Advertisment

ଏହି ରାଜ୍ୟ ସରକାର ବଢ଼େଇଲେ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ବିଧାନସଭାରେ ବଜେଟ୍ ଉପସ୍ଥାପନ ସମୟରେ ଏହି ରାଜ୍ୟ ସରକାର ମହଙ୍ଗା ଭତ୍ତା(DA)କୁ ଆହୁରି ବୃଦ୍ଧି କରିଛନ୍ତି। ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଘୋଷଣା କରିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଡିଏକୁ ୩% ବୃଦ୍ଧି କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
West Bengal Hikes Dearness Allowance By 3% For Government Employees

West bengal hikes the da for government employees by 3 percent

ପଶ୍ଚିମବଙ୍ଗ ବିଧାନସଭାରେ ବଜେଟ୍ ଉପସ୍ଥାପନ ସମୟରେ ରାଜ୍ୟ ସରକାର ମହଙ୍ଗା ଭତ୍ତା(DA)କୁ ଆହୁରି ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଘୋଷଣା କରିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଡିଏକୁ ୩% ବୃଦ୍ଧି କରିଛନ୍ତି। ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ବିଧାନସଭାରେ ରାଜ୍ୟ ବଜେଟ୍ ୨୦୨୩-୨୪ ଉପସ୍ଥାପନ କରିଥିଲେ। ବଜେଟ୍‌ରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ DA ଘୋଷଣା କରାଯାଇଛି।

Advertisment

ଘୋଷଣା ଅନୁଯାୟୀ ଆସନ୍ତା ମାର୍ଚ୍ଚ ମାସର ଦରମାରୁ ରାଜ୍ୟ ସରକାରୀ କର୍ମଚାରୀମାନେ ବର୍ଦ୍ଧିତ DA ପାଇବେ। ସରକାରୀ କର୍ମଚାରୀଙ୍କ ବ୍ୟତୀତ ପେନ୍‌ସନ୍‌ଭୋଗୀମାନେ ମଧ୍ୟ ଏହାର ସୁବିଧା ପାଇବେ।

ଅଧିକ ପଢ଼ନ୍ତୁ: ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର...

ତେବେ DA ବକେୟାକୁ ନେଇ ରାଜ୍ୟ ସରକାର ପୂର୍ବରୁ ଚାପରେ ଅଛନ୍ତି। ସରକାରୀ କର୍ମଚାରୀ ସଂଗଠନ ମଙ୍ଗଳବାର ଦିନ ନିର୍ବାଚନ ଆୟୋଗଙ୍କୁ ଚେତାବନୀ ଦେଇଛି ଯେ ଯଦି ସେମାନେ DA ନ ପାଆନ୍ତି ତେବେ ନିର୍ବାଚନ ଡ୍ୟୁଟି କରିବେ ନାହିଁ। ଏହାର ପରଦିନ ରାଜ୍ୟ ସରକାର ଅତିରିକ୍ତ DA ଘୋଷଣା କରିଛନ୍ତି। ତେବେ ସରକାରୀ କର୍ମଚାରୀମାନେ କେନ୍ଦ୍ର ସରକାରଙ୍କ ହାରରେ DA ଦାବି କରୁଛନ୍ତି।

Advertisment

ରାଜ୍ୟ ସରକାରୀ କର୍ମଚାରୀଙ୍କ ଅନୁଯାୟୀ, ସରକାରୀ କର୍ମଚାରୀମାନେ DA ଦୃଷ୍ଟିରୁ କେନ୍ଦ୍ରଠାରୁ ବହୁ ପଛରେ ଅଛନ୍ତି। କେନ୍ଦ୍ର ସରକାର ଖୁବ ଶୀଘ୍ର ଏହାର କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା ଘୋଷଣା କରିପାରନ୍ତି। ଯଦି ଏହା ହୁଏ ତେବେ ନୂଆ ବ୍ୟବସ୍ଥାରେ ପଶ୍ଚିମବଙ୍ଗର DA ଏବଂ କେନ୍ଦ୍ର ମଧ୍ୟରେ ପାର୍ଥକ୍ୟ ୩୯ ପ୍ରତିଶତକୁ ବୃଦ୍ଧି ପାଇବ।

ପ୍ରକାଶଥାଉ ଯେ ବକେୟା ଦେୟକୁ ନେଇ ରାଜ୍ୟ ସରକାରୀ କର୍ମଚାରୀର ଏକ ଗୋଷ୍ଠୀ ଦୀର୍ଘ ଦିନ ଧରି ଶହୀଦ ମିନାରରେ  ଧାରଣା ଦେଇଛନ୍ତି। କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ ମମତା ବାନାର୍ଜୀ ସରକାର ୭ମ ପେ କମିଶନ ଅନୁସାରେ ହୋଇଥିବା DA ର ନୂତନ ସଂସ୍କରଣ ସେମାନଙ୍କୁ ପ୍ରଦାନ କରି ନାହିଁ।

Dearness Allowance DA Hike Govt Servants
Advertisment
Advertisment