Advertisment

ଦିଲ୍ଲୀ ପରେ ମହାରାଷ୍ଟ୍ର: ପ୍ରେମିକାକୁ ହତ୍ୟା କରି ବସ୍କ ଖଟ ଭିତରେ ଲୁଚାଇଥିଲା

ଦିଲ୍ଲୀର ନିକ୍କି ଯାଦବ ହତ୍ୟା ପରେ ଆଉ ଏକ ଲୋମଟାଙ୍କୁରା ହତ୍ୟା ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଜଣକ ପ୍ରେମିକାକୁ ହତ୍ୟା କରିବା ପରେ ତା’ର ଶବକୁ ଖଣ୍ଡ ଖଣ୍ଡ କରି ବକ୍ସ ଖଟ ଭିତରେ ଲୁଚାଇ ରଖିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Maharashtra Woman Killed By Live-In Partner, Body Hidden In Bed Box: Cops

Woman Killed By Live-In Partner Body Hidden In Bed Box

ଦିଲ୍ଲୀର ନିକ୍କି ଯାଦବ ହତ୍ୟା ପରେ ଆଉ ଏକ ଲୋମଟାଙ୍କୁରା ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠି ଆଉ ପ୍ରେମିକ ଜଣକ ପ୍ରେମିକାକୁ ହତ୍ୟା କରିବା ପରେ ତା’ର ଶବକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିନି ବରଂ ଆଉ ପାଦେ ଅଗକୁ ଯାଇ ଶବକୁ ବକ୍ସ ଖଟ ଭିତରେ ଲୁଚାଇ ରଖିଥିଲା।

Advertisment

ମହାରାଷ୍ଟ୍ରର ନାଲୋସପଡ଼ା ଅଞ୍ଚଳରେ ହାର୍ଦ୍ଦିକ ଓ ମେଘା ରହୁଥିଲେ। ମେଘା ଏକ ନର୍ସିଂହୋମ୍‌ରେ ନର୍ସ ଭାବେ ଚାକିରି କରୁଥିବା ବେଳେ ହାର୍ଦ୍ଦିକ କୌଣସି ଚାକିରି କରୁନଥିଲେ। ସେ ଚାକିରି ସନ୍ଧାନରେ ଥିବା ବେଳେ ମେଘା ଘର ଚଳାଉଥିଲେ। 

ତେବେ ହାର୍ଦ୍ଦିକ ବେକାର ଥିବାରୁ ଘରେ ମଝିରେ ଅର୍ଥାଭାବ ନେଇ ପାଟିତୁଣ୍ଡ ହେଉଥିଲା। ଏମାନେ ଲିଭ୍‌ ଇନ୍‌ରେ ରହୁଥିଲେ ମଧ୍ୟ ପାଖ ପଡ଼ୋଶୀଙ୍କୁ ସେମାନେ ବିବାହିତ ବୋଲି କହୁଥିଲେ। ମଝିରେ ମଝିରେ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲେ ମଧ୍ୟ ପଡ଼ୋଶୀ ଏଥିରେ ମୁଣ୍ଡ ପୁରାଉନଥିଲେ। 

Advertisment

ଅଧିକ ପଢ଼ନ୍ତୁ: ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ

ହଠାତ୍ ଦିନେ ସେମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଫଳରେ ହାର୍ଦ୍ଦିକ ରାଗ ସମ୍ଭାଳି ନପାରି ମେଘାଙ୍କୁ ହତ୍ୟା କରିଥିଲା। ହତ୍ୟା କରିବା ପରେ ସେ ପଡ଼ୋଶୀଙ୍କ ଭୟରେ ଶବକୁ ବାହାରକୁ ନେଇନପାରି ତାକୁ ବକ୍ସ ଖଟ ଭିତରେ ଲୁଚାଇ ଦେଇଥିଲା। 

ହାର୍ଦ୍ଦିକ ଶବ ଖଲାସ କରିବାକୁ ସୁଯୋଗ ଉଣ୍ଡୁଥିବା ବେଳେ ଶବର ଗନ୍ଧକୁ ଆଉ ଅଟକେଇ ପାରିନଥିଲା। ପଡ଼ୋଶୀମାନେ ଗନ୍ଧ ବାରି ପାଲ୍‌ଘର ଜିଲ୍ଲାର ତୁଲିଞ୍ଜ ଥାନାରେ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପୋଲିସ ଆସୁଥିବା ଖବର ପାଇଁ ହାର୍ଦିକ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ  ପୋଲିସ ତାକୁ କାବୁ କରିଛି।

Murder Murder Case
Advertisment
Advertisment