ଲୀର ନିକ୍କି ଯାଦବ ହତ୍ୟା ପରେ ଆଉ ଏକ ଲୋମଟାଙ୍କୁରା ହତ୍ୟା ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଜଣକ ପ୍ରେମିକାକୁ ହତ୍ୟା କରିବା ପରେ ତା’ର ଶବକୁ ଖଣ୍ଡ ଖଣ୍ଡ କରି ବକ୍ସ ଖଟ ଭିତରେ ଲୁଚାଇ ରଖିଥିଲା।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୭୦୦ ଟଙ୍କା ରହିଛି ।
ବିବାହ ପାଇଁ କନ୍ୟା ମିଳୁ ନାହାନ୍ତି। ଖାସ୍ ସେଥିପାଇଁ ୨ ଶହ ଯୁବକ ଏକ ଶୋଭାଯାତ୍ରାରେ ବାହାରିବେ।
ଇନ୍ଷ୍ଟାଗ୍ରାମ୍ରେ ଭାଇରାଲ୍ ହେଉଛି ଆଈମା’ଙ୍କ ଷ୍ଟଣ୍ଟ୍। ଏଥିରେ ଜଣେ ୬୭ ବର୍ଷ ବୟସ୍କା ବୃଦ୍ଧ ଉପରେ ଝୁଲୁଥିବା ଦଉଡିରେ ସାଇକେଲ ଚଲାଉଥିବାର ନଜର ଆସିଛନ୍ତି। ତାଙ୍କ ଆଖିରେ ଏତେ ଆତ୍ମବିଶ୍ୱାସ ଦେଖାଯାଉଛି ଯେ ଭିଡିଓ ଦେଖିବା ପରେ ଲୋକଙ୍କ ଆଖି ଟେରା ହୋଇଯାଉଛି।
ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଥିବା ଜଣାପଡ଼ିଛି। ଆହତ ଥିବା ସତ୍ତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଏହି ଇଞ୍ଜେକସନ୍ ଉପରେ ସେମାନେ ନିର୍ଭର କରନ୍ତି ବୋଲି ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଛନ୍ତି।
ଏୟାର ଇଣ୍ଡିଆ କିଣିବ ୫୪୦ ନୂଆ ବିମାନ। ଏଥିପାଇଁ ହୋଇଛି ଶହେ ବିଲିୟନ୍ ଡଲାରର ଡିଲ୍।
ଦିନରେ ଲିଭ୍-ଇନ୍-ପାର୍ଟନରକୁ ହତ୍ୟା କଲା ଓ ରାତିରେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେଲା ପ୍ରେମିକ। ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି।
ବଲାଙ୍ଗିର ପାଟଣାଗଡ ମଧ୍ୟପୁର ପଂଚାୟତର ସରପଂଚ ରାମ ଗୋପାଳ ନାଏକ। ପେଶା ସିନା ରାଜନୀତି ହେଲେ ନିଶା ପାଠ ପଢାଇବା। ସେଇଥି ପାଇଁ ତ ନିଜସ୍ୱ ଇଚ୍ଛାରେ କୋଚିଂ ସେଣ୍ଟର କରି ପିଲାଙ୍କୁ ପଢାଉଛନ୍ତି ପାଠ। ସ୍ଥାନୀୟ ଅଂଚଳରେ ଥିବା ପୁରୁଣା ଶିଶୁ ମନ୍ଦିର କୋଠାକୁ ସଫା ସୁତୁରା କରି ପଂଚମରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୬୫ ଜଣ ପିଲାଙ୍କୁ ପଢାଉଛନ୍ତି ପାଠ। ଖାଲି ପାଠ ପଢାଉଛନ୍ତି ତାହା ନୁହେଁ ବରଂ ପିଲାମାନେ କେମିତି ପାଠ ପଢିବେ ସେନେଇ ମାଗଣାରେ ଯୋଗାଉଛନ୍ତି ଖାତା-କଲମ।
ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ଝିଅ ବ୍ୟାଟ୍ ଧରି ଚମତ୍କାର ସଟ୍ ମାରୁଛନ୍ତି। ଏହି ଭିଡିଓକୁ କ୍ରିକେଟରର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଶେୟାର କରିଛନ୍ତି।
ଦୁର୍ଘଟଣାରେ ସୁନ୍ଦରଗଡ଼ର ଯୁବ ସମ୍ବାଦିକ ଖଗେଶ୍ବର ତରେଇଙ୍କର ମୃତ୍ୟୁ ହେବା ପରେ ପରିବାର ମଧ୍ୟରେ ଖେଳିଯାଇଛି ଶୋକର ଛାୟା। ଖଗେଶ୍ଵର ନିଜ ବନ୍ଧୁଙ୍କ ସହ ବାଇକ୍ ଯୋଗେ କୋଇଡାରୁ ଯାଜପୁରକୁ ଏକ ବିବାହ ଭୋଜି ପାଇଁ ଯାଉଥିଲେ। କିନ୍ତୁ ବାଟରେ ମୃତ୍ୟୁ ଯେମିତି ତାଙ୍କୁ ଅନେଇ ବସିଥିଲା। କେନ୍ଦୁଝର ଦମକଳ କେନ୍ଦ୍ର ସାମ୍ନାରେ ତାଙ୍କୁ ଏକ ହାଇୱା ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ମୃତ୍ୟୁ ପରେ ଯେବେ ଘରେ ଶବ ପହଞ୍ଚିଲା ତାହାର ଦୃଶ୍ୟ ବଡ କଷ୍ଟଦାୟକ ଥିଲା।
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏବେ ଭୟରେ ଛାତ୍ରଛାତ୍ରୀ। ଯାହାକୁ ଦେଖିବ, ଯାହାଙ୍କଠାରୁ ଶୁଣିବ...ସମସ୍ତଙ୍କ ମୁହଁରେ ଗୋଟିଏ କଥା। ଏ ଟିଙ୍କଙ୍କ ଦାଉରୁ ଆମେ କେମିତି ପାଇବା ରକ୍ଷା? ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏ ଘଟଣା ଏବେକାର ନୁହେଁ ବରଂ ବର୍ଷବର୍ଷର। ଯେଉଁଥିରେ ଆକ୍ରାନ୍ତ ହୋଇଛନ୍ତି ଅନେକ ଛାତ୍ରଛାତ୍ରୀ ଓ କର୍ମଚାରୀ । ଏହି ଟିଙ୍କ କେବଳ କଲେଜ କ୍ୟାମ୍ପସ ନୁହଁ ବରଂ ଏହାର ଆଖପାଖ କଲେଜ, ବାଇପାସ ବୋରାପଦା ଅଞ୍ଚଳରେ ଏବେ ମଣିଷ ଶରୀରରେ ଲାଗୁଛନ୍ତି।
ଆଜିଠୁ CBSE ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ସକାଳ ସାଢ଼େ ୧୦ଟାରୁ ଦିନ ସାଢ଼େ ୧ଟା ଯାଏ ପରୀକ୍ଷା ହେଉଛି।