Advertisment

Viral Video: ଗାଁ ଝିଅର ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ତେନ୍ଦୁଲକର; କହିଲେ ଏମିତି…

ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ଝିଅ ବ୍ୟାଟ୍ ଧରି ଚମତ୍କାର ସଟ୍ ମାରୁଛନ୍ତି। ଏହି ଭିଡିଓକୁ କ୍ରିକେଟରର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଶେୟାର କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Sachin Tendulkar Lauds Young Girl's Batting Skills

Tendulkar was surprised to see the village girl's batting

କ୍ରିକେଟ୍ ବିଷୟରେ କହିବାକୁ ଗଲେ ଖାଲି ଭାରତ ନୁହେଁ ସାରା ବିଶ୍ୱ ଏନେଇ ପାଗଳ। ବର୍ତ୍ତମାନ ଆମ ଦେଶର ଝିଅମାନେ ମଧ୍ୟ ବ୍ୟାଟ୍ ଧରିଲେଣି। ନିକଟରେ ଟିମ୍ ଇଣ୍ଡିଆ ମଧ୍ୟ ଟି -୨୦ ବିଶ୍ୱକପ ଜିତିଛି। ମହିଳାମାନଙ୍କ ପାଇଁ ଏକ ଆଇପିଏଲ୍ ଟିମ୍ ମଧ୍ୟ ଗଠନ କରାଯାଇଛି।

Advertisment

ସୋମବାର ମହିଳା ଖେଳାଳିଙ୍କ ଅକ୍ସନ ମଧ୍ୟ ହୋଇଛି। ଏଭଳି ପରିସ୍ଥିତିରେ ସୋସିଆଲ୍ ମିଡିଆ ରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ଝିଅ ବ୍ୟାଟ୍ ଧରି ଚମତ୍କାର ସଟ୍ ମାରୁଛନ୍ତି। ଏହି ଭିଡିଓକୁ କ୍ରିକେଟରର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଶେୟାର କରିଛନ୍ତି।

ଅଧିକ ପଢ଼ନ୍ତୁ: ଦୁଇ କିମ୍ବଦନ୍ତୀ ତେନ୍ଦୁଲକର - ମେସୀଙ୍କ ବଡ ଉପଲବ୍ଧି ଓ ସମାନତା

ସଚିନ୍ ତେନ୍ଦୁଲକର ଏହି ଭିଡିଓ ଶେୟାର କରି ମଜ୍ଜାଳିଆ ଢଙ୍ଗରେ ଲେଖିଛନ୍ତି – “କାଲି ଅକ୍ସନ ହେଳା ଆଉ ଆଜି ମ୍ୟାଚ୍ ଆରମ୍ଭ ହୋଇଗଲା। ଆପଣଙ୍କ ବ୍ୟାଟିଂ ଦେଖି ଖୁବ୍ ଭଲ ଲାଗିଲା।”

Advertisment

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଝିଅଟି କିପରି ନିଜ ବ୍ୟାଟ୍ ବଲ୍‌କୁ ମାରି ସୀମାପାର କରିଦେଉଛନ୍ତି। ଲୋକମାନେ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି।ଏହି ଭିଡିଓ ଦେଖିବା ପରେ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ ସୂର୍ଯାଙ୍କ ଭଳି ଖେଳୁଛନ୍ତି।

ଏହି ଭାଇରାଲ୍ ଭିଡିଓ @BmrAshok ନାମକ ଜଣେ ବ୍ୟକ୍ତି ଶେୟାର କରିଛନ୍ତି। ସେଏହି ଭିଡିଓ ସହିତ ଏକ କ୍ୟାପସନ୍ ଲେଖିଛନ୍ତି। କ୍ୟାପସନ୍‌ରେ ସେ ଲେଖିଛନ୍ତି- “ଗ୍ରାମାଞ୍ଚଳର ଝିଅମାନେ ମଧ୍ୟ ବହୁତ କିଛି କରିପାରିବେ, ସେମାନେ ପଡ଼ିଆରେ ଚୌକା ଓ ଛକା ମାରି ପାରିବେ, କେବଳ ସୁଯୋଗ ଦରକାର।” ଏହି ଭିଡିଓଟି ବାଡମେର୍‌ର ଏକ ଛୋଟ ଗାଁ ଶେରପୁରା କାନାସର ବୋଲି ଜଣାଯାଇଛି।

ଖବର ଲେଖାହେବା ବେଳକୁ ଏହି ଭିଡିଓଟିକୁ ୪୮ ହଜାରରୁ ଅଧିକ ଭ୍ୟୁ ମିଳିସାରିଥିଲା। ଏହି ଭିଡିଓରେ ମତ ଦେଇ ଜଣେ ଲେଖିଛନ୍ତି – “ଯଦି ଏହି ଝିଅଟି ସୁଯୋଗ ପାଏ, ସେ ଭଲ ଖେଳିପାରେ।”

Cricket India Women Cricket Social Media Sachin Tendulkar Viral Video
Advertisment
Advertisment