Advertisment

ସାବଧାନ ସ୍ୱାମୀ !! ଏଣିକି ସ୍ତ୍ରୀଙ୍କ ଜନ୍ମଦିନ ଭୁଲିଲେ ଯିବାକୁ ପଡ଼ିବ ଜେଲ୍‌

ଏମିତି ଏକ ଦେଶ ହେଉଛି ସାମୋଆ। ସୌନ୍ଦର୍ଯ୍ୟପାଇଁ ସାରା ପୃଥିବୀରେ ଜଣାଶୁଣା ଦ୍ୱୀପର ଦେଶ ହେଉଛି ସାମୋଆ। ଯେଉଁଠି ଏମିତି ଆଇନର ପାଳନ କରାଯାଏ। ଯାହାକୁ ନେଇ ବିଶ୍ବରେ ଜୋରଦାର ଚର୍ଚ୍ଚା ବି ହୁଏ। ଏଇ ଦେଶରେ ସ୍ତ୍ରୀଙ୍କ ଜନ୍ମ ଦିନ ଭୁଲିବା ଏକ ବଡ ଅପରାଧ ବୋଲି କୁହାଯାଏ

author-image
Sarbeswar
ଅଦ୍ୟତନ ହୋଇଛି
Illegal To Forget Wife's Birthday In This Country

Wife Birthday

ସାବଧାନ ସ୍ୱାମୀ। ଏଣିକି ସ୍ତ୍ରୀଙ୍କର ଜନ୍ମଦିନ ଭୁଲିଗଲେ ଯିବାକୁ ପଡିବ ଜେଲ୍‌। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ଆଉ ଭାବୁଥିବେ ଇଏ କେମିତିକା ନିୟମ? ଜନ୍ମଦିନ ଭୁଲିଗଲେ ଜେଲ୍‌ ଯିବାକୁ କାହିଁକି ପଡିବ? ଏମିତି ନିୟମକୁ ନେଇ ସବୁଠି ଚର୍ଚ୍ଚା। ଅନେକ ଲୋକ ବହୁ ସମୟରେ ନିଜ ସ୍ତ୍ରୀଙ୍କର ଜନ୍ମଦିନକୁ ଭୁଲିଯାଇଥାନ୍ତି। ଯାହାକୁ ନେଇ ଘରେ ତୁମ୍ବିତୋଫାନ ହୁଏ। କାହିଁକି ଜନ୍ମଦିନ ଭୁଲିଗଲ ବୋଲି କଇଫତ୍‌ ଦେବାକୁ ପଡେ। କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ସ୍ୱାମୀ ନିଜ ସ୍ତ୍ରୀଙ୍କର ଜନ୍ମଦିନ ଯଦି ଭୁଲିଯାଇଛନ୍ତି ତେବେ ସ୍ୱାମୀଙ୍କୁ ଭୋଗିବାକୁ ପଡିବ ଜେଲଦଣ୍ଡ। ମିଳିବ ବଡ ଶାସ୍ତି।

Advertisment

ଅଧିକ ପଢ଼ନ୍ତୁ: ତାଲିବାନୀ ଶାସନରେ ମହିଳାଙ୍କୁ ବିରୋଧ: ମହିଳା ମାନେକ୍ୱିନ୍ସ ମୁହଁ ଢାଙ୍କିବା ନିର୍ଦ୍ଦେଶ

ଏମିତି ଏକ ଦେଶ ହେଉଛି ସାମୋଆ। ସୌନ୍ଦର୍ଯ୍ୟପାଇଁ ସାରା ପୃଥିବୀରେ ଜଣାଶୁଣା ଦ୍ୱୀପର ଦେଶ ହେଉଛି ସାମୋଆ। ଯେଉଁଠି ଏମିତି ଆଇନର ପାଳନ କରାଯାଏ। ଯାହାକୁ ନେଇ ବିଶ୍ବରେ ଜୋରଦାର ଚର୍ଚ୍ଚା ବି ହୁଏ। ଏଇ ଦେଶରେ ସ୍ତ୍ରୀଙ୍କ ଜନ୍ମ ଦିନ ଭୁଲିବା ଏକ ବଡ ଅପରାଧ ବୋଲି କୁହାଯାଏ। ଖାଲି ଅପରାଧ ବୋଲି ଧରାଯାଏ ତାହା ନୁହେଁ ବରଂ ଜେଲ୍‌ ଦଣ୍ଡାଦେଶ ସହିତ ଦେବାକୁ ପଡେ ଜୋରିମାନା। ପ୍ରଥମଥର ଜନ୍ମଦିନ ଭୁଲିଗଲେ ୱାର୍ଣ୍ଣିଂ ଦେଇ ଛଡାଯାଉଥିବା ବେଳେ ଦ୍ୱିତୀୟଥର ଭୁଲିଗଲେ ଜେଲ ଦଣ୍ଡାଦେଶ ସହିତ ଜୋରିମାନା ଦେବାକୁ ପଡେ। ତେବେ ଏହି ନିୟମ ଉତ୍ତରକୋରିଆରେ ରହିଥିବା ଚର୍ଚ୍ଚା ବି ହୁଏ। କିନ୍ତୁ ସ୍ତ୍ରୀର ଜନ୍ମଦିନ ଭୁଲିଗଲେ ଏମିତି କାର୍ଯ୍ୟାନୁଷ୍ଠାନ ହେଉଥିବାରୁ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା।

Advertisment
Jail Ajab Gajab Ajab Gajab News
Advertisment
Advertisment