Advertisment

ଷ୍ଟିଙ୍ଗ ଅପରେସନ୍‌ରେ ଖୁଲାସା: କୋହଲି-ରୋହିତଙ୍କ ମଧ୍ୟରେ ଅଛି କି ବିବାଦ ?

ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଥିବା ବେଳେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହଲି ଓ ବର୍ତ୍ତମାନର କ୍ୟାପଟେନ୍‌ ରୋହିତ ଶର୍ମାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବଡ଼ ଖୁଲାସା ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Chetan Sharma Sting Operation

Chetan Sharma Sting Operation

ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନ୍‌କୁ ନେଇ ଭାରତୀୟ କ୍ରିକେଟ ଟିମ୍‌ରେ ହଇଚଇ ସୃଷ୍ଟି ହୋଇଛି। କ୍ରିକେଟ ଇତିହାସରେ ଏହି ବଡ଼ ଷ୍ଟିଙ୍ଗ ଅପରେସନ୍‌ ବେଳେ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଅନେକ ଖୁଲାସା କରିଛନ୍ତି। ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଥିବା ବେଳେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହଲି ଓ ବର୍ତ୍ତମାନର କ୍ୟାପଟେନ୍‌ ରୋହିତ ଶର୍ମାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ମଧ୍ୟ ବଡ଼ ଖୁଲାସା ହୋଇଛି। କୋହଲି ଓ ରୋହିତଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିଛି ସେନେଇ ଚେତନ ଶର୍ମା ବଡ଼ ବୟାନ ଦେଇଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ଷ୍ଟିଙ୍ଗ ଅପରେସନ୍‌ରେ ବଡ଼ ଖୁଲାସା- ଫିଟ୍‌ ରହିବା ପାଇଁ ଇଞ୍ଜେକ୍ସନ ନେଉଛନ୍ତି ଭାରତୀୟ କ୍ରିକେଟର

କୋହଲି-ରୋହିତଙ୍କ ମଧ୍ୟରେ ଅଛି କି ବିବାଦ ?

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବଡ଼ ବୟାନ ଦେଇ ଚେତନ ଶର୍ମା ଉଦାହରଣ ଦେଇ କହିଛନ୍ତି, ଯେତେବେଳେ ୨ ଜଣ ବଡ଼ ନେତା ଥାନ୍ତି, ସେତେବେଳେ ଉଭୟଙ୍କ ମଧ୍ୟରେ ବଡ଼ ସଂଘର୍ଷ ହୋଇଥାଏ। ତେବେ ରୋହିତ ଓ କୋହଲିଙ୍କ ମଧ୍ୟରେ କୌଣସି ମତଭେଦ କିମ୍ବା ବିବାଦ ନାହିଁ। ବରଂ ଅହଙ୍କାର ରହିଛି। କୋହଲି ଓ ରୋହିତ ଜଣେ ଅନ୍ୟ ଜଣଙ୍କୁ ସପୋର୍ଟ କରିଥାନ୍ତି। ହେଲେ ଅନେକ ଥର ଉଭୟଙ୍କ ମଧ୍ୟରେ ଅହଙ୍କାର ଆସି ଯାଇଥାଏ।

Advertisment

ଏପରିକି ଅନେକ ଥର ଗଣମାଧ୍ୟମରେ ସାମ୍ନାକୁ ଆସିଛି ଯେ, ଅଧିନାୟକତ୍ୱକୁ ନେଇ ରୋହିତ ଓ ବିରାଟଙ୍କ ମଧ୍ୟରେ ବିବାଦ ଜାରି ରହିଛି। ହେଲେ ଅଧିନାୟକତ୍ୱକୁ ନେଇ ଉଭୟଙ୍କ ମଧ୍ୟରେ କୌଣସି ବିବାଦ ନଥିଲା। ବରଂ ଘଡ଼ିସନ୍ଧି ମୁହୂର୍ତ୍ତରେ ଜଣେ ଅନ୍ୟ ଜଣଙ୍କୁ ସପୋର୍ଟ କରିଥାନ୍ତି। ଅଧିନାୟକତ୍ୱକୁ ନେଇ କେବେବି ବିରାଟ ଓ ରୋହିତଙ୍କ ମଧ୍ୟରେ ଝଗଡ଼ା ନଥିଲା। ଏସବୁ ଗୁଜବ ବୋଲି ଚେତନ ଶର୍ମା କହିଛନ୍ତି। କିନ୍ତୁ ଯେତେବେଳେ ଟିମ୍‌ ଇଣ୍ଡିଆ ସମ୍ବନ୍ଧିତ କୌଣସି ବଡ଼ ନିଷ୍ପତ୍ତି ନିଆଯାଏ, ସେତେବେଳେ ବିରାଟ ଓ ରୋହିତଙ୍କ ମଧ୍ୟରେ ଇର୍ଷା ଦେଖିବାକୁ ମିଳିଥାଏ। 

Team India BCCI Indian Cricketer Sting Operation
Advertisment
Advertisment