Advertisment

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ବିଜେଡିର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କ ପାଇଁ ସତର୍କବାଣୀ !

ବିଜେଡିର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କ ପାଇଁ  କଂଗ୍ରେସ ପ୍ରଭାରୀ ଚେଲା କୁମାର ସତର୍କବାଣୀ ଶୁଣାଇଛନ୍ତି। ନବ ଦାସଙ୍କ ଭଳି ଏହି ନେତାମାନଙ୍କର ଅବସ୍ଥା ମଧ୍ୟ ଏମିତି ହୋଇପାରେ ବୋଲି ସେ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Congress MP Chella Kumar Attacks State Government Over Minister Naba Das Assassination

Congress MP Chella Kumar attacks State government over Minister Naba Das assassination

ବିଜେଡିର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କ ପାଇଁ  କଂଗ୍ରେସ ପ୍ରଭାରୀ ଚେଲା କୁମାର ସତର୍କବାଣୀ ଶୁଣାଇଛନ୍ତି। ନବ ଦାସ ଙ୍କ ଭଳି ଏହି ନେତାମାନଙ୍କର ଅବସ୍ଥା ମଧ୍ୟ ଏମିତି ହୋଇପାରେ ବୋଲି ସେ କହିଛନ୍ତି। ଆଜି ନବ ତ କାଲି ଆଉ କିଏ ବୋଲି ଚେଲା କୁମାର ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ଦଳରେ ରହି ସତକୁ ସାମ୍ନାକୁ ଆଣିବା ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି, ନବୀନ ଶାସନରେ ସେମାନଙ୍କ ସ୍ୱରକୁ ଦବେଇ ଦିଆଯାଉଛି।

Advertisment

ଚେଲା କୁମାର ଆହୁରି କହିଛନ୍ତି ଯେ, ‘ଏଠି ସରକାର କାମ କରୁନି। ମୁଁ ନବ ଦାସଙ୍କ ହତ୍ୟା ବେଳର ଭିଡିଓ ଦେଖିଛି। ASI ମାରିବା ଭଳି ଲାଗୁନି। ଅନେକ ସନ୍ଦେହ ରହୁଛି। ଏହା ଷଡ଼ଯନ୍ତ୍ର। ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତବ୍ୟ, ଉତ୍ତର ଦେବା। ତଦନ୍ତ ପ୍ରକ୍ରିୟା ଉପରେ ଭରସା ପାଉନି। ରାଜ୍ୟରେ ବିଜେଡ଼ି ଗୁଣ୍ଡାରାଜ ଚଲେଇଛି। ଆସନ୍ତା ବିଧାନସଭାରେ ଆଇନ ଶୃଙ୍ଖଳା, ନବ ଦାସ ହତ୍ୟା, ଚାଷୀ, ଦୁର୍ନୀତି, ଚିଟ୍ ଫଣ୍ଡ, ମାଇନିଙ୍ଗ ସ୍କାମ ପ୍ରସଙ୍ଗ ଦଳ ଉଠାଇବ’ ବୋଲି ଚେଲା କୁମାର କହିଛନ୍ତି । 

ସେପଟେ ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବିଜେପି ନେତା ପ୍ରଦୀପ ପୁରୋହିତ ବର୍ଷିଛନ୍ତି। ସେ କହିଛନ୍ତି, ‘ହତ୍ୟା ପଛରେ ବଡ଼ ରହସ୍ୟ ଲୁଚି ରହିଛି। ମୁଁ ଆଗରୁ ବି କହିଛି, ନବୀନ ଙ୍କ ଅବର୍ତ୍ତମାନରେ ଯେଉଁମାନେ କ୍ଷମତାରେ ରହିବାକୁ ଚାହୁଁଛନ୍ତି ସେମାନେ ଏହି ହତ୍ୟା କରିଛନ୍ତି। ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଅଧିକାରୀ ହତ୍ୟା ପଛର ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେଉଥିବା’ ପ୍ରଦୀପ ଅଭିଯୋଗ କରିଛନ୍ତି।

Advertisment
Naba Das Odisha Politics Chella Kumar Minister Naba Das
Advertisment
Advertisment